ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘କେଜ୍ରିଓ୍ବାଲଙ୍କ ଘରେ ମୋତେ ମାରପିଟ୍‌ ହୋଇଛି’: ଦିଲ୍ଳୀ ପୋଲିସକୁ ଆସିଲା ସ୍ବାତୀ ମାଲିଓ୍ବାଲଙ୍କ ଫୋନ୍, ଯାଞ୍ଚ ପାଇଁ ପହଁଞ୍ଚିଲା ଟିମ୍

ନୂଆଦିଲ୍ଲୀ,୧୩।୫:  ଆମ୍ ଆଦମୀ ପାର୍ଟି (ଆପ୍)ର ରାଜ୍ୟସଭା ସାଂସଦ ସ୍ବାତି ମାଲିଓ୍ବାଲ ସୋମବାର ସିଲିଭ ଲାଇନ୍ ଥାନାରେ ପହଁଞ୍ଚିଥିଲେ ଓ ଖୁବ୍ ଗମ୍ଭୀର ଅଭିଯୋଗ କରିଛନ୍ତି। ସ୍ବାତୀ ମାଲିଓ୍ବାଲ ଅଭିଯୋଗ କରିଛନ୍ତି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବାସଭବନରେ ତାଙ୍କ ସହ ଖରାପ ବ୍ୟବହାର କରାଯାଇଛି। ସେ କେଜ୍ରିଓ୍ବାଲଙ୍କ ପର୍ସନାଲ ଷ୍ଟାଫ୍‌ଙ୍କ ଉପରେ ଅଭିଯୋଗ କରିଛନ୍ତି।ଦିଲ୍ଲୀ ପୋଲିସର ଜଣେ ଅଧିକାରୀ  ଏହି ସୂଚନା ଦେଇଛନ୍ତି। ପୋଲିସ ଅଧିକାରୀ ପିଟିଆଇକୁ ଏହି ସୂଚନା ଦେଇଛନ୍ତି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ପୋଲିସକୁ କୌଣସି ଲିଖିତ ସୂଚନା ମିଳିନଥିଲା।

ଅଧିକାରୀଙ୍କ କହିବା ଅନୁସାରେ, ମାଲିଓ୍ବାଲ ପିସିଆରକୁ କଲ୍‌ ମଧ୍ୟ କରିଥିଲେ ଓ ଝଗଡାର ଅଭିଯୋଗ କରିଥିଲେ। ସେ କହିଛନ୍ତି, ସକାଳ ପ୍ରାୟ ୧୦ଟା ବେଳେ ଦୁଇଟି କଲ୍ ଆସିଥିଲା। ସିଭିଲ ଲାଇନ୍ସ ଥାନାର ଏକ ଟିମ୍ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ତଦନ୍ତ ପାଇଁ ପହଁଞ୍ଚିଥିଲେ। ବର୍ତ୍ତମାନ ଦିଲ୍ଲୀ ପୋଲିସ, ସ୍ବାତୀ ମାଲିଓ୍ବାଲ, ଆପ୍‌ ପାର୍ଟି କିମ୍ବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପକ୍ଷରୁ କୌଣସି ବୟାନ ଜାରି କରାଯାଇ ନାହିଁ। 

ବିଜେପିର କିଛି ନେତାମାନେ ନିଶ୍ଚିତ ସୋସିଆଲ ମିଡିଆ ଉପରେ କେଜ୍ରିଓ୍ବାଲଙ୍କୁ ଘେରାଉ ଆରମ୍ଭ କରିଦେଇଛି। ବିଜେପି ନେତା ଅମିତ ମାଲବୀୟ ଏକ୍ସରେ ଲେଖିଛନ୍ତି, ଆପ୍‌ର ରାଜ୍ୟସଭା ସାଂସଦ ଓ ଦିଲ୍ଲୀ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷ ସ୍ବାତୀ ମାଲିଓ୍ବାନ ଗମ୍ଭୀର ଅଭିଯୋଗ କରିଛନ୍ତି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପିଏ ତାଙ୍କ ଉପରେ ଆକ୍ରମଣ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଫୋନ୍ କରିଥିଲେ।  ଉଲ୍ଲେଖନୀୟ ଯେ, ଗିରଫ ପରେ ସ୍ବାତୀ ମାଲିଓ୍ବାଲ ଚୁପ୍ ଥିଲେ।  ସେତେବେଳେ ସେ ଭାରତରେ ମଧ୍ୟ ନଥିଲେ ଓ ଦୀର୍ଘ ସମୟ ପର୍ଯ୍ୟନ୍ତ ଫେରିନଥିଲେ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.