ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେଜ୍ରିୱାଲଙ୍କ ଗିରଫକୁ ବିରୋଧ କରି ସୁପ୍ରିମକୋର୍ଟ ଗଲା ଆପ୍, ତୁରନ୍ତ ଶୁଣାଣି ପାଇଁ ଆବେଦନ

ନୂଆଦିଲ୍ଲୀ, ୨୧/୦୩: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଇଡି ଗିରଫ ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଆମ୍ ଆଦମୀ ପାର୍ଟି । ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଛି ଆପ୍ । ଦଳର ନେତା ଅତିଶୀ କହିଛନ୍ତି, ଇଡି ଦ୍ୱାରା ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ରଦ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ।

ଆଜି ରାତିରେ ହିଁ ତତ୍କାଳ ଶୁଣାଣି ପାଇଁ ଦାବି କରିଛି ଆମ୍ ଆଦମୀ ପାର୍ଟି । ଦିଲ୍ଲୀ ବିଧାନସଭା ବାଚସ୍ପତି କହିଛନ୍ତି, ଗିରଫ କରାଯାଇଥିଲେ ସୁଦ୍ଧା ଇସ୍ତଫା ଦିଆଯିବ ନାହିଁ । ସୂଚନାଯୋଗ୍ୟ ଗୁରୁବାର ସନ୍ଧ୍ୟାରେ ଇଡିର ପ୍ରାୟ ୧୨ ଜଣ ଅଧିକାରୀ କେଜ୍ରିୱାଲଙ୍କ ସରକାରୀ ବାସଭବନରେ ପହଞ୍ଚି ଚଢ଼ାଉ ସହ ଜେରା କରିଥିଲେ ।

ଗୁରୁବାର ସନ୍ଧ୍ୟାରେ ଇଡି, କେଜ୍ରିୱାଲଙ୍କୁ ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଇଡି ୧୦ମ ସମନ ଦେବା ସହ ଜେରା କରିଥିଲା । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏସିପି ରାଙ୍କର ଅଧିକାରୀଙ୍କ ସହ ନର୍ଥ ଡିସିପି ପହଞ୍ଚି ଥିଲେ ।  ଏହାପରେ କେଜ୍ରିୱାଲଙ୍କୁ ଜେରା କରିଥିଲେ ଇଡିର ଯୁଗ୍ମ ନିର୍ଦ୍ଦେଶକ । ଜେରା ବେଳେ ଆଶଙ୍କା କରାଯାଉଥିଲା କେଜ୍ରିୱାଲଙ୍କୁ ଇଡି ଗିରଫ କରିବ । ପ୍ରାୟ ୨ ଘଣ୍ଟାର ପଚରାଉଚରା ପରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଛି ।

ଜେରା ସମୟରେ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ବାହାରେ ଦିଲ୍ଲୀ ପୋଲସ ସହ ସିଆରପିଏଫ୍ ଯବାନଙ୍କୁ ମୁତୟନ କରାଯାଇଥିଲା । ସୂତ୍ର ଅନୁସାରେ, ଇଡି ଟିମ୍ ଇଲୋକ୍ଟ୍ରୋନିକ୍ସ ଡିଭାଇସରୁ ଡାଟା କପି କରିଛି । କେ. କବିତାଙ୍କ ସହ ଜଡ଼ିତ ପ୍ରଶ୍ନ ମଧ୍ୟ କେଜ୍ରିୱାଲଙ୍କୁ ପଚାରିଛି ଇଡି । ଏହା ପୂର୍ବରୁ ଗୁରୁବାର ଅପରାହ୍ଣରେ ଦିଲ୍ଲୀ ହାଇକୋର୍ଟ ଇଡିର ଗିରଫଦାରୀ ରୋକିବା ନେଇ କେଜ୍ରିୱାଲ୍ କରିଥିବା ଆବେଦନର ଶୁଣାଣି କରିଥିବା ବେଳେ ରୋକ୍ ଲଗାଇ ନଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.