ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦୁର୍ଘଟଣାରେ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀଙ୍କ ଭାଙ୍ଗିଲା ହାତ, ଇନ୍‌ଷ୍ଟାରେ ସୂଚନା ଦେଲେ ସ୍ୱାମୀ ବିବେକ ଦହିୟା

ମୁମ୍ବାଇ ୨୦/୦୪: ଦୁର୍ଘଟଣାର ଶିକାର ହୋଇଛନ୍ତି ଲୋକପ୍ରିୟ ଟେଲିଭିଜନ୍‌ ଅଭିନେତ୍ରୀ  ଦିବ୍ୟଙ୍କା ତ୍ରିପାଠୀ । ଉଚ୍ଚରୁ ପଡ଼ି ତାଙ୍କ ବାହୁର ଦୁଇଟି ହାଡ଼ ଭାଙ୍ଗିଯାଇଛି । ସେଥିପାଇଁ ସଙ୍ଗେସଙ୍ଗେ ତାଙ୍କର ସର୍ଜରି  କରିବାକୁ ପଡ଼ିଛି । ତାଙ୍କ ସ୍ୱାମୀ ବିବେକ ଦହିୟା ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌ ମାଧ୍ୟମରେ  ଏ ବିଷୟରେ ଜଣାଇଛନ୍ତି । ପ୍ରଶଂସକଙ୍କ  ଭଲପାଇବା ଓ ସ୍ନେହ ଯୋଗୁ ସେ  ଖୁବ୍‌ଶୀଘ୍ର ଭଲ ହୋଇଯିବେ ବୋଲି  ବିବେକ କହିଛନ୍ତି । କିଛି ମାସ  ତଳେ ଦିବ୍ୟଙ୍କାଙ୍କର ଲିଗାମେଣ୍ଟ୍‌ ସର୍ଜରି ହୋଇଥିଲା । ଏ ବିଷୟରେ ମଧ୍ୟ ସେ ସୋସିଆଲ ମିଡିଆରେ  ସେ ସୂଚନା ଦେଇଥିଲେ । ସର୍ଜରି ହେବା ପରଠୁ  ସୁସ୍ଥ ହେବା ପର୍ଯ୍ୟନ୍ତର ଯାତ୍ରା ସେ ନିକଟରେ  ଶେୟାର କରିଥିଲେ ।  

ଟେଲିଭିଜନ୍‌ର ଶୀର୍ଷ  ଅଭିନେତ୍ରୀ ତାଲିକାରେ ଦିବ୍ୟଙ୍କାଙ୍କ ନାଁ ରହିଛି । ‘ୟେ  ହୈ ମୋହବତେଁ’, ‘ବନୁ  ମେଁ ତେରି ଦୁଲହନ୍‌’,  ‘ଚିଣ୍ଟୁ ଚିଙ୍କି ଔର୍‌ ଏକ ବଡ଼ି  ସି ଲଭ୍‌ ଷ୍ଟୋରୀ’ ଭଳି  ଅନେକ ଧାରାବାହିକରେ  ସେ ମୁଖ୍ୟ ଭୂମିକା  ନିର୍ବାହ କରିଛନ୍ତି । ଏବେ  ସେ ୱେବ୍‌ ସିରିଜ୍‌  ‘ଅଦୃଶ୍ୟମ୍‌’ରେ ନଜର  ଆସୁଛନ୍ତି । ଏଥିରେ  ସେ ଇନ୍‌ସପେକ୍ଟର  ପାର୍ବତୀ ସେହଗଲ  ଭୂମିକା ନିର୍ବାହ  କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.