ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆଜି ବି ଇଡିରେ ହାଜର ହେବେନି କେଜ୍ରିଓ୍ବାଲ , ସମନକୁ କହିଲେ ବେଆଇନ

ନୂଆଦିଲ୍ଲୀ,୨/୨ :  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆଜି ବି ଇଡିରେ ହାଜର ହେବେନି । ଏହା ପଞ୍ଚମ ଥର ଯାହା କି କେଜ୍ରିଓ୍ବାଲ ଇଡିର ସମନକୁ ଅଣଦେଖା କରିଛନ୍ତି । ଆମ ଆଦମୀ ପାର୍ଟି ଏହି ସମ୍ବନ୍ଧରେ ଏକ ବୟାନ ଜାରୀ କରିବାକୁ ଯାଇ କହିଛି କି ଇଡିର ସମନ ବେଆଇନ । 

ଆମ ଆଦମୀ ପାର୍ଟି ଇଡିର ସମନକୁ ନେଇ କେନ୍ଦ୍ର ସରକାର ଉପରେ ଆକ୍ରମଣ କରିବାକୁ ଯାଇ କହିଛନ୍ତି କି, ମୋଦୀଙ୍କ ଉଦ୍ଦେଶ୍ୟ କେଜ୍ରିଓ୍ବାଲଙ୍କୁ ଗିରଫ କରିବା, ଏଭଳି କରି ସେ ଦିଲ୍ଲୀ ସରକାର ଭାଙ୍ଗିବାକୁ ଚାହୁଁଛନ୍ତି। ମୁଁ ଏହା କେବେ କି କରିବାକୁ ଦେବି ନାହିଁ ।’ ଅରବିନ୍ଦ କେଜ୍ରିଓ୍ବାଲ ବି ଏକ୍ସରେ ଏହି ଅଭିଯୋଗକୁ ଦୋହରାଇ କହିଛନ୍ତି କି, ପ୍ରଥମେ ଚଣ୍ଡିଗଡ଼ ମେୟର ନିର୍ବାଚନରେ ଭୋଟ ଚୋରି କରିଥିଲେ । ଏବେ ଏହା ବିରୁଦ୍ଧରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିବାକୁ ଆସିଥିବା ଜନତାଙ୍କୁ ବାଟରେ ଅଟକା ଯାଉଛି ।

ଏହା ପୂର୍ବରୁ ଇଡି ୧୭ଜାନୁଆରୀ, ୩ଜାନୁଆରୀ, ୨୧ଡିସେମ୍ବର ଏବଂ ୨ନଭେମ୍ବରରେ ଦିଲ୍ଲୀ ସିଏମଙ୍କୁ ସମନ ପଠାଇଥିଲା, କିନ୍ତୁ ସେ ହାଜର ହୋଇନଥିଲେ । ଇଡିର ବାରମ୍ବାର ସମନ ଜାରି କରିବା ପରେ ଆମ ଆଦମୀ ପାର୍ଟି ଦାବି କରିଥିଲା କି ଏହି ସବୁ ପ୍ରକ୍ରିୟା ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରିବା ଲାଗି କରାଯାଉଛି । ଇଡି ତାଙ୍କୁ ପଚରାଉଚରା ବାହାନାରେ ଡକାଇ ଗିରଫ କରିବାକୁ ଚାହୁଁଛି । ଆପ୍ କହିବା କଥା କି ଯଦି ଇଡି ପଚରାଉଚରା କରିବ ତେବେ ସ ନିଜ ପ୍ରଶ୍ନ ଲେଖି କେଜ୍ରିଓ୍ବାଲଙ୍କୁ ଦେଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.