ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍କୁଟିକୁ ପିଟିଲା କାର୍, ୨ ଗୁରୁତର
  • ||
  • ମୋହନା: ଘାଟିରେ ଓଲଟିଲା ମିନି ବସ୍, ୨୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଶ୍ୱକପ୍‌ ମହାକୁମ୍ଭକୁ ଆଉ ୩ ଦିନର ଅପେକ୍ଷା: ୧୦ ଦଳ, ୧୦ ଭେନ୍ୟୁ, ୪୮ ମ୍ୟାଚ୍‌ରେ ହେବ ମୁକାବିଲା
  • ||
  • ରାଉରକେଲା: ଝଗଡ଼ା ସମାଧାନ କରିବାକୁ ଯାଇଥିଲେ..ଠେଲାପେଲା ବେଳେ ତଳେ ପଡ଼ି ମହିଳା ଏଏସ୍‌ଆଇ ମୃତ
  • ||
  • ଭୁବନେଶ୍ୱର: ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: କିଲର୍‌ ଚାଳକର ପତ୍ତା ପାଉନି ପୁଲିସ, ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ
  • ||
  • ପୁରୀ: ଶ୍ରୀମନ୍ଦିରରେ ପୁଣି ବୁଲିଲା କ୍ୟାମେରା: ଭୋଗ ଆଟିକା ନିକଟରୁ ବନ୍ଧାହେଲା ଅଭିଯୁକ୍ତ, ସ୍ପାଏ ପେନ୍‌ କ୍ୟାମେରା ଜବତ
  • ||
  • ମାଦ୍ରିଦ: ସ୍ପେନ ନାଇଟ୍‌ କ୍ଲବରେ ଭୀଷଣ ଅଗ୍ନିକାଣ୍ଡରେ ଭୁଶୁଡିଲା ଛାତ: ୧୩ ମୃତ, ୪ ଆହତ
  • ||
  • ଭୁବନେଶ୍ୱର: ୟୁନିଟ୍‌-୧ ହାଟରେ ତାଲା, ୩ ଦିନି ସାଢେ ୭ କୋଟି ଘାଟା: ମଙ୍ଗଳବାର ବିଏମ୍‌ସି ସହ ହାଟ କମିଟିର ଆଲୋଚନା
  • ||
  • ଭୁବନେଶ୍ୱର: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ରାଜଧାନୀର ବଡ଼ଗଡ଼ରୁ ଶୁଭାରମ୍ଭ କରିବେ ନବୀନ
  • ||
  • ବିଶ୍ୱ ପାଇଁ ଆଶ୍ୱସ୍ତି: ସଟ୍‌ଡାଉନ୍‌ରୁ ବର୍ତ୍ତିଗଲା ଆମେରିକା, ଶେଷ ମୁହୂର୍ତ୍ତରେ ଫଣ୍ଡିଂ ବିଲ୍‌ ମଞ୍ଜୁର
  • ||
  • ଭୁବନେଶ୍ୱର; ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ଏସିଆ କପ୍‌-୨୦୨୩: ସୁପର-୪ ରାଉଣ୍ଡରେ ଶ୍ରୀଲଙ୍କା- ବାଂଲାଦେଶ ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଟିମ୍

ଲାହୋର,୦୯/୦୯: ଚଳିତ ଏସିଆ କପ୍‌ର ସୁପର-୪ ରାଉଣ୍ଡରେ ଶନିବାର ଶ୍ରୀଲଙ୍କା ଓ  ବାଂଲାଦେଶ ପରସ୍ପରକୁ ଭେଟିବେ । ପୂର୍ବରୁ ଲିଗ୍‌ ପର୍ଯ୍ୟାୟରେ ଉଭୟ ଦଳ ପରସ୍ପରକୁ ଭେଟିସାରିଛନ୍ତି । ଶ୍ରୀଲଙ୍କା ଉକ୍ତ ମ୍ୟାଚ ଜିତିଥିଲା । ବର୍ତ୍ତମାନ  ବାଂଲାଦେଶ ପ୍ରତିଶୋଧ ନେବାକୁ ପ୍ରୟାସ କରିବ ।  ସୁପର-୪ ରାଉଣ୍ଡ୍‌ରେ ବାଂଲାଦେଶ ଗୋଟିଏ  ମ୍ୟାଚ୍‌ ଖେଳିସାରିଛି । ପାକିସ୍ତାନ ବିପକ୍ଷ ଉକ୍ତ ମ୍ୟାଚ୍‌ରେ  ବାଂଲାଦେଶ ୭ ୱିକେଟ୍‌ରେ ପରାଜିତ  ହୋଇଥିଲା । 

ସେମି ଫାଇନାଲ୍‌ରେ  ପହଞ୍ଚିବାକୁ ହେଲେ ବାଂଲାଦେଶକୁ ଯଥା ସମ୍ଭବ  ଶନିବାର ବିଜୟ ଧାରାକୁ ଫେରିବାକୁ ହେବ। ଘରୋଇ ଗ୍ରାଉଣ୍ଡ୍‌ରେ ଶ୍ରୀଲଙ୍କାର ପଲା ଭାରି ରହିବା  ସ୍ୱାଭାବିକ୍‌ । ମାତ୍ର ଶ୍ରୀଲଙ୍କାକୁ ହରାଇବାର ଯଥେଷ୍ଟ କ୍ଷମତା  ବାଂଲାଦେଶ ନିକଟରେ ରହିଛି । ଦଳର ବ୍ୟାଟିଂ ବିଭାଗ  ସୁଦୃଢ । ସ୍ପିନ ବୋଲିଂ ବିଭାଗ ଶକ୍ତିଶାଳୀ । କେବଳ  ଫିଲ୍ଡିଂ ଓ ପେସ୍‌ ବୋଲିଂକୁ ଶୃଙ୍ଖଳିତ କରିପାରିଲେ  ବାଂଲାଦେଶକୁ କେହି ଅଟକାଇ ପାରିବେ ନାହିଁ । ସାକିବ  ଅଲ୍‌-ହାସନ ଓ ମୁସଫିକର ରହିମଙ୍କ ଉପରେ ବ୍ୟାଟିଂ  ବିଭାଗ ନିର୍ଭର କରିବ । ସୁସ୍ଥ ହୋଇ ଫେରିଥିବା ଲିଟନ ଦାସ ଲୟ ଫେରି ପାଇଛନ୍ତି । 

ଶନିବାର ତାଙ୍କ ବ୍ୟାଟରୁ ଏକ ବଡ଼ ଇନିଂସ ଆଶା କରାଯାଉଛି । ଶ୍ରୀଲଙ୍କା କ୍ରମାନ୍ୱୟରେ ୧୨ଟି ଦିନିକିଆ ଜିତି ସାରିଛି ।  ବାଂଲାଦେଶକୁ ହରାଇ ଦ୍ୱିତୀୟ ସର୍ବାଧିକ  ବିଜୟ ରେକର୍ଡ କରିବାକୁ ପ୍ରୟାସ କରିବ । ଦିନିକିଆ  କ୍ରିକେଟ୍‌ରେ କ୍ରମାନ୍ୱୟରେ ସର୍ବାଧିକ ମ୍ୟାଚ୍‌ ବିଜୟ  ରେକର୍ଡ ଅଷ୍ଟ୍ରେଲିଆ ନାମରେ ରହିଛି । ୨୦୦୩ରେ  ଅଷ୍ଟ୍ରେଲିଅ ଦଳ କ୍ରମାନ୍ୱୟରେ  ୨୧ଟି ଦିନିକିଆ ଜିତିଥିଲା । ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ମଧ୍ୟ କ୍ରମାନ୍ୱୟରେ  ୧୨ଟି ଲେଖାଏଁ ଦିନିକିଆ ଜିତିଛନ୍ତି । 

ପିଚ୍‌: ପାଲେକେଲ ତୁଳନାରେ ପ୍ରେମଦାସା  ଷ୍ଟାଡିୟମ୍‌ର ପିଚ୍‌ ସାଧାରଣତଃ ମନ୍ଥର । ସ୍ପିନରମାନେ  ଏହି ପିଚ୍‌ର ଫାଇଦା ଉଠାଇବା ଏକ ପ୍ରକାର ନିଶ୍ଚିତ ।  ବ୍ୟାଟିଂ ପାଇଁ ମଧ୍ୟ ପିଚ୍‌ ଅନୁକୂଳ ରହିବ । ଫଳରେ  ଟସ୍‌ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେଇପାରନ୍ତି । ଆସନ୍ତା  କାଲି ବର୍ଷା ମ୍ୟାଚ୍‌ରେ ବାଧକ ସାଜିପାରେ । ୬୮ପ୍ରତିଶତ  ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । 

Copyright © 2022 - Summa Real Media Private Limited. All Rights Reserved.