ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଠକେଇ ମାମଲାରେ ଅମିଷାଙ୍କ ବଢିଲା ଅଡୁଆ, ରାଞ୍ଚି ଅଦାଲତରେ ହେବେ ହାଜର

ନୂଆଦିଲ୍ଲୀ ୨୨/୦୨: ଜାଲିଆତି ଏବଂ ଚେକ୍ ବାଉନ୍ସ ସହ ଜଡିତ ଏକ ମାମଲାରେ ରାଞ୍ଚି ସିଭିଲ କୋର୍ଟ ଅଭିନେତ୍ରୀ ଅମିଷା ପଟେଲ ଏବଂ ତାଙ୍କ କମ୍ପାନୀର ବ୍ୟବସାୟିକ ସହଯୋଗୀ କୁନାଲ ଗ୍ରୁମରଙ୍କୁ ଫେବୃଆରୀ ୨୭ ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଡି.ଏନ୍ ଶୁକ୍ଲାଙ୍କ କୋର୍ଟରେ ସିଆରପିସିର ଧାରା ୩୧୩ ଅନୁଯାୟୀ ଉଭୟ ଅଭିଯୁକ୍ତଙ୍କ ବିବୃତ୍ତି ରେକର୍ଡ ହେବ।

ମାମଲାଟି ୨୦୧୮ ମସିହାର। ରାଞ୍ଚି ଫିଲ୍ମ ନିର୍ମାତା ଅଜୟ କୁମାର ସିଂ ଅମିଷା ପଟେଲଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ମ୍ୟୁଜିକ୍‌ ମେକିଙ୍ଗ୍‌ ନାଁରେ ଅମିଷା ତାଙ୍କଠାରୁ ୨.୫ କୋଟି ଟଙ୍କା ନେଇଥିଲେ। ଟଙ୍କା ନେବା ପରେ ମଧ୍ୟ ସେ କାମ କରିନଥିଲେ। ଏହା ସହିତ ଅଭିନେତ୍ରୀଙ୍କ ଉପରେ ଫିଲ୍ମ 'ଦେଶୀ ମ୍ୟାଜିକ୍' ନିର୍ମାଣ ନାମରେ ଅଜୟ ସିଂଙ୍କଠାରୁ ୨.୫ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ରହିଛି।

ଉଭୟଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ, ଯେତେବେଳେ ଜୁନ୍ ୨୦୧୮ ରେ ଫିଲ୍ମ ରିଲିଜ୍ ହୋଇନଥିଲା, ସେତେବେଳେ ଅଜୟ ଅମିଷାଙ୍କୁ ଟଙ୍କା ମାଗିଥିଲେ। ବହୁ ବିଳମ୍ବ ପରେ ଅକ୍ଟୋବର ୨୦୧୮ ରେ ୨.୫ କୋଟି ଏବଂ ୫୦ ଲକ୍ଷ ଟଙ୍କାର ଦୁଇଟି ଚେକ୍ ଦେଇଥିଲେ ଯାହା ବାଉନ୍ସ ହୋଇଥିଲା। ଏହି ମାମଲାରେ ଅମିଷାଙ୍କୁ ତାଙ୍କ ଉପସ୍ଥିତି ପାଇଁ ଅନେକ ଥର ସମନ ଜାରି କରାଯାଇଥିଲା। କିନ୍ତୁ କୋର୍ଟରେ ହାଜର ହୋଇନଥିଲେ। ୱାରେଣ୍ଟ ଜାରି ହେବା ପରେ ସେ ଗତ ବର୍ଷ ଜୁନ୍ ୧୯ ରେ ସିଭିଲ କୋର୍ଟରେ ସରେଣ୍ଡର୍‌ କରିଥିଲେ। ଶୁଣାଣି ପରେ କୋର୍ଟ ତାଙ୍କୁ ପ୍ରତ୍ୟେକ ୧୦ ହଜାର ଟଙ୍କା ଜାମିନ ବଣ୍ଡରେ ଜାମିନ ପ୍ରଦାନ କରିଥିଲେ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.