ନୂଆଦିଲ୍ଲୀ,୧୪/୦୯: ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ୍ ମଧ୍ୟରେ ନୋଏଡାରେ ହେବାକୁ ଥିବା ଏକମାତ୍ର ଟେଷ୍ଟ ଶେଷରେ ବାତିଲ ଘୋଷଣା ହୋଇଛି । ଉଭୟ ଦଳ ଟ୍ରଫି ଭାଗ କରିଛନ୍ତି । ୫ଦିନ ଧରି ଗ୍ରାଉଣ୍ଡ କର୍ମଚାରୀମାନଙ୍କ ଲଢେଇ ଜାରି ରହିଥିଲା । ହେଲେ ଟସ୍ ପଡ଼ିପାରି ନଥିଲା । ନ୍ୟୁଜିଲାଣ୍ଡ ନଭେମ୍ବର ମାସରେ ପୁନର୍ବାର ଭାରତ ଗସ୍ତରେ ଆସି ୩ଟି ଟେଷ୍ଟ ଖେଳିବାର କାର୍ଯ୍ୟକ୍ରମ ରହିଛି । ତେଣୁ ଆଫଗାନିସ୍ତାନ ବିପକ୍ଷରେ ଟେଷ୍ଟ ଖେଳି ଭାରତୀୟ ଜଳବାୟୁ ସହ ଖାପ ଖୁଆଇବା ପାଇଁ ନ୍ୟୁଜିଲାଣ୍ଡ ଦଳ ଯୋଜନା କରିଥିଲା । ମାତ୍ର ପାଗ ସାଥ୍ ଦେଇ ନଥିଲା । ଟେଷ୍ଟ ଇତିହାସରେ ପୂର୍ବରୁ ୭ଥର ଏଭଳି ଟସ୍ ପଡ଼ିବା ପୂର୍ବରୁ ମ୍ୟାଚ୍ ବାତିଲ ହୋଇଛି । ଶେଷ ଥର ପାଇଁ ୧୯୯୮ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଡ୍ୟୁନେଡିନ୍ ଠାରେ ଏକ ଟେଷ୍ଟ ବର୍ଷା ଯୋଗୁଁ ବାତିଲ ହୋଇଥିଲା ।
ଖୁବଶୀଘ୍ର ଜାମ୍ମୁକାଶ୍ମୀରରେ ହେବ ପଞ୍ଚାୟତ ଓ ପୌର ନିର...