ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କ’ଣ ଅମିତାଭ ବଚ୍ଚନ ଆରମ୍ଭ କରି ଦେଇଛନ୍ତି କେବିସି ୧୬ର ସୁଟିଂ ? ନୂଆ ଫଟୋ ସେୟାର କରି କହିଲେ – କାମ ଜାରି ରହିଛି

ନୂଆଦିଲ୍ଲୀ,୨୯/୫ : ‘କୋନ ବନେଗା କରୋଡ଼ପତି ସିଜନ ୧୬‘ ଲାଗି ରେଜିଷ୍ଟେ୍ରଶନ ବହୁ ସମୟ ପୂର୍ବରୁ ଆରମ୍ଭ ହୋଇଯାଇଛି । କିନ୍ତୁ ଏବେ ଏଭଳି ଲାଗୁଛି କି ବିଗ୍ ବି ନିଜ ଏହି ରିୟଲିଟି ଟିଭି କ୍ବିଜ ଶୋର ଶୁଟିଂ ବି ଆରମ୍ଭ କରି ଦେଇଛନ୍ତି । ଏହି କଥାର ଇଶାରା ଅଭିନେତା ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ଦେଇଛନ୍ତି । ଏହି ଫଟୋରେ ଅମିତାଭ ବଚ୍ଚନ ନୀଳ କୋଟ ଏବଂ ନିଳ ଫ୍ରେମରେ ଚମକୁଥିବା ନଜର ଆସିଛନ୍ତି । ମାତ୍ର ଏହି ଫଟୋ ‘କେବିସି ୧୬’ର ସେଟ କି ନା ନାହିଁ କନଫର୍ମ ନାହିଁ । 

ବିଗ ବି ଅଫିସିଆଲ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଅଭିନେତା ନୀଳ ରଙ୍ଗର କୋଟରେ ନଜର ଆସୁଛନ୍ତି । ଫଟୋକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି କି – କାମ ଉପରେ ଟିକେ ଫର୍ମାଲ... ଟିକେ ବ୍ୟସ୍ତ... ଏବଂ ଟିକେ ସେୟାର କରିବା ମୁଡ଼ରେ ଅଛି... କାମ ଜାରି ଅଛି... ଯେଭଳି ହେବା ଆବଶ୍ୟକ ।  ଅମିତାଭ ବଚ୍ଚନଙ୍କ ଏହି ପୋଷ୍ଟ ଫ୍ୟାନ୍ସଙ୍କ ଏକ୍ସାଇଟମେଣ୍ଟ ଲେବୁଲକୁ ଆହୁରି ଅଧିକ ବଢାଇ ଦେଇଛି । ସୋଶିଆଲ ମିଡ଼ିଆରେ ଏହି ଫଟୋ ତଳେ କମେଣ୍ଟ କରି ଫ୍ୟାନ୍ସ ବାରମ୍ବାର ଏଭଳି ଚର୍ଚ୍ଚା ଲଗାଉଛନ୍ତି କି ଏହି ଫଟୋ ‘କେବିସି ୧୬’ର ସେଟର ଅଟେ ଏବଂ ଅଭିନେତା ଶୁଟିଂ ଆରମ୍ଭ କରି ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି କି ‘ଏଭଳି ଲାଗୁଛି କି କେବିସିର ସୁଟିଂ ଆରମ୍ଭ ହୋଇଯାଇଛି । ’ ଦ୍ବିତୀୟ ୟୁଜର ଲେଖିଛନ୍ତି କି, ‘ଆପଣଙ୍କୁ ପ୍ରତ୍ୟେକ ଦିନ ଦେଖିବାକୁ ଅପେକ୍ଷା କରିଛୁ ।‘ ଆଉ ଜଣେ ୟୁଜର ଲେଖିଛନ୍ତି କି ‘କେବିସିର ଆଗାମୀ ସିଜନରେ ଦେଖିବାକୁ ଅପେକ୍ଷା କରିଛୁ । ’

ବିଗ ବି ‘କୋନ ବନେଗା କରୋଡ଼ପତି’କୁ ୨୦୦୦ ମସିହାରୁ ହୋଷ୍ଟ କରୁଛନ୍ତି । ମାତ୍ର ତୃତୀୟ ସିଜନରେ ଶାହରୁଖ ଖାନ ହୋଷ୍ଟ କରିଥିଲେ । ଏହି ଶୋ ମାଧ୍ୟମରେ ଦେଶର ଜନତାଙ୍କ ସହ ଟିଭି ମାଧ୍ୟମରେ କନେକ୍ଟ କରିଛନ୍ତି । ଲୋକେ ଏହା ଦେଖିବାକୁ ଏତେମାତ୍ରରେ ଉତ୍ସୁକତା ଯେ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ଲୋକେ ଯାଇ ବସି ରହୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.