ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଫଗାନିସ୍ତାନରେ ପ୍ରଳୟଙ୍କରୀ ବନ୍ୟା: ହଜାର ହଜାର ଘର ପ୍ରଭାବିତ, ବଢ଼ିଚାଲିଛି ମୃତ୍ୟୁ ସଂଖ୍ୟା

କାବୁଲ: ଆଫଗାନିସ୍ତାନରେ ବନ୍ୟା ବିତ୍ପାତ । ଦେଶର ଗୋଟିଏ ପ୍ରଦେଶରେ ୨୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ବାଗଲାନ୍‌ ପ୍ରଦେଶରେ ହଜାର ହଜାର ଘର ଧ୍ବଂସ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି ବୋଲି ଶନିବାର ଦିନ ଜାତିସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଶୁକ୍ରବାର ପ୍ରବଳ ବର୍ଷା ହେବା ପରେ ପ୍ରଳୟଙ୍କରୀ ବନ୍ୟା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ବାଗଲାନି ଜାଡିଡ୍‌ ଜିଲ୍ଲାରେ ୧୫୦୦ ଘର ବନ୍ୟା ଜଳରେ ଭାସିଯାଇଥିବା ବେଳେ ୧୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି ବୋଲି ଆଫଗାନିସ୍ତାନର ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ତଥ୍ୟରୁ ଜଣାପଡ଼ିଛି । 

ସେପଟେ ଶୁକ୍ରବାର ରାତି ସୁଦ୍ଧା‌ ୬୨ ଲୋକଙ୍କ ଜୀବନ ଯାଇଥିବା ନେଇ ତାଲିବାନ ସରକାର ସୂଚନା ଦେଇଥିଲେ । ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଥିଲେ, ‘ପ୍ରାକୃତିକ ବିପର୍ଯ୍ୟୟ ଆମର ଶତାଧିକ ଲୋକଙ୍କ ଜୀବନ ନେଇଛି ।’ ଦେଶର ବିଭିନ୍ନ ପ୍ରଦେଶ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ଉତ୍ତର ଟାଖର ପ୍ରଦେଶରେ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।

ସେପଟେ ପ୍ରଭାବିତ ଅଞ୍ଚଳରେ ଉଦ୍ଧାରକାରୀ ଦଳଙ୍କୁ ମୁତୟନ କରାଯାଇଛି । ବନ୍ୟା ପୀଡ଼ିତଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ସେହିଭଳି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ତେବେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବେ ସାରା ବିଶ୍ବକୁ ପ୍ରଭାବିତ କରିଥିବା ବେଳେ ଆଫଗାନିସ୍ତାନ ଏଥିରୁ ବର୍ତ୍ତିପାରି ନାହିଁ । ଦୀର୍ଘ ବର୍ଷ ଧରି ଯୁଦ୍ଧ ଏବଂ ଗରିବୀରେ ପେଶି ହେଉଥିବା ଆଫଗାନିସ୍ତାନ ଗ୍ଲୋବାଲ ଓ୍ବାର୍ମିଂ ସହ ମୁକାବିଲା କରିବାକୁ ପ୍ରସ୍ତୁତ ନାହିଁ ବୋଲି ବୈଜ୍ଞନିକମାନେ କହିଥିଲେ । ନିକଟରେ ମରୁଭୂମି ଦେଶ ୟୁଏଇର ରାଜଧାନୀ ଦୁବାଇରେ ବନ୍ୟା ବିତ୍ପାତ ଦେଖିବାକୁ ମିଳିଥିଲା । ପ୍ରାୟ ଦୁଇ ବର୍ଷର ବର୍ଷା ଗୋଟିଏ ଦିନରେ ବର୍ଷିଯିବାରୁ ସହରର ସ୍ଥିତି ସଙ୍ଗୀନ ହୋଇପଡ଼ିଥିଲା । ଏବେ ବି ସହରର ସ୍ଥିତି ସ୍ବାଭାବିକ ହୋଇନଥିବା କୁହାଯାଉଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.