ପ୍ରମୁଖ ଖବର
  • ଜମ୍ମୁ-କାଶ୍ମୀରକୁ ଖୁବ୍‌ଶୀଘ୍ର ମିଳିବ ପୂର୍ଣ୍ଣ ରାଜ୍ୟ ମାନ୍ୟତା, ଉଦ୍ଧମପୁରରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • କାଳିକାଦେବୀ ସାହିରେ ବୁଲେ ମାଟିମଣ୍ଡପ ସାହି ପଟୁଆର, ଆଜି ବାଲିସାହି-ହରଚଣ୍ଡି ସାହି ଶାନ୍ତି କମିଟି ବୈଠକ
  • ||
  • ପ୍ୟାରିସ ଅଲିମ୍ପିକ୍ସ: ୧୭ରେ ବିକ୍ରି ହେବ ୨୫୦,୦୦୦ ଟିକେଟି
  • ||
  • ଗ୍ରୀଷ୍ମ ଛୁଟିରେ ଅନ୍‌ଲାଇନ୍‌ କ୍ଲାସ୍‌, ଆଜି ପ୍ରଧାନଶିକ୍ଷକମାନଙ୍କ ବୈଠକରେ ହେବ ଆଲୋଚନା
  • ||
  • ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଶୁକ୍ରବାର ପ୍ରକାଶ ପାଇବ ବିଜ୍ଞପ୍ତି, ଆରମ୍ଭ ହେବ ନାମାଙ୍କନ ପ୍ରକିୟା
  • ||
  • ଜାତୀୟ ପଥପ୍ରାନ୍ତ ନାଟକ ଦିବସ: ସରକାରୀ ସ୍ୱୀକୃତିକୁ ଅପେକ୍ଷା, ଅନେକ ଦାବି ପରେ ବି ଅବହେଳିତ
  • ||
  • ଦିଲ୍ଲୀ ମଦ ନୀତି ମାମଲା: ଆଜି କୋର୍ଟରେ ହାଜର ହେବେ ବିଆର୍‌ଏସ୍‌ ନେତ୍ରୀ କେ.କବିତା, ରିମାଣ୍ଡ ଆବେଦନ କରିବ CBI
  • ||
  • IPL 2024: ସୁପରଜାଏଣ୍ଟ୍‌ସ - କ୍ୟାପିଟାଲ ଲଢ଼େଇ, ଏକାନ୍ନାରେ ଚ୍ୟାଲେଞ୍ଜ ହେବ ସ୍ପିନ
  • ||
  • ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ, ୭୯ ବର୍ଷ ବୟସରେ କଲେ ଶେଷ ନିଶ୍ୱାସ ତ୍ୟାଗ
  • ||
  • ବଦଳିବ ପାଣି ପାଗ ମିଜାଜ୍: ୪ ଦିନରେ ୮ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ପୁଣି କଲବଲ କରିବ ତାତି
  • ||

ଅମୂଲର ବଡ଼ ଘୋଷଣା, ଆମେରିକାରେ ବିକ୍ରି କରିବ ତାଜା କ୍ଷୀର

ନୂଆଦିଲ୍ଲୀ, ୨୩/୦୩: ଭାରତର ପ୍ରମୁଖ ଦୁଗ୍ଧ ଉତ୍ପାଦନକାରୀ କମ୍ପାନୀ ଅମୂଲ ବିଦେଶରେ ବ୍ୟବସାୟ କରିବ । ଅମୂଲ ବ୍ରାଣ୍ଡର ମାଲିକ ଗୁଜରାଟ କୋ-ଅପରେଟିଭ୍ ମିଲ୍କ ମାର୍କେଟିଂ ଫେଡରେସନ କୌଣସି ଭାରତୀୟ ଦୁଗ୍ଧ ଉତ୍ପାଦନକାରୀ ବ୍ରାଣ୍ଡ ଭାବେ ଆମେରିକାରେ ପ୍ରଥମଥର ପ୍ରବେଶ କରିବାକୁ ଯାଉଛି । 

ପ୍ରତିଦିନ ଲକ୍ଷ ଲକ୍ଷ ଲିଟର କ୍ଷୀର ବିକ୍ରି କରୁଥିବା ଅମୂଲ ଏବେ ଆମେରିକା ବଜାରରେ ପ୍ରବେଶ କରିବ । ଆମେରିକାରେ ଅମୂଲ ବ୍ରାଣ୍ଡ ତାଜା କ୍ଷୀର ବିକ୍ରି କରିବ । ଏଥିପାଇଁ ଆମେରିକାର ୧୦୮ ବର୍ଷର ପୁରୁଣା ଦୁଗ୍ଧ ଉତ୍ପାଦନକାରୀ କମ୍ପାନୀ ସହ ଅମୂଲ ବୁଝାମଣା କରିଛି । 

ଏନେଇ ଗୁଜରାଟ କୋ-ଅପରେଟିଭ୍ ମିଲ୍କ ମାର୍କେଟିଂ ଫେଡେରସନର ଏମଡି ଜୟେନ ମେହଟ୍ଟା କହିଛନ୍ତି, ପ୍ରଥମଥର ପାଇଁ ଅମୂଲ ବ୍ରାଣ୍ଡର ତାଜା କ୍ଷୀର ଭାରତ ବାହାରେ ଆମେରିକାରେ ଲଞ୍ଚ୍ କରାଯିବ । ଏନେଇ କମ୍ପାନୀ ସେଠାକାର କମ୍ପାନୀ ମିଶିଗନ ମିଲ୍କ ପ୍ରଡ୍ୟୁସର୍ସ ଆସୋସିଏସନ୍ ସହ ଚୁକ୍ତି କରିଛି । ଆମେରିକାର ଭାରତର ଏକ ବଡ଼ ସମୁହ ମଧ୍ୟ ବସବାସ କରୁଛନ୍ତି ।

ଆମେରିକାରେ ଅମୂଲ ଏକ ଗ୍ୟାଲେନ୍ (୩.୮ ଲିଟର) ଏବଂ ଅଧା ଗ୍ୟାଲେନ୍ (୧.୯ ଲିଟର) ପ୍ୟାକେଟରେ ତାଜା କ୍ଷୀର ବିକ୍ରି କରିବ । ଏଥିରେ ୬ ପ୍ରତିଶତ ଫ୍ୟାଟ ବିଶିଷ୍ଟ ଅମୂଲ ଗୋଲ୍ଡ, ୪.୫ ପ୍ରତିଶତ ପ୍ୟାଟ ବିଶିଷ୍ଟ ଅମୂଲ ଶକ୍ତିଷ ୩ ପ୍ରତିଶତ ଫ୍ୟାଟ ବିଶିଷ୍ଟ ଅମୂଲ ତାଜା ଏବଂ ୨ ପ୍ରତିଶତ ଫ୍ୟାଟ ବିଶିଷ୍ଟ ଅମୂଲ ସ୍ଲିମ୍ ବ୍ରାଣ୍ଡ ରହିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.