ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲୋକସଭା ନିର୍ବାଚନ ୨୦୨୪,ରିତେଶ ଓ ଜେନିଲିଆ ଦେଲେ ଭୋଟ

ମୁମ୍ବାଇ,୭।୬:ଲୋକସଭା ନିର୍ବାଚନ ୨୦୨୪ ନେଇ ସରଗରମ  ରାଜନୈତିକ ମାହୋଲ । ଏହାରି ମଧ୍ୟରେ ବର୍ତ୍ତମାନ ୨ଟି ମତଦାନ ପର୍ଯ୍ୟାୟ ସରିଥିବା ବେଳେ ଆଜି ୩ୟ ପର୍ଯ୍ୟାୟ ହୋଇଛି । ଏନେଇ ବଲିଉଡ ଅଭିନେତା ରିତେଶ ଦେଶମୁଖ ଏବଂ ପତ୍ନୀ ତଥା ଅଭିନେତ୍ରୀ ଜେନିଲିଆ ଦେଶମୁଖଙ୍କ ସହିତ ତାଙ୍କ ପୂରା ପରିବାର ଭୋଟ୍ ଦେଇଛନ୍ତି । ମହାରାଷ୍ଟ୍ରର ଲାତୁର ଅଞ୍ଚଳରେ  ପରିବାର ସହ  ଭୋଟ ଦେଇଛନ୍ତି ରିତେଶ ।

ଆଜି ଜେନିଲିଆ ଦେଶମୁଖ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ତାଙ୍କ ସ୍ୱାମୀ ରିତେଶ ଏବଂ ଶାଶୁ ବୈଶାଲୀଙ୍କ ସହ ନଜର ଆସିଛନ୍ତି ।  ପାରିବାରିକ ଫଟୋ ସେୟାର କରି ଜେନେଲିଆ କ୍ୟାପସନରେ ଲେଖିଛନ୍ତି,'ନିଜ ପାଇଁ ଭୋଟ୍ ଦିଅ, ତୁମର ଭବିଷ୍ୟତ ପାଇଁ ଭୋଟ୍ ଦିଅ, ନିଜ ଦେଶକୁ ଭୋଟ୍ ଦିଅ ।'

ଭୋଟ୍ ଦେବା ପରେ  ରିତେଶ ଦେଶମୁଖ ଗଣମାଧ୍ୟମ ସହ କଥା ହୋଇ ସେ କହିଛନ୍ତି, 'ମୁଁ ଭୋଟ୍ ଦେବା ପାଇଁ ମୁମ୍ବାଇରୁ ଲାତୁର ଆସିଥିଲି । ସମସ୍ତେ ନିଜ ଘରୁ ବାହାରି ଭୋଟ୍ ଦେବା ଉଚିତ । ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ସମସ୍ତେ ଭୋଟ୍ ଦେବା ଜରୁରୀ ।' ସେହିପରି ଜେନେଲିଆ ଦେଶମୁଖ ମଧ୍ୟ ଗଣମାଧ୍ୟମକୁ କଥାବାର୍ତ୍ତା କରି ଲୋକଙ୍କୁ ଭୋଟ୍ ଦେବାକୁ ଉତ୍ସାହିତ କରି କହିଛନ୍ତି ଯେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଏବଂ ମୁଁ ଭାବୁଛି ଆଜି ସମସ୍ତେ ଭୋଟ୍ ଦେବା ଉଚିତ ।

ସୂଚନା ଥାଉ କି, ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ୯୩ ଟି ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ହେଉଛି । ଯେଉଁଥିରେ ୧୦ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ରହିଛି । ୧୩୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ପ୍ରାର୍ଥୀଙ୍କ ମଧ୍ୟରେ ୧୨୦ ଜଣ ମହିଳା ରହିଛନ୍ତି । ତେବେ ପ୍ରଥମ ଦୁଇ ପର୍ଯ୍ୟାୟରେ ମଧ୍ୟ ସାଉଥରୁ ବଲିଉଡ ତାରକା ଭୋଟ ଦେଇଥିଲେ। ସମସ୍ତ ତାରକା ଫ୍ୟାନ୍ସଙ୍କୁ ଏହି ଗଣତନ୍ତ୍ର ପର୍ବରେ ସାମିଲ ହୋଇ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ।

  • prameyanews
  • General Election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.