ପ୍ରମୁଖ ଖବର
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଓଲିଉଡ୍‌ର ଆଉ ଏକ କଳି: ମାନସିକ ନିର୍ଯାତନା ଅଭିଯୋଗ ଆଣିଲେ ଅଭିନେତା ବୁଦ୍ଧାଦିତ୍ୟ, ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି ପ୍ରଯୋଜକ ପ୍ରୀତମ୍‌

କଟକ,୧୧/୦୪: କିଛି ଦିନ ବ୍ୟବଧାନ ପରେ ପୁଣି ସାମ୍ନାକୁ ଆସିଛି ଓଲିଉଡ୍‌ର ଆଉ ଏକ କଳି । ଏଥର ଲୋକପ୍ରିୟ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ପ୍ରଯୋଜକ ପ୍ରୀତମ୍‌ ସାହୁଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ବିନା କାରଣରେ ଦୀର୍ଘ ମାସ ହେଲା ପ୍ରୀତମ  ବିଭିନ୍ନ ସୋସିଆଲ୍‌ ମିଡିଆ ପ୍ଲାଟଫର୍ମରେ ତାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିବା ସହିତ ତାଙ୍କର  ସମ୍ମାନ ହାନି କରୁଛନ୍ତି । ଏହାକୁ ନେଇ ଦୀର୍ଘ  ଦିନ ହେଲା ସେ ମାନସିକ ନିର୍ଯାତନା ମଧ୍ୟରେ  ରହୁଥିଲାବେଳେ ଏନେଇ ବିଡ଼ାନାସୀ ଥାନାରେ  ଲିଖିତ ଅଭିଯୋଗ ଦେଇଥିବା ବୁଦ୍ଧାଦିତ୍ୟ ମହାନ୍ତି ବିଜୁ ପଟ୍ଟନାୟକ ଛକ ସ୍ଥିତ ବାସଭବନରେ  ଏକ ସାମ୍ବାଦିକ ସମ୍ମିଳନୀରେ  ସୂଚନା ଦେଇଛନ୍ତି । 

ଅଭିଯୋଗ ଅନୁସାରେ,  ଦୀର୍ଘ ବର୍ଷ ହେଲା ଅଭିନୟ  କ୍ଷେତ୍ରରେ ଦର୍ଶକ ମନ  ଜିଣି ଆସୁଛନ୍ତି ଅଭିନେତା  ବୁଦ୍ଧାଦିତ୍ୟ ମହାନ୍ତି ।  ନିକଟରେ ଡେଲିଭରି ବୟ ନାମକ ଫିଲ୍ମ  ତାଙ୍କର ସୁପରହିଟ୍‌ ହୋଇଛି । ୨୦୨୩  ଡିସେମ୍ବର ମାସରେ ଡେଲିଭରି ବୟର ଏକ  ଗୀତ ଇନ୍‌ଷ୍ଟାଗ୍ରାମରେ  ବୁଦ୍ଧାଦିତ୍ୟ ଅପ୍‌ଲୋଡ୍‌  କରିଥିଲେ । ବିନା କାରଣରେ  ପ୍ରଯୋଜକ ପ୍ରୀତମ୍‌ ତାଙ୍କୁ  ଆକ୍ଷେପ କରି କମେଣ୍ଟ୍‌  ଦେଇଥିଲେ । ଏହାପର  ଠାରୁ ଧୀରେ ଧୀରେ  ପ୍ରୀତମ୍‌ଙ୍କ ଏହି ବ୍ୟକ୍ତିଗତ  ଆକ୍ଷେପ ବଢି ଚାଲିଥିଲା ।  ବିଭିନ୍ନ ସୋସିଆଲ୍‌ ମିଡିଆ ପ୍ଲାଟଫର୍ମରେ  ତାଙ୍କୁ ତାତ୍ସଲ୍ୟ କରି ମନ୍ତବ୍ୟ ଦେଇଥିଲେ ।  ତାଙ୍କ ସହିତ ପରିବାର ସଦସ୍ୟଙ୍କ ସମ୍ବନ୍ଧରେ ମଧ୍ୟ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି । ଏଭଳି  ବାରମ୍ବାର ହେବାରୁ ବୁଦ୍ଧାଦିତ୍ୟ ବିଡ଼ାନାସୀ  ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । 

ଏ  ନେଇ ବୁଦ୍ଧାଦିତ୍ୟ କହିଛନ୍ତି, ବିନା କାରଣରେ  ସେ ଦୀର୍ଘ ମାସ ହେଲା ମାନସିକ ନିର୍ଯାତନା  ଦେଉଛନ୍ତି । ଅସହ୍ୟ ହେବାରୁ ଆଜି ମୁଁ ଆଇନ୍‌  ଓ ଗଣମାଧ୍ୟମ ସାମ୍ନାକୁ ଆସିଛି । ଏ ସମ୍ପର୍କରେ  ସଂଘ ଅବଗତ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କେହି  ସ୍ୱର ଉଠାଇ ନାହାନ୍ତି ବୋଲି ବୁଦ୍ଧାଦିତ୍ୟ ତାଙ୍କ  ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଏ ସଂପର୍କରେ  ପ୍ରତିକ୍ରିୟା ପାଇଁ ପ୍ରୀତମ୍‌ଙ୍କ ସହିତ ଯୋଗାଯୋଗ  କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.