ବାଉଁଶୁଣୀ, ୨୧/୧୧ : ଜଣେ ବ୍ୟକ୍ତିଙ୍କ ଠାରୁ ୧୫ ହଜାର ଟଙ୍କା ଫୋନ୍ ପେ ମାଧ୍ୟମରେ ଲାଞ୍ଚ ନେଉଥିବା ବେଳେ ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ସବ୍ ଇନ୍ସପେକ୍ଟର ବିକ୍ରମ କୁମାର ଦେହୁରୀ ଭିଜିଲାନ୍ସ୍ ହାତରେ ଧରା ପଡିଛନ୍ତି l
କୌଣସି ଏକ ମାମଲାରେ ଜବତ୍ ହୋଇଥିବା ଗୋଟିଏ ଆପାଚୀ ବାଇକ ଛାଡିବା ପାଇଁ ବୌଦ୍ଧ ଥାନା ବବଡା ଗ୍ରାମର କରୁଣା କର ନାଏକଙ୍କ ଠାରୁ ୧୫ ହଜାର ଟଙ୍କା ଫୋନ୍ ପେ ମାଧ୍ୟମରେ ବାଉଁଶୁଣୀ ଥାନା ସବ୍ ଇନ୍ସପେକ୍ଟର ବିକ୍ରମ କୁମାର ଦେହୁରୀ ନେଉଥିଲେ। ଏହି ସମୟରେ ପୁର୍ବରୁ ଛପି ରହିଥିବା ବୌଦ୍ଧ ଓ କନ୍ଧମାଳ ଭିଜିଲାନ୍ସ୍ ଅଧିକାରୀ ମାନେ ସବ୍ ଇନ୍ସପେକ୍ଟର ବିକ୍ରମ କୁମାର ଦେହୁରୀଙ୍କୁ ବାଉଁଶୁଣୀ ଥାନା ପରିସରରୁ କାବୁ କରିଥିଲେ l ତାଙ୍କର ମୋବାଇଲ ଜବତ୍ କରିବା ସହ ଗିରଫ କରି ବୌଦ୍ଧ ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣିଛି | ତାଙ୍କର ପୁରୁଣାକଟକ ଘରେ ମଧ୍ୟ ଭିଜିଲାନ୍ସ୍ ତଲାସି କରିଥିବା ସୂଚନା ମିଳିଛି। ଚଢାଉରେ ବୌଦ୍ଧ ଭିଜିଲାନ୍ସ ଡ଼ିଏସପି ସୁରେଶ କୁମାର କହଁର, କନ୍ଧମାଳ ଡ଼ିଏସପି ହେମନ୍ତ କୁମାର ମହାନ୍ତି, ଏଏସ ଆଇ ମନୋଜ ନାଏକ, କନେଷ୍ଟବଳ ଲୋକନାଥ ସାହୁ, ହର ପ୍ରସାଦ ମହାପାତ୍ର ପ୍ରମୁଖ ସାମିଲ ଥିଲେ |