ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଇଏଏସ ପରୀକ୍ଷାରେ୨୯୭ ରାଙ୍କ ରଖିଲେ ରାଜଗାଙ୍ଗପୁରର ଅଙ୍କିତ ଅଗ୍ରୱାଲ

ରାଜଗାଙ୍ଗପୁର, ୧୬/୪ : ଆଜି ସର୍ଵ ଭାରତୀୟ ପ୍ରଶାସନିକ ସେବାର  ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏହି ପରୀକ୍ଷାରେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରର ଅଙ୍କିତ ଅଗ୍ରୱାଲ ୨୯୭ ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ତାଙ୍କ ଏହି ସଫଳତା ହାସଲ ଖବର ଜଣାପଡିବା ପରେ ତାଙ୍କ ପରିବାର ଲୋକଙ୍କ ସମେତ ସହରରେ ଖୁସିର ଲହରୀ ଖେଳି ଯାଇଛି ।  ଅଙ୍କିତ   ୪ଥର ପ୍ରୟାସ କରିବା ପରେ  ଏହି ସଫଳତା ହାସଲ କରିଛନ୍ତି । ଏହି ସଫଳତାର ଶ୍ରେୟ ସେ ତାଙ୍କ ପିତା ମାତା , ଶିକ୍ଷକଙ୍କ  ସମେତ ସମସ୍ତ ପରିବାର ଲୋକଙ୍କୁ ଦେଇଥିଲେ।

ଅଙ୍କିତ ରାଜଗାଙ୍ଗପୁରର ଜଣାଶୁଣା ବ୍ୟବସାୟୀ କମଲ ଅଗ୍ରୱାଲ  ଏବଂ ବେବି ଅଗ୍ରୱାଲଙ୍କ ଜ୍ୟେଷ୍ଠ ସନ୍ତାନ।  ରାଜଗାଙ୍ଗପୁର  ଡ଼ାଲମିଆ ବିଦ୍ୟ।ମନ୍ଦିରରୁ ପାଠ ପଢା କରିବା ପରେ ବାଙ୍ଗାଲୋର ସ୍ଥିତ ଆର.ବି ଇଂଜିନିୟରିଂ କଲେଜରୁ ମେକାନିକକାଲ ଇଞ୍ଜିନିୟରିଂ ପାସ କରିଥିଲେ । ଏହା ପରେ ସେ ପୁନେ ଆଉ ବାଙ୍ଗାଲୋରରେ  ବିଭିନ୍ନ ଘରୋଇ କମ୍ପାନୀରେ କାର୍ଯ୍ୟ କରିଥିଲେ । ୨୦୧୯ ରେ ଚାକିରୀ ଛାଡି ୟୁପିଏସସି ପରୀକ୍ଷା ପାଇଁ  ଘରେ ରହି ପରୀକ୍ଷା ପ୍ରସ୍ତୁତ ହୋଇଥିଲେ । ୫ବର୍ଷ କଠିନ ପରିଶ୍ରମ ପରେ  ସଫଳତା ହାତ ଲାଗିଥିବା ସେ ପ୍ରକାଶ କରିଛନ୍ତି । କଠିନ ପରିଶ୍ରମ ଦ୍ଵାରା ସମସ୍ତ ଲକ୍ଷ୍ୟ ହାସଲ କରାଯାଇ ପାରିବ ବୋଲି ଅଙ୍କିତ ଉଲ୍ଲେଖ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.