ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ଟ୍ରକ ଧକ୍କାରେ ମା’ ମୃତ, ପୁଅ ଗୁରୁତର; କ୍ଷତିପୂରଣ ମିଳିବାର ପ୍ରତିଶ୍ରୁତି ମିଳିବା ପରେ ୭ଘଣ୍ଟା ପରେ ଆନ୍ଦୋଳନ ପ୍ରତ୍ୟାହାର

ମାଲକାନଗିରି, ୨୩।୬: ମାଲକାନଗିରି ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥ ଜିଲ୍ଲା ସଦର ମହାକୁମା ଡିଏନକେ ଛକରେ ସଡ଼କ ଦୁର୍ଘଟଣା । ଟ୍ରକ୍ ଧକ୍କାରେ ଘଟଣାସ୍ଥଳରେ ମା’ର ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଭାବେ ଆହତ ହୋଇଥିବା ସୂଚନା । କ୍ଷତିପୂରଣ ଦାବି ନେଇ ୩୨୬ ନମ୍ବର ଜାତୀୟ ରାଜ ପଥରେ ମୃତଶରୀର ରଖି ଦୀର୍ଘ ୭ ଘଣ୍ଟା ଧରି ଗ୍ରାମବାସୀମାନେ ରାସ୍ତା ଅବରୋଧ କରିଥିଲେ । କ୍ଷତିପୂରଣ ମିଳିବାର ପ୍ରତିଶ୍ରୁତି ପାଇବା ପରେ ରାସ୍ତାରୁ ମୃତଶରୀର ଉଠାଇ ଆନ୍ଦୋଳନ ପ୍ରତ୍ୟାହାର କଲେ ଗ୍ରାମବାସୀ ।

ମୃତ ମହିଳା ଜଣକ ହେଉଛନ୍ତି ମାଲକାନଗିରି ରିକଲାମେଶନ(ଇଟା ଭାଟି) କଲୋନିର ଦିନ ମଜୁରିଆ ଭାବେ କାମ କରୁଥିବା ପାର୍ବତୀ ପାଣିଗ୍ରାହୀ ଓ ଆହତ ଯୁବକ ତାଙ୍କ ପୁଅ ସାଗରପାଣିଗ୍ରାହୀ ବୋଲି ଜଣାପଡ଼ିଛି । ଦୁହେଁ ସକାଳେ ଏକ ସାଇକେଲରେ ବସି ମାଲକାନଗିରି ସହର ଡିଏନକେ ଛକ ପାରି ହେଉଥିବା ବେଳେ ଆନ୍ଧ୍ର ଅଭିମୁଖେ ଦ୍ରୁତଗତିରେ ଯାଉଥିବା ଟ୍ରକଟି ହଠାଟ୍ ସେମାନଙ୍କ ଉପରେ ମାଡ଼ି ଯାଇଥିଲା । ଚକ ତଳେ ସାଇକେଲ ଓ ମହିଳା ଚାପି ହୋଇ ଯାଇଥିବା ବେଳେ ସାଗର ଦୂରକୁ ଛିଟିକି ପଡ଼ିଥିଲା । 

ଘଟଣା ସ୍ଥଳରେ ହିଁ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଭାବେ ଆହତ ହୋଇଛି । ମାଲକାନଗିରି ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌କୁ ଜବତ କରିବା ସହ ଗାଡ଼ି ଚାଳକକୁ ଥାନାରେ ଅଟକ ରଖିଛି । ମାଲକାନଗିରି ମେଡିକାଲରେ ଆହତ ଯୁବକଙ୍କ ଚିକିତ୍ସା ଚାଲିଥିବା ବେଳେ କ୍ଷତିପୂରଣ ଦାବିରେ ଲୋକେ ରବିବାର ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଦୀର୍ଘ ୬ ଘଣ୍ଟା ଧରି ରାସ୍ତା ଅବରୋଧ ସହିତ ଆନ୍ଦୋଳନ କରିଥିଲେ । ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର କ୍ଷତିପୂରଣ ମିଳିବା ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହର ହୋଇଥିଲା । ପୁଲିସ ମୃତ ଶରୀର ଜବତ କରି ଡାକ୍ତରଖାନାକୁ ଶବବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । 

୩୨୬ନମ୍ବର ଜାତୀୟ ରାଜପଥ ଡିଏନକେ ଛକ ଉପରେ ଶବ ରଖିବା ସହ ଟାୟାର ଜାଳି ଗ୍ରାମବାସୀ ଆନ୍ଦୋଳନ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ । ହେଲେ ଉପଯୁକ୍ତ କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁରହିବ ବୋଲି ବିକ୍ଷୋଭକାରୀମାନେ ଅଡ଼ି ବସିଥିଲେ । ଦୀର୍ଘ ୬ଘଣ୍ଟା ଧରି ରାସ୍ତାର ଦୁଇ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିବା ବେଳେ ପୁଲିସ ଅଟକି ଥିବା ଗାଡ଼ିଗୁଡ଼ିକୁ ବାଇପାସ୍ ରାସ୍ତାରେ ଛାଡ଼ିଥିଲା । ଦୀର୍ଘ ୬ ଘଣ୍ଟା ପରେ ଆନ୍ଦୋଳନ ପ୍ରତ୍ୟାହାର ହେବାରୁ ୩୨୬ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା । ମୃତ ମହିଳା ଜଣେ ଅତ୍ୟନ୍ତ ଗରିବ, ତାଙ୍କର ୪ଟି ସନ୍ତାନ ଥିବା ସୂଚନା ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.