ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଯୁବତୀଙ୍କ ପେଟରେ ଅସ୍ୱାଭାବିକ ଭାବେ ବଢୁଛି ମାଂସ ପେଣ୍ଡୁଳା, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଫିରିଙ୍ଗିଆ,୩୧/୫ :  ଅବିବାହିତ ଯୁବତୀଙ୍କ ପେଟରେ ଅସ୍ୱାଭାବିକ ଭାବେ ବଢି ଚାଲିଛି ମାଂସ ପିଣ୍ଡୁଳା I ଅପେରେସନ କରିବା ତ ଦୂରର କଥା ପେଟରେ ଯନ୍ତ୍ରଣା ହେଉଥିଲେ ମଧ୍ୟ ସାମାନ୍ୟ ଔଷଧ ଟିକିଏ ଖାଇବା ପାଇଁ ପାଖରେ ପଇସା ନାହିଁ I ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ଚିକିତ୍ସାରେ ଅର୍ଥ ସାଜୁଛି ବାଧକ I ସେପଟେ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ନା ପଞ୍ଜିକରଣ ହୋଇନଥିବାରୁ ମିଳୁନି ସ୍ୱାସ୍ଥ୍ୟ ସେବା I ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡ଼ା ପଞ୍ଚାୟତ ଅଧୀନରେ ଥିବା ବାକେପଙ୍ଗା ମାଣିଝିରି ଗାଁରେ I 

ସୂଚନା ଅନୁସାରେ ଏହି ବାକେପଙ୍ଗା ଗାଁରେ ବିଧବା ମା’ ଦିବାବତୀ କହଁର ଓ ତାଙ୍କ ଅବିବାହିତ ଝିଅ ସେବତୀ ରହି ଆସୁଛନ୍ତି  I ଦୀର୍ଘ ବର୍ଷ ହେବ ଦିବାବତୀଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବାବେଳେ ଏକ ଭଙ୍ଗା ଦଦରା କୁଡ଼ିଆ ଘରେ ଜୀବନ ଯାପନ କରି ଆସୁଛନ୍ତି ଦିବାବତୀ ଓ ତାଙ୍କ ଝିଅ ସେବତୀ I ତେବେ ଦିବାବତୀ କୁଲି ମଜୁରୀ କରି ଯାହା ଆଣନ୍ତି ସେତିକିରେ ମା’ ଝିଅ ପୋଷି ହୁଅନ୍ତି I କିଛିଦିନ ହେବ ଦିବାବତୀଙ୍କୁ ସରକାର ବିଧବା ଭତ୍ତା ୭୦୦ଟଙ୍କା ଦେଉଥିବା ବେଳେ କିଛି ଚାଉଳ ମଧ୍ୟ ଦେଇଆସୁଛନ୍ତି I ଯାହା ଦିବାବତୀଙ୍କ ପାଇଁ ସାହାରା ସାଜିଛି  I ଏବେ କିନ୍ତୁ ବିଧବା ଦିବାବତୀଙ୍କ ପାଇଁ ତାଙ୍କ ଅବିବାହିତ ଝିଅ ବୋଝ ହୋଇଯାଇଛି  I ତେବେ ଅବିବାହିତ ଝିଅ ପେଟରେ ଅସ୍ୱାବାଭିକ ଭାବେ ବଢୁଥିବା ମାଂସ ପିଣ୍ଡୁଳାର ଚିକିତ୍ସା କରିବାକୁ ଯାଇ ଦିବାବତୀ ବର୍ତ୍ତମାନ ସର୍ବସ୍ୱାନ୍ତ ହୋଇଯାଇଛନ୍ତି I 

ଅର୍ଥ ଅଭବାରୁ ଝିଅର ଚିକିତ୍ସା କରିପାରୁଛନ୍ତି ନା ପେଟକୁ ଦୁଇ ମୁଠା ଦାନା ଯୋଗାଡ଼ କରିପାରୁଛନ୍ତି I ପେଟରେ ସଦା ସର୍ବଦା ଯନ୍ତ୍ରଣା ହେଉଥିବାରୁ ମା’କୁ ସାହାଯ୍ୟ କରିବା ପରିବର୍ତ୍ତେ ନିଜେ ଶଯ୍ୟାଶାୟୀ ହୋଉପଡ଼ିଛନ୍ତି ସେବତୀ I ତେବେ ଦୁଇ ବର୍ଷ ତଳେ ହଠାତ ସେବତୀଙ୍କ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥିଲା  I ପ୍ରଥମେ ସେ ଚିକିତ୍ସା ପାଇଁ ଗୋଛାପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ I ଚିକିତ୍ସା ସମୟରେ ପେଟରେ ଏକ ମାଂସ ପିଣ୍ଡୁଳା ବଢୁଥିବା ଜଣାପଡ଼ିଥିଲା I ଡାକ୍ତର ଔଷଧ ଦେଲେ ଔଷଧ ମଧ୍ୟ ସେ ଖାଲିଲେ I କିନ୍ତୁ ମାଂସ ପିଣ୍ଡୁଳାଟି କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଲା I କଉଠୁ କେମିତି ଅର୍ଥ ଯୋଗାଡ଼ କରି ଝିଅକୁ ଭଲ କରିବା ଆଶାରେ ବ୍ରହ୍ମପୁର ବଡ଼ମେଡିକାଲକୁ ଗଲେ I 

ବ୍ରହ୍ମପୁର ମେଡ଼ିକାଲରେ ଡାକ୍ତର ଅପରେସନ କରିବା ପାଇଁ ନିର୍ଦେଶ ଦେଲେ I ଇତି ମଧ୍ୟରେ ଚାରି ବର୍ଷ ବିତି ଯାଇଥିବାବେଳେ ପେଟରେ ବଢୁଥିବା ମାଂସ ପିଣ୍ଡୁଳା ମଧ୍ୟ ବଢ଼ିବାରେ ଲାଗିଥିବାବେଳେ ଝିଅର ଚିକିତ୍ସା ପାଇଁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ସରି ସାରିଲାଣି I ସେପଟେ ଅପରେସନ ପାଇଁ ଅର୍ଥ ଯୋଗାଡ଼ କରିବା ଦିବାବତୀଙ୍କ ପାଇଁ ସମ୍ଭବ ହୋଇପାରୁନାହିଁ I ଝିଅର ଚିକିତ୍ସା ପାଇଁ ସ୍ଥାନୀୟ ବିଡ଼ିଓଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ପାଖରେ ମଧ୍ୟ ଗୁହାରୀ କରି ସାରିଲେଣି ଦିବାବତୀ । ତଥାପି କୌଣସି ସୁବିଧା ସୁଯୋଗ ମିଳିପାରୁନାହିଁ I ଏବେ ଭାଗ୍ୟକୁ ଆଦରି ଘରେ ପଡ଼ି ରହିଛନ୍ତି ଦିବାବତୀ ଓ ତାଙ୍କ ଅବିବାହିତ ଝିଅ ସେବତୀ I ସେପଟେ ବିଜୁ ସ୍ୱାସ୍ଥ୍ୟକାର୍ଡ଼ରେ ସେବତୀଙ୍କ ନା ପଞ୍ଜିକରଣ ହୋଇନଥିବାରୁ ଚିକିତ୍ସା ହୋଇପାରୁନାହିଁ I ଏହି ପରିସ୍ଥିତିରେ ଝିଅର ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗୁହାରୀ କରିଛନ୍ତି ସେବତୀଙ୍କ ବିଧବା ମା’ ଦିବାବତୀ I ଅନ୍ୟପଟେ ଗ୍ରାମବାସୀ ମଧ୍ୟ ସେବତୀଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଥିବାବେଳେ ପ୍ରଶାସନ ଯଦି ଏହି ଅସହାୟ ସେବତୀଙ୍କ ଚିକିତ୍ସା କରନ୍ତା ତା’ହେଲେ ଗୋଟିଏ ମୂଲ୍ୟବାନ ଜୀବନ ବଞ୍ଚି ଯାଆନ୍ତା ବୋଲି କହିଛନ୍ତି I

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.