ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପବିତ୍ର ଅକ୍ଷୟ ତୃତୀୟା: ଆଜିଠୁ ଶ୍ରୀଜିଉଙ୍କ ୪୨ ଦିନିଆ ଚନ୍ଦନ ଯାତ୍ରା, ନରେନ୍ଦ୍ର ଜଳରେ ଜଳକ୍ରୀଡ଼ା କରିବେ ଦଶ ଦିଅଁ

ପୁରୀ,୧୦/୦୫: ମହାପ୍ରଭୁଙ୍କ ୪୨  ଦିନିଆ ଚନ୍ଦନ ଯାତ୍ରା ଶୁକ୍ରବାର ପବିତ୍ର ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହେବ । ନରେନ୍ଦ୍ର ଜଳରେ  ମହାପ୍ରଭୁ ପ୍ରଥମ ୨୧ ଦିନ ଚାପ କ୍ରୀଡ଼ା କରିବେ । ସାଥୀରେ ଥିବେ ଶ୍ରୀଦେବୀ ଭୂଦେବୀ, ରାମକୃଷ୍ଣଙ୍କ  ସମେତ ପଞ୍ଚ ମହାଦେବ । ଏଣୁ ପ୍ରସ୍ତୁତିରେ ଶେଷ ସ୍ପର୍ଶ ଦେଇଛି ପ୍ରଶାସନ । ଠାକୁରଙ୍କ ବିଶ୍ୱ  ପ୍ରସିଦ୍ଧ ଚନ୍ଦନ ଯାତ୍ରା ପାଇଁ ଝଲସୁଛି ନରେନ୍ଦ୍ର  ପରିସର । ଠାକୁରଙ୍କ ରୁପା ସିଂହାସନ ଓ ପଲଙ୍କ  ଶ୍ରୀମନ୍ଦିରର ମହାପ୍ରସାଦ ବାହକ(ବୋଝିଆ)ମାନେ  ଆଣି ନରେନ୍ଦ୍ର ଚକଡ଼ାରେ ପହଞ୍ଚାଇଛନ୍ତି । ଭୋଇ ସେବକମାନେ ବଡ଼ଦାଣ୍ଡରେ ଠାକୁରଙ୍କ ପନ୍ତି ଘର  ତିଆରିଛନ୍ତି । ରଙ୍ଗ ହୋଇ ସୁସଜ୍ଜିତ ରହିଛନ୍ତି ନନ୍ଦ୍ରା  ଭଦ୍ରା । ମଣ୍ଡଣୀ କାର୍ଯ୍ୟକୁ ଦର୍ଜୀସେବକଙ୍କ ଅପେକ୍ଷା ।  ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ ସାରିବାକୁ ପ୍ରଶାସନିକ  କର୍ମଚାରୀ ତଦାରଖ କରୁଛନ୍ତି ।  

ମଧ୍ୟାହ୍ନରେ ବୋଝିଆମାନେ ଶ୍ରୀମନ୍ଦିର  କାର୍ଯ୍ୟାଳୟରୁ ରୁପା ସିଂହାସନ ଓ ପଲଙ୍କ,  ଖଟ ପଲଙ୍କ ଆଦି ନରେନ୍ଦ୍ର ପରିସରକୁ ବୋହି ନେଇଥିଲେ। ସେଠାରେ ଜେଟିପି କର୍ମଚାରୀଙ୍କ  ଜିମା ଦିଆଯାଇଥିଲା ସମସ୍ତ ଜିନିଷ । ଘୋର  କାନନରେ ଠାକୁରଙ୍କ ଚନ୍ଦନ ଘର । ପ୍ରସ୍ତୁତ ରହିଛି ଚନ୍ଦନ କୁଣ୍ଡ । ସୁବାସିତ ଜଳରେ ଦଶଦିଅଁ  ଜଳକ୍ରୀଡ଼ା କରିବେ । ଭଜନ ମଣ୍ଡପ ଓ ଠାକୁରଙ୍କ  ମହିମା ପୁସ୍ତିକା ପାଇଁ ମଞ୍ଚ ପ୍ରସ୍ତୁତ ହୋଇଛି ।  ଜଳରେ ନିର୍ମିତ ଅସ୍ଥାୟୀ ପ୍ଲାଟଫର୍ମରେ କନା ଘେରା  ଯାଇଛି । ଚିତ୍ରକର ସେବକଙ୍କ କାର୍ଯ୍ୟ ଶେଷ ।  ନରେନ୍ଦ୍ର ପୁଷ୍କରିଣୀ ଚତୁଃପାଶ୍ୱର୍ରେ ଉଜ୍ୱଳ ଆଲୋକ  ଲାଗିଛି । ଚାପରେ କନାମଣ୍ଡଣୀ ସରିଲେ ପ୍ରସ୍ତୁତି  ସରିବ । ବାହାର ଚନ୍ଦନ ଯାତ୍ରା ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଏକୋଇଶି ଦିନ ଭିତର ଚନ୍ଦନ ଯାତ୍ରା  ଅନୁଷ୍ଠିତ ହେବ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.