ପ୍ରମୂଖ ଖବର
  • ବୃକ୍ଷରୋପଣରେ ମହାଦୁର୍ନୀତି କରି ଲରମ୍ଭା ସେକ୍ସନ ଫରେଷ୍ଟର ପ୍ରିୟବ୍ରତ ନାଏକ ନିଲମ୍ବିତ
  • ||
  • ଫୁଲବାଣୀ : ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଫୁଲବାଣୀ : ବେକରେ ଗାମୁଛା ଦେଇ ୮୩ ବର୍ଷୀୟ ବୃଦ୍ଧଙ୍କ ଆତ୍ମହତ୍ୟା
  • ||
  • ସମ୍ବଲପୁର ରେଜିଷ୍ଟ୍ରି ଅଫିସ୍‌ରେ ଅଚାନକ ପହଞ୍ଚିଲେ ରାଜସ୍ବ ମନ୍ତ୍ରୀ, ଅଧିକାରୀଙ୍କୁ କଲେ ତାଗିଦ୍
  • ||
  • ଭଦ୍ରକ : ଓଲଗରେ ପାଞ୍ଚଶହ ବର୍ଷର ପୁରାତନ ପରମ୍ପରା ଲାଖବିନ୍ଧା ଅନୁଷ୍ଠିତ, ଶହଶହ ଲୋକଙ୍କ ଭିଡ଼
  • ||
  • ଭୋଗରାଇ : ୬ ଦଫା ଦାବି ନେଇ ଲକ୍ଷ୍ମୀ ବସ୍ ଡ୍ରାଇଭରଙ୍କ ଆନ୍ଦୋଳନ, ବସ୍ ଚଳାଚଳ ଠପ
  • ||
  • ଉଦଳା : ସିସିଟିଭିରେ ଶାଢ଼ୀ ଢାଙ୍କି ଲୁଟ୍‌, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ବିଣିକା : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍‌, ୨ ମୃତ
  • ||
  • ଭୁବନେଶ୍ୱରରେ ଭସାଣି ପାଇଁ ଟ୍ରାଫିକ କଟକଣା, ବାଣୀବିହାରରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତା ସିଲ୍‌
  • ||
  • ଚୌଦ୍ୱାର : ସିରିଜ୍ ଚୋରି ଘଟଣାର ପର୍ଦ୍ଦାଫାସ, ୩ ଗିରଫ
  • ||
  • ସାଲେପୁର : କେନାଲରେ ବୁଡି ବୃଦ୍ଧ ମୃତ, ପୋଲିସର ତଦନ୍ତ ଜାରି
  • ||
  • ସରିଲା ଦୁର୍ଗାପୂଜା; ଆଜି ମା' ନେବେ ମାଲାଣି, ଭସାଣି ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି
  • ||
  • କଟକରେ ଭସାଣି ଉପଲକ୍ଷେ ଟ୍ରାଫିକ କଟକଣା ଲାଗୁ, ପ୍ରେସ୍ ରିଲିଜ ଜରିଆରେ ସୂଚନା
  • ||
  • କାମାକ୍ଷାନଗର : ଡିଭାଇଡରରେ ପିଟିହୋଇ ଓଲଟିଲା ଗାଡି; ଜଣେ ଗୁରୁତର, ୩ଆହତ
  • ||

ମୋମୋ ପାଇଁ ଯୁବତୀ ହଟହଟା; ଫୋନ୍‌ ପେ'ର ନକଲି ସ୍କ୍ରିନ୍‌ ସଟ୍‌ ଦେଖାଇ ପଳାଉଥିଲେ, ଧରାପଡ଼ିଲେ

ଚନ୍ଦ୍ରଶେଖରପୁର, ୨୫।୯: ମୋମୋ ଦୋକାନକୁ ଜଣେ ଯୁବତୀ ଆସିଲେ । ୨ ପ୍ଲେଟ୍‌ ଖାଇଲେ, ୨ ପ୍ଲେଟ୍‌ ପାର୍ସଲ ବାନ୍ଧିଲେ । କ୍ୟାସ୍‌ ନଥିବାରୁ ଫୋନ୍‌ ପେ ଜରିଆରେ ଟଙ୍କା ଦେବାକୁ କହିଲେ । ବାରକୋର୍ଡ ସ୍କାନରରେ ସ୍କାନ କଲେ । ଭିଡ଼ ସୁଯୋଗରେ ପଳାଇଗଲେ । ଏପଟେ ଆକାଉଣ୍ଟକୁ ଟଙ୍କା ନଆସିଥିବା ଜାଣି ଦୋକାନୀ ପିଛା କରି ଅଧା ବାଟରେ ଯୁବତୀଙ୍କୁ ଧରି ପକାଇଲେ । ତା’ପରେ ଯୁବତୀଙ୍କ ଅକଲଗୁଡୁମ୍‌ । ଏମିତି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି ଇନଫୋସିଟି-ପଟିଆ ରାସ୍ତାରେ । ମଙ୍ଗଳବାର ଅପରାହ୍ଣ ୫ଟା ହେବ । 

ଶୈଳଶ୍ରୀ ବିହାର ରଙ୍ଗେଶ୍ୱର ନଗର ପଟୁ ଜଣେ ଯୁବତୀ ଇନଫୋସିଟି ରାସ୍ତା କଡ଼ରେ ଥିବା ଏକ ମୋମୋ ଦୋକାନକୁ ଆସିଥିଲେ । ଦୋକାନୀଙ୍କୁ କେଉଁ କେଉଁ ମୋମୋ ଅଛି ପଚାରିଥିଲେ । ଭେଜ୍‌, ପନିର,ଚିକେନ୍‌ ଓ କେଏଫ୍‌ସି ମୋମୋ ଅଛି ବୋଲି ଦୋକାନୀ ଜଣଙ୍କ କହିଥିଲେ । ମଙ୍ଗଳବାର ଥିବାରୁ ପ୍ରଥମେ ପନିର ମୋମୋ ଅର୍ଡର କରିଥିଲେ । ଖାଇବା ସାରିବା ପରେ ଆଉ ଏକ ପ୍ଲେଟ୍‌ କେଏଫ୍‌ସି ମୋମୋ ଅର୍ଡର କରିଥିଲେ । ମୋମୋ ଭଲ ହୋଇଥିବା ତାରିଫ କରି ୨ ପ୍ଲେଟ୍‌ ପନିର ମୋମୋ ପାର୍ସଲ କରିବାକୁ କହିଥିଲେ । ଦୋକାନୀ ଗରମ ଗରମ ମୋମୋ ପଲିଥିନରେ ଭର୍ତ୍ତି କରି ଦେଇଥିଲେ । ଖାଇବା ଓ ପାର୍ସଲ ବାବଦକୁ ମୋଟ୍‌ ୧୫୦ ଟଙ୍କା ହୋଇଥିଲା । ଏହି ସମୟରେ ଯୁବତୀ ଦୋକାନୀଙ୍କୁ କହିଥିଲେ ପାଖରେ କ୍ୟାସ ନାହିଁ ଫୋନ୍‌ ପେ’ରେ ଟଙ୍କା ଟଙ୍କା ଦେବେ । ଦୋକାନୀ ତାଙ୍କୁ ଏକ ସ୍କାନର ଦେଖାଇଥିଲେ । ସେ ସେଥିରେ ସ୍କାନ କରିଥିଲେ । ମିଛ ସ୍କ୍ରିନ୍‌ ସଟ୍‌ ଦେଖାଇ ଟଙ୍କା ଯାଇଥିବା କହିଥିଲେ । 

ଏହି ସମୟରେ ଅନ୍ୟ ୫ ଜଣ ଛାତ୍ରଛାତ୍ରୀ ଖାଇବାକୁ ଆସିଥିଲେ । ଏହି ସୁଯୋଗରେ ଯୁବତୀ ସେଠାରୁ ଚମ୍ପଟ ମାରିଥିଲେ । ଦୋକାନୀଙ୍କ ମନରେ ସନ୍ଦେହ ହୋଇଥିଲା । ସେ ମୋବାଇଲ ଦେଖିବା ପରେ ଜାଣିବାକୁ ପାଇଥିଲେ ଆକାଉଣ୍ଟକୁ ଟଙ୍କା ଆସିନାହିଁ । ପାଖ ଦୋକାନୀଙ୍କୁ ସେଠାରେ ଠିଆ କରି ଯୁବତୀଙ୍କ ପିଛା କରିଥିଲେ । ସିପେଟ୍‌ କଲେଜ ନିକଟରେ ତାଙ୍କୁ ଅଟକାଇଥିଲେ । ଫୋନ୍‌ ପେ ରେ ଟଙ୍କା ଆସିନାହିଁ, ତୁରନ୍ତ ଟଙ୍କା ଦିଅ ବୋଲି ଦୋକାନୀ କହିଥିଲେ । ଟଙ୍କା ନଦେଲେ ପୁଲିସକୁ ଡାକିବେ ବୋଲି ଦୋକାନୀ ଜଣଙ୍କ କହିଥିଲେ । ଏହା ଦେଖି ସେହି ବାଟ ଦେଇ ଯାଉଥିବା କିଛି ଲୋକ ଅଟକି ଯାଇଥିଲେ । ଭିଡ଼ ଦେଖି ନିଜ ଭୁଲ ମାନିଥିଲେ ଯୁବତୀ । ହଷ୍ଟେଲରୁ ତାଙ୍କର ଜଣେ ବାନ୍ଧବୀଙ୍କ ପାଖରୁ ଟଙ୍କା ଆଣି ମୋମୋ ଦୋକାନୀଙ୍କୁ ଦେଇଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.