ଚନ୍ଦାହାଣ୍ଡି ,୧୧।୮ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ତିଲିମାଳ ସ୍ଥିତ ଶିଳ୍ପ ତାଲିମ୍ କେନ୍ଦ୍ର ଅତିରିକ୍ତ ଶିଳ୍ପ ତାଲିମ୍ କେନ୍ଦ୍ର ନିର୍ଦେଶକ ଜ୍ୟୋତି ରଞ୍ଜନ ଦାଶ ରବିବାର ପରିଦର୍ଶନ କରିଛନ୍ତି। ଶିଳ୍ପ ତାଲିମ୍ କେନ୍ଦ୍ରର ବିଭିନ୍ନ ସମସ୍ୟା ଏବଂ ଏହାର ବ୍ୟବସ୍ଥା ଉପରେ ଅନୁଧ୍ୟାନ କରିଥିଲେ। ଶିଳ୍ପ ତାଲିମ୍ କେନ୍ଦ୍ରରେ ବିଭିନ୍ନ ବିଭାଗରେ ଛାତ୍ର ଛାତ୍ରୀ କମ ସଂଖ୍ୟାରେ ନାମ ଲେଖାଇଥିବା ନେଇ ଉଦବେଗ ପ୍ରକାଶ କରିଥିଲେ।
ଚନ୍ଦାହାଣ୍ଡି ବ୍ଲକରେ ଛାତ୍ରଛାତ୍ରୀ ଶିଳ୍ପ ତାଲିମ୍ ପ୍ରତି ଆଗ୍ରହ ପ୍ରକାଶ ନ କରିବା କାରଣ କଣ ବୋଲି ଶିଳ୍ପ ତାଲିମ୍ କେନ୍ଦ୍ରର ଅଧ୍ୟକ୍ଷ ଇଂ ରଞ୍ଜନ କୁମାର ପରିଡା ଏବଂ ବୈଷୟିକ ଅଧିକାରୀ ମାନଗୋବିନ୍ଦ ବାଗଙ୍କୁ ପଚାରି ବୁଝିଥିଲେ l ଶିଳ୍ପ ତାଲିମ୍ କେନ୍ଦ୍ରରେ ବର୍ତ୍ତମାନ ସୁଧ୍ୟା ଶିକ୍ଷାଦାନ ଦେବା ପାଇଁ ପ୍ରଯ୍ୟାପ୍ତ ପରିମାଣରେ ବିଭିନ୍ନ ଟ୍ରେଡ଼ରେ ଅଧ୍ୟାପକ ପଦବୀ ଖାଲି ପଡିଥିବା, ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ ଷ୍ଟଡି ଟୁର ନେବା ଏବଂ ଯାତାୟତ ପାଇଁ ଏକ ମିନିବସର ବ୍ୟବସ୍ଥା ନ ଥିବାରୁ ଏଠାରେ ଛାତ୍ରଛାତ୍ରୀମାନେ ତାଲିମ୍ ନେବାରେ ଆଗ୍ରହ ପ୍ରକାଶ କରୁ ନାହାନ୍ତି l ଏଠାରେ ଅଧ୍ୟାପକ ପଦବୀ ପୂରଣ ସହ ତୁରନ୍ତ ଏକ ମିନିବସ ର ବ୍ୟବସ୍ଥା କରିବାକୁ ଅତିରକ୍ତ ନିର୍ଦେଶକ ଶ୍ରୀ ଦାଶ କୁ ଅନୁରୋଧ କରାଯାଇ ଥିଲା l ତାଲିମ୍ କେନ୍ଦ୍ର ର ସମସ୍ତ ଲ୍ୟାବ ବୁଲି ଦେଖିଥିଲେ। ତାଲିମ୍ କେନ୍ଦ୍ର ରେ ଶିକ୍ଷାଦାନ ନେବାପାଇଁ ଛାତ୍ର ଛାତ୍ରୀ ଙ୍କୁ ଆକୃଷ୍ଟ କରିବାକୁ ସେ ଅଧ୍ୟକ୍ଷ ଇଂ ରଞ୍ଜନ ପରିଡା ଏବଂ ବୈଷୟିକ ଅଧିକାରୀ ମାନଗୋବିନ୍ଦ ବାଗଙ୍କୁ ନିର୍ଦେଶ ଦେଇଥିଲେ l ଖୁବ ଶୀଘ୍ର ଏଠାରେ ଅଧ୍ୟାପକ ପଦବୀ ପୂରଣ ପାଇଁ ଚେଷ୍ଟା କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇ ଥିଲେ l