ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ନିଆରା ଢଙ୍ଗରେ ଅତିଥିକୁ କରାଗଲା ସ୍ୱାଗତ , ଏହି ଆକର୍ଷଣୀୟ ବାହାଘରର ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ : ଅନେକ ସମୟରେ ଏମିତି ଦେଖିବାକୁ ମିଳେ କି ଲୋକେ ନିଜର ବାହାଘରରେ ହୃଦୟ ଖୋଲା ଖର୍ଚ୍ଚ କରି ଥାନ୍ତି ଏବଂ ଅତିଥିଙ୍କ ସାମନାରେ ନିଜର କ୍ରେଜ୍‌ ବଢାଇବାରେ କୌଣସି ସୁଯୋଗ ଛାଡ଼ନ୍ତି ନାହିଁ। ସୋସିଆଲ ମିଡ଼ିଆରେ ଏମିତି ହିଁ ଏକ ବିବାହର ଭିଡ଼ିଓ ଭାଇରାଲ ହେଉଛି। ଟ୍ରାଭେଲ୍ ଇନଫ୍ଲୁଏନ୍ସର ଡାନା ଚାଙ୍ଗ ଏହି ଭିଡ଼ିଓକୁ ସେୟାର କରିଛନ୍ତି , ଯେଉଁଥିରେ ଏକ ବିବାହର ଭବ୍ୟତାର ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳୁଛି, ଯେଉଁଠି ଜାମଜକମରେ ଓ ଖୁବ୍‌ ଆକର୍ଷଣର କୌଣସି ଅଭାବ ନଥିଲା।  

ଏହି ବିହାଘର କୌଣସି ପରୀକଥା ଠାରୁ କମ୍‌ ନୁହେଁ। ଯେଉଁଠି ଅତିଥିଙ୍କୁ ୫ଦିନ ଯାଏ ଷ୍ଟାର ହୋଟେଲରେ ରହିବାର ବନ୍ଦୋବସ୍ତ କରାଯାଇ ଥିଲା। ଟ୍ରାନ୍ସପୋର୍ଟେସନର ବନ୍ଦୋବସ୍ତ ମଧ୍ୟ ଥିଲା ଖୁବ୍‌ ଆକର୍ଷଣୀୟ। ଏଥିରେ ଅତିଥିଙ୍କ ପାଇଁ ପ୍ରାଇଭେଟ୍ ଜେଟ୍‌ରୁ ନେଇ ରୋଲ୍ସ ରୟସ୍‌ ଓ ବେଣ୍ଟଲି ଯାଏ ଉପଲବ୍ଧ ଥିଲା। ବିବାହର ସାଜସଜ୍ଜା ଏସିଆନ ମାହୋଲରେ ଏକ ୟୁରୋପୀୟ ଆକର୍ଷଣ ଭରି ଦେଇଥିଲା। ଭିଡ଼ିଓକୁ ଦେଖିଲେ ଲାଗୁଛି କି, ବାହାଘରର ସାଜସଜ୍ଜାରେ ତନ୍ନ ତନ୍ନ କରି ଧ୍ୟାନ ଦିଆଯାଇଛି। 

ପାରମ୍ପରିକ ଭାବେ ଯେଉଁଠି ଅତିଥି ନବବିବାହିତ ଯୋଡ଼ିକୁ ଟଙ୍କା ଭର୍ତ୍ତି ଲଫାଫା ଦେଇଥାନ୍ତି , ଏହି କପଲ ଏହି ପରମ୍ପରାର ବିପରୀତ ବିବାହରେ ଆସିଥିବା ପ୍ରତ୍ୟେକ ଅତିଥିଙ୍କୁ ୮୦୦ ଡଲାରର ( ପାଖାପାଖି ୬୬,୦୦୦ଟଙ୍କା)ର ଉପହାରରେ ଦେଇଛନ୍ତି। ଏହା ବ୍ୟତୀତ ଅତିଥିଙ୍କ ଫେରସ୍ତ ଟିକେଟ୍‌ ମଧ୍ୟ କପଲ ନିଜର ହିଁ ଟଙ୍କାରୁ କରାଇଛନ୍ତି। 


ସୋସିଆଲ ମିଡ଼ିଆରେ ଏହି କପଲଙ୍କର ପ୍ରଶଂସା ହେଉଛି। ଲୋକେ ତାଙ୍କର ସଂପତ୍ତିରେ ଖୁବ୍‌ ଆଶ୍ଚର୍ଯ୍ୟ ଓ ତାଙ୍କର ଅତିଥି ସତ୍କାରକୁ ପ୍ରଶଂସା କରୁଛନ୍ତି। ଭାଇରାଲ ପୋଷ୍ଟର କମେଣ୍ଟ ବକ୍ସରେ ଜଣେ ୟୁଜର କହିଛନ୍ତି , ଏ କେଉଁ ପ୍ରକାରର କୋଟିପତି ? ଅନ୍ୟଜଣେ ମଜାଳିଆ ଅନ୍ଦାଜରେ କହିଛନ୍ତି , ଗରିବୀକୁ ଦେଖିଲେ କାନ୍ଦ ଲାଗୁଛି। ଆଉ ଜଣେ ୟୁଜର ଲେଖିଛନ୍ତି , ଏହି ବିବାହ ଉତ୍ସବ ସାରା ଦୁନିଆରେ ଏକ ନୂଆ ଟ୍ରେଣ୍ଡ ସୃଷ୍ଟି କରିଛି। ବର୍ତ୍ତମାନ ଭିଡ଼ିଓଟି ଖୁବ୍‌ ଭାଇରାଲ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.