ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜମ୍ମୁ-କାଶ୍ମୀରର ପୁଞ୍ଚ୍‌ରେ ସୁରକ୍ଷା ବାହିନୀର ଗାଡ଼ି ଉପରକୁ ଆତଙ୍କୀ ହମଲା ,ବାୟୁସେନାର ୫ ଯବାନ ଆହତ

ପୁଞ୍ଚ : ସୁରକ୍ଷା ବାହିନୀର ଦୁଇଟି ଗାଡ଼ି ଉପରକୁ ଆତଙ୍କବାଦୀଙ୍କ ଗୁଳି ଚାଳନା। ଉକ୍ତ ଘଟଣାଟି ଶନିବାର ସନ୍ଧ୍ୟାରେ ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଘଟିଛି। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଅଧିକାରୀଙ୍କ ମୁତାବିକ୍‌ , ଫାୟାରିଂର ଏହି ଘଟଣାରେ ୫ ଯବାନ ଆହତ ହୋଇଛନ୍ତି। ଅଧିକାରୀମାନେ କହିଛନ୍ତି କି ସୁରନକୋଟ୍‌ର ସନାଇ ଗାଁରେ ଫାୟାରିଂର ସୂଚନା ମିଳିଛି ଏବଂ ଅଧିକ ତଥ୍ୟ ପାଇଁ ସେନା ଓ ପୁଲିସର ଯବାନଙ୍କୁ ପ୍ରଭାବିତ ଅଞ୍ଚଳକୁ ପଠାଯାଇଛି।  

ଅଧିକାରୀମାନେ କହିଛନ୍ତି କି ପୁଞ୍ଚ ଜିଲ୍ଲାର ମେଧାତ ଉପମଣ୍ଡଳର ଗୁରସାଇ ମୁରିରେ ଏକ ସରକାରୀ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ପାଖରେ ସନ୍ଦିଗ୍ଧ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଫାୟରିଂ ହୋଇଥିଲା। 

ସୂତ୍ରାନୁସାରେ ଜଣାପଡ଼ିଛି, ବନ୍ଧୁକଧାରୀ ଆତଙ୍କବାଦୀମାନେ ସରକାରୀ ସ୍କୁଲ ପାଖ ଏମଇଏସ ଓ ଆଇଏଏଫ୍‌ ଗାଡ଼ି ଉପରକୁ ଗୁଳି ବର୍ଷା କରି ଥିଲେ, ଏହାପରେ ସୁରକ୍ଷାକର୍ମୀଙ୍କୁ ଜବାବୀ କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିଥିଲା। ଅନନ୍ତନାଗ-ରାଜୌରୀ-ପୁଞ୍ଚ ଲୋକସଭା ଅଞ୍ଚଳରେ ଫାୟାରିଂ ହୋଇଛି, ଯେଉଁଠି ନିର୍ବାଚନ ଆୟୋଗ ଦ୍ୱାରା ମତଦାନ ପୁନଃ ନିର୍ଦ୍ଧାରିତ କରାଯାଇଛି। ଏବେ ୨୫ ମେ’ରେ ମତଦାନ ହେବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.