ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଆମରଣ ଅନଶନରେ ବସିଥିବା ଦିଲ୍ଲୀ ମନ୍ତ୍ରୀ ଆତିଶୀଙ୍କ ବିଗିଡିଲା ସ୍ବାସ୍ଥ୍ୟବସ୍ଥା, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୨୫/୬:ଦିଲ୍ଲୀ ମନ୍ତ୍ରୀ ଆତିଶୀଙ୍କ ବିଗିଡିଲା ସ୍ବାସ୍ଥ୍ୟବସ୍ଥା । ହରିୟାଣା ସରକାର ଦିଲ୍ଲୀକୁ ଆବଶ୍ୟକ ମାତ୍ରାରେ ଜଳ ଛାଡିବା ଦାବିରେ ଆମରଣ ଅନଶନରେ  ଦିଲ୍ଲୀ ମନ୍ତ୍ରୀ ଆତିଶୀ ବସିଥିବା ବେଳେ ସେ ଅସୁସ୍ଥ ହୋଇଛନ୍ତି । ଏନେଇ ତାଙ୍କୁ ଆଜି ଦିଲ୍ଲୀର ଜୟପ୍ରକାଶ ନାରାୟଣ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ୨୨ ତାରିଖରୁ ଆତିଶୀ ହରିୟାଣା ସରକାର ଦିଲ୍ଲୀକୁ ପର୍ଯ୍ୟାପ୍ତ ପରିମାଣର ଜଳ ଛାଡିବା ଦାବିରେ ଆମରଣ ଅନଶନ ଆରମ୍ଭ କରିଥିଲେ । ଏବେ ତାଙ୍କ ଶରୀରରେ ଗ୍ଲୁକୋଜ ମାତ୍ରା କମିବା ଫଳରେ ସେ ଦୁର୍ବଳ ହୋଇପଡିଛନ୍ତି । ତାଙ୍କୁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଚିକିତ୍ସା କରୁଛି ।

ସେପଟେ ଆମ୍ ଆଦମୀ ପାର୍ଟି କହିଛି, ଆତିଶୀ ଦିଲ୍ଲୀବାସୀଙ୍କ ଅଧିକାର ପାଇଁ ନିଜ ଜୀବନକୁ ବାଜି ଲଗାଇ ଆନ୍ଦୋଳକୁ ଓହ୍ଲାଛନ୍ତି। ତେବେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍‌ର ସୂଚନା ଅନୁସାରେ,ତାଙ୍କ ଶରୀରରେ ରକ୍ତଚାପ ସହ ଗ୍ଲୁକୋଜର ମାତ୍ରା ମଧ୍ୟ ହ୍ରାସ ପାଇଛି । ତେଣୁ ସେ ସଙ୍ଗୀନ ସ୍ଥିତିରେ ଥିବା ସୂଚନା ଦେଇଛନ୍ତି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.