ପ୍ରମୂଖ ଖବର
  • ଭୁବନେଶ୍ୱର : ଗଣେଶ ପୂଜା ମଣ୍ଡପରେ ବୁଲିଲା ଖଣ୍ଡା, ଅଭିଯୁକ୍ତ ଗିରଫ
  • ||
  • ଲମତାପୁଟ : ପାଣି ପଶି ବନ୍ଦ ହୋଇଥିଲା ବିଦ୍ୟୁତ ଉତ୍ପାଦନ, ପାଞ୍ଚ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ
  • ||
  • ଭୁବନେଶ୍ଵର : 'ମୋ ସ୍କୁଲ୍‌ ଅଭିଯାନ' ଏବେ ‘ପଞ୍ଚଶଖା ଶିକ୍ଷା ସେତୁ’, ନାଁ ବଦଳାଇଲେ ସରକାର
  • ||
  • ପାରାଦ୍ଵୀପ : ସଭାଗୃହରେ ଠେଲାପେଲା, ଘଟଣାକୁ ନେଇ କୁଜଙ୍ଗ ଥାନାରେ ୩ ଏତଲା
  • ||
  • ପାଟଣା : ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କାଠଯୋଡ଼ି ନଦୀରେ ଭାସିଗଲେ ବୃଦ୍ଧ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୁଷ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି: ଆଜି ଭାରତ-ପାକିସ୍ତାନ ଲଢ଼େଇ
  • ||
  • ସୁବର୍ଣ୍ଣପୁର : ନାଳରେ ଭାସୁଛି ମଲା କୁକୁଡ଼ା, କିଏ ପକାଇଲା ତାକୁ ନେଇ ଚର୍ଚ୍ଚା
  • ||
  • ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||
  • କରଞ୍ଜିଆ : ଜେଲ୍ ମାନୁଆଲକୁ ଉଲଙ୍ଘନ କରିବା ପଡ଼ିଲା ମହଙ୍ଗା, ଜେଲ୍ ୱାର୍ଡର ସ୍ୱାଗତ ରଥ ସସ୍‌ପେଣ୍ଡ
  • ||
  • ପ୍ରଥମ ମଙ୍କିପକ୍ସ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରି, ୪ ସପ୍ତାହ ବ୍ୟବଧାନରେ ୨ଟି ଡୋଜ୍‌ ନେବେ ୧୮ ବର୍ଷରୁ ଊଦ୍ଧ୍ୱର୍
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: କଂସକୁ ମାରିଲେ ଶ୍ରୀକୃଷ୍ଣ, ରାଜା ହେଲେ ଉଗ୍ରସେନ
  • ||
  • ଭଞ୍ଜନଗର : ଗଣେଶ ଭସାଣି ବେଳେ ଗଣ୍ଡଗୋଳ, ଦୁଇ ଗୋଷ୍ଠୀ ମଧ୍ୟରେ ଟେକାପଥର ମାଡ଼
  • ||
  • ଏ ବର୍ଷ ହାଡ଼ଭଙ୍ଗା ଶୀତ, ଡିସେମ୍ବର-ଜାନୁଆରୀରେ ଥଣ୍ଡା ପ୍ରକୋପ ଅଧିକ: IMD
  • ||
  • ବଙ୍ଗୋପସାଗରରେ ଅବପାତର ରୂପ ନେବ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ମୟୂରଭଞ୍ଜକୁ ରେଡ୍ ଆଲର୍ଟ
  • ||

ଆମ ଜନତା ଅଧିକାର ଫୋରମ ପକ୍ଷରୁ ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ, ଅନେକ ଗାଁ ଓଡ଼ିଶା ମାନଚିତ୍ରରୁ ନିଶ୍ଚିହ୍ନ ହେବା ସମ୍ଭାବନା : ବ୍ରଜ ତ୍ରିପାଠୀ

ମାଲକାନଗିରି, ୭/୮ : ଆମ ଜନତା ଅଧିକାର ମଞ୍ଚର ଏକ ପ୍ରତିନିଧ ଦଳ ବୁଧବାର ପୋଲାଭରମ ପ୍ରକଳ୍ପ ପାଇଁ କ୍ଷତିଗ୍ରସ୍ତ ହେଉଥିବା  ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏଥିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ନୂଆଦିଲ୍ଲୀ ସ୍ଥିତ ଲୋକନାୟକ ଜୟପ୍ରକାଶ ନାରାୟଣ ଅଧ୍ୟୟନ କେନ୍ଦ୍ରର ଅଧ୍ୟକ୍ଷ ବ୍ରଜକିଶୋର ତ୍ରିପାଠୀ, ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ଆମ ଜନତା ଅଧିକାର ଆବାହକ ମନୋଜ ଜେନା, ସହ ଆବାହକ ବାସୁଦେବ ଭଟ୍ଟ , ପ୍ରସନ୍ନ ବିଷୋୟୀ ଓ ପୂର୍ବତନ ବିଧାୟକ ନିମାଇଁ ସରକାରଙ୍କ ନେତୃତ୍ବରେ ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ।  ଓଡ଼ିଶାର ମୋଟୁ ଅଞ୍ଚଳର ବିନାୟକପୁର, ଆଲମା, ସାବେରୀ ଓ ସେଲେରୁ ନଦୀ ତଟଵର୍ତ୍ତି ଗାଁ ଗୁଡିକ ବୁଲିବା ସହିତ ସ୍ଥାନୀୟ ବାସିନ୍ଦାଙ୍କ ସହିତ ଆଲୋଚନା କରିଥିଲେ । ବିନାୟକପୁର, ଆଲମା, ପେଟା, ବାରିବାଥା, ମୋଟୁ ଓ ପୂସୁଗୁଡା ଆଦି ଅଞ୍ଚଳ ପରିଦର୍ଶନ କରିଥିଲେ । ଏହି ସମୟରେ ଅନେକ ସ୍ଥାନୀୟ ନେତା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମଲା ମାଢି, ଯୁବ ନେତା ରୂପକ ତୁରୁକ୍, କାଶୀନାଥ ସର୍ଦାର, ମାନବାଧୀକାର କର୍ମୀ ନରସିଂହ ନାୟକ, କଣ୍ଠ ଧୂରିଆ, ନକୁଳ ରାଉତ, ସୁଶାନ୍ତ ନୀଳକମଳ, ରାଧାମାଧବ ଖରା  ଯୋଗ ଦେଇଥିଲେ । 

ମାଲକାନଗିରି ସର୍କିଟ ହାଉସଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରଜ ତ୍ରିପାଠୀ କହିଛନ୍ତି ଯେ ଆନ୍ଧ୍ର ସରକାରଙ୍କ ଦ୍ଵାରା ପ୍ରସ୍ତାବିତ ପୋଲାଭରମ ପ୍ରକଳ୍ପ ଯୋଗୁଁ ମାଲକାନଗିରି ଜିଲ୍ଲାର ମୋଟୁ ତହସିଲ ଅଞ୍ଚଳର ଅନେକ ଗ୍ରାମ ଓ ଜଙ୍ଗଲ ପ୍ରଭାବିତ ହେବ । ଏଥି ସହ ହଜାର ହଜାର ଆଦିବାସୀ ଓ ଅନ୍ୟ ଅଧିବାସୀ ମଧ୍ୟ ସମ୍ପୂର୍ଣ କ୍ଷତିଗ୍ରସ୍ତ ହେବେ। ଏହି ପ୍ରକଳ୍ପ ଦ୍ୱାରା ବର୍ତ୍ତମାନ ଓଡିଶା ସମେତ ଆନ୍ଧ୍ର ଓ ଛତିଶଗଡ ରାଜ୍ୟର ପ୍ରାୟ ୬୩,୬୯୧ ହେକ୍ଟର ଜମି ଜଳମଗ୍ନ ହେବ। ଯାହାର ଅଧାରୁ ଅଧିକ ଉତ୍କୃଷ୍ଟ ଚାର ଜମି ଓ ଶତକଡା ୦୫ଭାଗ ଜଙ୍ଗଲ ପ୍ରଭାବିତ ହେବ ଓ ୦୨ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ବିସ୍ଥାପିତ ଓ ପ୍ରଭାବିତ ହେବେ । ଓଡିଶାର ମାଲକାନଗିରି ଜିଲ୍ଲାର ମୋଟୁ ତହସିଲର ମୋଟୁଗାଁ, ଦରିବଛ, ବିନାୟକପୁର, ଅଲିମା, ମୂଲରିଗୁଡା, ମଦିଗୁଡୁରୁ, କାଦାଗୁଡା, ପେଟା, ଗୋରସାପଲ୍ଲୀ ସମେତ ଅନେକ ଗ୍ରାମ ଓଡିଶା ମାନଚିତ୍ରରୁ ସବୁଦିନ ପାଇଁ ବିଲୋପ ହୋଇଯିବ। ତା’ଛଡା ୬୯୫୦ ହେକ୍ଟର ଜମି ଜଳମଗ୍ନ ହେବ ଓ ୪୮୨୬ ଆଦିବାସୀ ବିସ୍ଥାପିତ ଓ ସଂପୂର୍ଣ ପ୍ରଭାବିତ ହେବେ ବୋଲି ବ୍ରଜକିଶୋର ତ୍ରିପାଠୀ  କହିଛନ୍ତି । 

ପୋଲାଭରମ ପ୍ରକଳ୍ପର ବିଭିନ୍ନ ବୈଷୟିକ ସମସ୍ୟା, ଡ୍ୟାମ, ସିଲୱେର ଓ ବନ୍ଧର ଉଚ୍ଚତା ସମ୍ପର୍କରେ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି କେନ୍ଦ୍ର ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ ଦେଇଥିବା ଆଦେଶ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କାର୍ଯ୍ୟକାରୀ  ନ କରିବା ଓ ପ୍ରକଳ୍ପର ଅଗ୍ରଗତି ପାଇଁ ଅନୁଦାନ ବଢାଇବା ମୋଟୁ ଅଞ୍ଚଳବାସୀଙ୍କ ପାଇଁ ଦୁର୍ଭାଗ୍ୟର କାରଣ ହୋଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କେନ୍ଦ୍ର ସରକାର ମୋଟୁ ଅଞ୍ଚଳର ଏହି କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ପ୍ରକଳ୍ପ ସମ୍ପର୍କରେ ବାଧ୍ୟତାମୂଳକ ଥିବା ଜନଶୁଣାଣି ଏକ ସ୍ୱାଧୀନ ସଂସ୍ଥା ଦ୍ଵାରା କରାଇବା କଥା ଯାହା କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କରାଇ ନାହାନ୍ତି ।  ଏଥିସହ ପ୍ରତିନିଧି ମଣ୍ଡଳ  ଓଡିଶା ସରକାରଙ୍କୁ କେତେକ ପ୍ରସ୍ତାବ ମଧ୍ୟ ଦେଇଥିଲେ।  

ଅନ୍ୟପକ୍ଷରେ ଗୁରୁବାର ବିଜେଡିର ଏକ ପ୍ରତିନିଧି ଦଳ ମାଲକାନଗିରି ମୋଟୁ ଅଞ୍ଚଳ ଗସ୍ତ କରି ପୋଲାଭରମ ପ୍ରକଳ୍ପ ଦ୍ୱାରା କ୍ଷତିଗସ୍ତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିବେ ବୋଲି ଜଣାପଡିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.