ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମସଜିଦ ଭାଙ୍ଗୁଥିବା ଲୋକଙ୍କୁ ମିଳିଲା ଭାରତ ରତ୍ନ,ଏହି ସରକାରଠାରୁ ଏଭଳି ହିଁ ଆଶା ରହିଛି : ବର୍ଷିଲେ ମୁସଲମାନ ନେତା

ନୂଆଦିଲ୍ଲୀ,୩।୨:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ସମ୍ମାନ ଦେବାର ଘୋଷଣା କରାଯାଇଛି। ଏହି ଖବରକୁ ନେଇ ଯେଉଁଠି କିଛି ଲୋକ ଖୁସି ପ୍ରକାଶ କରିଛନ୍ତି, ଅନ୍ୟପକ୍ଷେ ଜମାତ-ଇ-ଇସ୍ଲାମ ହିନ୍ଦର ନେତା ଅସନ୍ତୋଷ ପ୍ରକାଶ କରିଛନ୍ତି। ଜମାତର ଉପାଧ୍ୟକ୍ଷ ମଲିକ ମୋହତାସିମ୍ ଖାନ୍ କହିଛନ୍ତି, ବର୍ତ୍ତମାନର ସରକାରଙ୍କଠାରୁ ଏଭଳି ହିଁ ଆଶା ଥିଲା। ବାବ୍ରି ମସଜିଦ୍‌କୁ ଭାଙ୍ଗି ଥିବା ଲୋକଙ୍କୁ ପୁରଷ୍କାର ଦେବେ।

୬ ଡିସେମ୍ବର ୧୯୯୨ ରେ ଅଯୋଧ୍ୟାରେ ବିବାଦୀୟ ବାବ୍ରି ମସଜିଦର ଢାଞ୍ଚା ବିଶ୍ବ ହିନ୍ଦୁ ପରିଷଦ, ବଜରଙଗ ଦଳ, ରାଷ୍ଟ୍ରୀୟ ସ୍ବଂୟସେବକ ସଂଘର କର୍ମୀଙ୍କ ସହିତ କାରସେବା ପାଇଁ ଶତାଧିକ ଭିଡ ଏକାଠି ହୋଇ ଏହାକୁ ଭାଙ୍ଗି ଦେଇଥିଲେ ଓ ଏପରିକି ସେଠାରେ ମନ୍ଦିର ତିଆରି କରି ଦିଆଗଲା। ଏହି ମାମଲାରେ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ମୂରଲୀ ମନୋହର ଯୋଶୀ,ଉମା ଭାରତୀ, ବିନୟ କଟିୟାରଙ୍କ ସହିତ ୪୯ ଲୋକଙ୍କୁ ଅଭିଯୁକ୍ତ କରାଯାଇଥିଲା। ପରେ ଶୁଣାଣି ବେଳେ ୧୭ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା, ସେଭଳି ବାକି ୩୨ ଅଭିଯୁକ୍ତଙ୍କୁ କୋର୍ଟ ୨୦୨୦ ରେ ମୁକ୍ତ କରିଦେଇଥିଲେ। କୋର୍ଟ ନିଜ ରାୟରେ କହିଥିଲେ, ବାବ୍ରି ଧ୍ବଂସ କରିବା ଏକ ଷଡଯନ୍ତ୍ର ନଥିଲା, ବଂର ଏହା ହଠାତ ହୋଇଥିଲା।

ଆଡଭାନୀ ରାମ ମନ୍ଦିର ନିର୍ମାଣ ପାଇଁ ଆନ୍ଦୋଳନକୁ ଆଗେଇ ନେଇଥିବା ପ୍ରମୁଖ ନେତାଙ୍କ ଭିତରୁ ଜଣେ ଥିଲେ। ସେ ୨୫ ସେପ୍ଟେମ୍ବର ୧୯୯୦ ରେ ସୋମନାଥଙ୍କୁ ନେଇ ଅଯୋଧ୍ୟ ପର୍ଯ୍ୟନ୍ତ ରାମ ରଥଯାତ୍ରା ବାହାର କରିଥିଲେ, କିନ୍ତୁ ବିହାରରେ ଲାଲୁ ଯାଦବଙ୍କ ସରକାର ୨୩ ଅକ୍ଟୋବର ୧୯୯୦ ରେ ସମସ୍ତିପୁରରେ ତାଙ୍କୁ ଗିରଫ କରିନିଆଯାଇଥିଲା। ଗତ ମାସ ଅଯୋଧ୍ୟାରେ ନବନିର୍ମିତ ଭବ୍ୟ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା। ଆଡଭାନୀ ଭାରତ ରତ୍ନର ସର୍ବୋଚ୍ଚ ସମ୍ମାନ ରାମ ମନ୍ଦିର ଆନ୍ଦୋଳନ ପାଇଁ ତାଙ୍କୁ କରାଯାଇଥିବା ଚେଷ୍ଟା ଓ ତ୍ୟାଗର ସମ୍ମାନ ବୋଲି ମନେ କରାଯାଉଛି। 

ତେବେ ଜମାତ-ଇ-ଇସ୍ଲାମୀ ହିନ୍ଦୁ ଏହା ପସନ୍ଦ ଆସିନି। ଉତ୍ତର ପ୍ରଦେଶର ବାରଣାସୀ ଜିଲ୍ଲାରେ ଜ୍ଞାନବ୍ୟାପୀ ପରିସରର ତହଖାନାର ପୂଜା ପାଇଁ ଖୋଲିବା ନେଇ ଜିଲ୍ଳା ଅଦାଲତଙ୍କ ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ଦେଇ ଓ ଏହା ବିରୋଧରେ ସ୍ବର ଉତ୍ତୋଳନ କରିବା ପାଇଁ ଜମାତ୍ ନେତା ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ। ଏହି ସମୟରେ ଆଡଭାନୀଙ୍କ ଉପରେ ମଧ୍ୟ ପ୍ରତିକ୍ରିୟା ଦେଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.