ପ୍ରମୁଖ ଖବର
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଆମେରିକା ତିଆରି କଲା ନିଆଁ ବାହାର କରୁଥିବା ରୋବଟ୍ ଡଗ୍ ‘ଥମୋନେଟର’, ଆଗରେ ଥିବା ଜିନିଷକୁ କରିଦେବ ପାଉଁଶ

ନୂଆଦିଲ୍ଲୀ,୨୪।୪:  ଆମେରିକାର ଓହିଓରେ ଥ୍ରୋମ୍ପଲେମ୍ ନାମକ ଏକ କମ୍ପାନୀ ରହିଛି। ଏହି କମ୍ପାନୀ ଏବେ ତିଆରି କରିଛି ରୋବୋଟ୍‌ କୁକୁର। ନାଁ ରହିଛି ଥର୍ମୋନେଟର। ଏହା କେବଳ ଭୋକୁଛି, ଦୌଡୁଛି ଓ ଡେଉଁଛି ତାହା ନୁହେଁ ଏହାର ଦେହବରୁ ବାହାର କରୁଛି ନିଆଁ। ଏହା ଦୁନିଆର ପ୍ରଥମ ନିଆଁ ବାହାର କରୁଥିବା ରୋବୋଡଗ୍।ଥର୍ମୋନେଟେର ପିଠିରେ ରହିଛି ଏସିଆର୍ ଫ୍ଲାମ୍ ଥ୍ରୋୟର, ଯାହାକି ରିମୋଟରେ ଚାଲେ। ଏହା ୩୦ ଫୁଟ୍ ଦୂରକୁ ନିଆଁ ବାହାର କରିପାରେ। କମ୍ପାନୀ ଏହାକୁ ୯୪୨୦ ଡଲାରରେ ବିକ୍ରି କରୁଛି। ଭାରତୀୟ ମୂଲ୍ୟ ଅନୁସାରେ, ୭.୮୪ ଲକ୍ଷ ଟଙ୍କାରୁ ଟିକେ ଅଧିକ। କମ୍ପାନୀ ନିଜ ସାଇଟ୍‌ରେ ଏହାର ବିଶେଷ୍ବତ କହିଛି। କମ୍ପାନୀର କହିବା  ଅନୁସାରେ, ଏଥିରୁ ବାହାରୁଥିବା ନିଆଁର ଉପଯୋଗ  ବରଫକୁ ହଟାଇ ରାସ୍ତା ତିଆରି କରିବାରେ ବ୍ୟବହାର କରାଯାଇପାରେ। ଏହା ସହିତ ମନୋରଞ୍ଜନ ଓ ସ୍ପେଶାଲ ଇଫେକ୍ଟ ପାଇଁ ଏହାର ପ୍ରୟୋଗ କରାଯାଇପାରେ।

ଉଲ୍ଲେଖନୀୟ ଯେ,ଥ୍ରୋଫ୍ଲେମ୍ କମ୍ପାନୀର ଆମେରିକାର ସବୁଠାରୁ ପୁରୁଣା ଫ୍ଲେମ୍ ଥ୍ରୋୟର କମ୍ପାନୀ। ଏହି ରୋବୋଡଗ୍‌କୁ ରିମୋଟରେ ପରିଚାଳିତ କରିହେବ। ତାକୁ ଫାଷ୍ଟ ପର୍ସନ ଭ୍ୟୁ କନଟ୍ରୋଲୋର କୁହନ୍ତି। ଏହା ଡ୍ରୋନକୁ ସମ୍ଭାଳିବାର ପ୍ରସିଦ୍ଧ ଟେକ୍ନୋଲୋଜି। ଏହାର ବ୍ୟବହାର ଏବେ କୁକୁରକୁ ପରିଚାଳନା କରିବା ପାଇଁ କରାଯାଉଛି। ୟୁକ୍ରେନ୍‌ରେ ଏହି ଟେକ୍ନୋଲୋଜିର ବ୍ୟବହାର ଋଷ ସୈନିକ ଏବଂ ଟ୍ୟାଙ୍କ ଉପରେ କରାଯାଇଥିଲା।

ନିଆଁ କେଉଁଠିକୁ ଫୋପାଡିବ ଏଥିପାଇଁ ଥର୍ମୋନେଟରରେ ଲେଜର ମାଉଣ୍ଟ କରାଯାଇଛି। ଅର୍ଥାତ ଯେଉଁଠି ଓ ଯାହାକୁ ଟାର୍ଗେଟ କରିବାର ଥାଏ ସେଠାରେ ଲେଜରରେ ରୋବୋ ଡଗ୍‌କୁ ଗାଇଡ୍ କରିହେବ। ଏହାପରେ ଏହି ଲେଜର ଦିଗରେ ଥର୍ମୋନେଟର ନିଆଁ ଫୋପାଡିବ। ଏହିଡଗ୍ ନିଜେ ହିଁ ଲାଇଟ୍, ରେଞ୍ଜିଂ ଓ ଲିଡାର ସିଷ୍ଟମ ଜରିଆରେ ନାଭିଗେଟ୍‌ କରିଥାଏ। ଏଥିରେ ଥିବା ଲେଜର ଆଖିକୁ କ୍ଷତି କରିନଥାଏ। ଏହି ଲେଜର ଆଖପାଖ ଅଞ୍ଚଳରେ ଥ୍ରୀଡି ମ୍ୟାପ୍‌ ତିଆରି କରିଥାଏ। ଏହି ସିଷ୍ଟମ ଆଜିକାଲି ସେଲଫ୍ ଡ୍ରାଇଭିଂ କାରରେ ବ୍ୟବହାର ହେଉଛି। ଲିଡାର ସିଷ୍ଟମ ଘଞ୍ଚ ଜଙ୍ଗଲ କିମ୍ବା ସହରରେ ନକ୍ସା ତିଆରି କରିବାରେ କାମ‌ରେ ଆସିଥାଏ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.