ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିର୍ବାଚନ ଲଢ଼ିବେ ଭୁଟ୍ଟୋ ପରିବାରର ସାନ ଝିଅ ଆସିଫା, ବାପା ଛାଡ଼ିଥିବା ଆସନରୁ ଭରିଲେ ନାମାଙ୍କନ

ଇସ୍ଲାମାବାଦ: ପାକିସ୍ତାନ ରାଜନୀତିରେ ଭୁଟ୍ଟୋ ପରିବାରର ଦବଦବା ଜାରି ରହିଛି । ଆସିଫ ଅଲି ଜର୍ଦ୍ଦାରି ପୁଣି ଥରେ ପାକିସ୍ତାନର ରାଷ୍ଟ୍ରପତି ହୋଇଛନ୍ତି । ଆସିଫ ଜର୍ଦ୍ଦାରିଙ୍କ ପୁଅ ବିଲାଓ୍ବଲ ଭୁଟ୍ଟୋ ପୂର୍ବତନ ସରକାରରେ ବୈଦେଶିକ ମନ୍ତ୍ରୀ ଥିଲେ । ଏବେ ସେ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ଅଧ୍ୟକ୍ଷ ଅଛନ୍ତି । ସେହିଭଳି ବିଲାଓ୍ବଲଙ୍କ ମା’ ବେନଜିର ଭୁଟ୍ଟୋ ଏବଂ ଅଜା ଜୁଲଫିକର ଅଲି ଭୁଟ୍ଟୋ ମଧ୍ୟ ଦେଶର ପ୍ରଧାନମନ୍ତ୍ରୀ ଥିଲେ । ଏହାରି ମଧ୍ୟରେ ପରିବାରର ଅନ୍ୟ ଜଣେ ସଦସ୍ୟ ପାକିସ୍ତାନ ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି ।  ସେ ହେଉଛନ୍ତି ଆସିଫ ଅଲି ଜର୍ଦ୍ଦାରିଙ୍କ ସାନ ଝିଅ ଆସିଫା ଭୁଟ୍ଟୋ ଜର୍ଦ୍ଦାରି ।  

ସେ ସିନ୍ଧ କ୍ଷେତ୍ରରେ ନ୍ୟାସନାଲ ଆସେମ୍ବଲି ଆସନରେ ଉପ ନିର୍ବାଚନ ଲଢ଼ିବା ଲାଗି ନାମାଙ୍କନ ଦାଖଲ କରିଛନ୍ତି । ସେ ନିଜ ପିତା ଛାଡ଼ିଥିବା ଆସନରୁ   ନାମାଙ୍କନ ଭରିଛନ୍ତି । ଆସିଫାଙ୍କୁ ୩୧ ବର୍ଷ ହୋଇଥିବା ବେଳେ ସେ ରାଜନୀତିରେ ବେଶ ସକ୍ରିୟ ଅଛନ୍ତି । କିନ୍ତୁ ତାଙ୍କୁ ସଂସଦୀୟ ରାଜନୀତିରୁ ଆସିଫ ଜର୍ଦ୍ଦାରି ଦୂରେଇ ରଖିଥିଲେ । ରବିବାର ଦିନ ଆସିଫା ସିନ୍ଧ କ୍ଷେତ୍ରର ବେଞ୍ଜିରାବାଦ ଜିଲ୍ଲାର ଏନଏ ୨୦୭ ଆସନରୁ ଉପନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି । ଏହି ଆସନରୁ ତାଙ୍କ ପିତା ଆସିଫ ଜର୍ଦ୍ଦାରି ନିର୍ବାଚନ ଜିତିଥିଲେ । ହେଲେ ତାଙ୍କୁ ରାଷ୍ଟ୍ରପତି କରାଯିବା ପରେ ସେ ଏହି ଆସନରୁ ଇସ୍ତଫା ଦେଇଛନ୍ତ । 

ଆସିଫା ଭୁଟ୍ଟୋଙ୍କ ଚେହେରା ତାଙ୍କ ମା’ ବେନଜିର ଭୁଟ୍ଟୋଙ୍କ ସହ ମେଳ ଖାଉଛି ବୋଲି କୁହାଯାଉଛି । ୨୭ ଡିସେମ୍ବର ୨୦୦୭ରେ ରାଓ୍ବଲପିଣ୍ଡିରେ ଆୟୋଜିତ ଏକ ନିର୍ବାଚନୀ ରାଲିରେ ବେନଜିରଙ୍କୁ ହତ୍ୟା କରାଯାଇଥିଲା । ସୂଚନାଯୋଗ୍ୟ, ଇସ୍ଲାମାବାଦରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହରେ ପିତା ଆସିଫ ଜର୍ଦ୍ଦାରିଙ୍କ ସହ ଆସିଫା ଉପସ୍ଥିତ ଥିଲେ । ତାଙ୍କୁ ପ୍ରଥମ ମହିଳା ବା ଫାଷ୍ଟ ଲେଡି ଭାବେ ନାମିତ କରାଯାଇଥିଲା । 

ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଫାଷ୍ଟ ଲେଡି ବୋଲି କୁହାଯାଏ । ହେଲେ ଆସିଫ ଜର୍ଦ୍ଦାରିଙ୍କ ପତ୍ନୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କ ୨୦୦୭ରେ ମୃତ୍ୟୁ ହୋଇସାରିଛି । ସେପଟେ ଏପ୍ରିଲ ୨୧ରେ ଉପନିର୍ବାଚନ ହେବାକୁ ଯାଉଛି ଏବଂ ଆସିଫା ଭୁଟ୍ଟୋ ବିଜୟୀ ହେବା ନିଶ୍ଚିତ ବୋଲି କୁହାଯାଉଛି । 

  • Pakistan
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.