ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମାଙ୍କ ମାଲକାନଗିରିରେ ନିର୍ବାଚନୀ ପ୍ରଚାର, ବିଜେପି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ କଲେ ଭୋଟ ଭିକ୍ଷା

ମାଲକାନଗିରି/ଏମଭି ୭୯/ମାଥିଲି, ୯/୫(ଆପ୍ର ) : ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା  ମାଲକାନଗିରି ଜିଲ୍ଲାରେ ବିଜେପି ପାଇଁ ପ୍ରଚାର କରିଛନ୍ତି। ଦଳର ମାଲକାନଗିରି, ଚିତ୍ରକୋଣ୍ଡା ବିଧାୟକ ପ୍ରାର୍ଥୀ ଓ ନବରଙ୍ଗପୁର ସାଂସଦ ପ୍ରାର୍ଥୀ ଙ୍କ ପାଇଁ ଭୋଟ ଭିକ୍ଷା  କରିଥିଲେ। ନିର୍ବାଚନୀ ବୈତରଣୀ ପାର ହେବାର ଗୁରୁମନ୍ତ୍ର ଦେଇଛନ୍ତି ପ୍ରାର୍ଥୀ ଓ ଦଳୀୟ କର୍ମୀଙ୍କୁ।

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଲୁଗେଲ ପଞ୍ଚାୟତ ଏମପିଭି ୮ ୨ ଗ୍ରାମରେ ମାଲକାନଗିରି ବିଧାୟକ ପାର୍ଥି ନରସିଂହ ମାଡକାମୀ ଓ ନବରଙ୍ଗପୁର ସାଂସଦ ପାର୍ଥି ବଳଭଦ୍ର ମାଝୀଙ୍କ ପାଇଁ ଭୋଟ ଭିକ୍ଷା କରି ନିର୍ବାଚନୀ ପ୍ରଚାର କରିଥିଲେ। ଦିଲ୍ଲୀରେ ମୋଦିଙ୍କ ସରକାର ଅଛି, ପୁଣି ମୋଦିଙ୍କ ସରକାର ହେବ । ମୋଦି ଯାହା କହନ୍ତି, ତାକୁ କରିକି ଦେଖାନ୍ତି ବୋଲି ସମସ୍ତେ ଜାଣନ୍ତି । ଆସାମର ଲକ୍ଷେ ଲୋକଙ୍କୁ ସରକାରୀ ଖର୍ଚ୍ଚରେ ରାମ ମନ୍ଦିର ଦେଖାଇବାକୁ ନେବି ଓଡ଼ିଶାରେ ବିଜେପି ସରକାର ହେଲେ ୫ ଲକ୍ଷ ଲୋକଙ୍କୁ ଦର୍ଶନ ପାଇଁ ନେବି । ଓଡିଶାରେ ବିଜେପି ଆସିଲେ ବେଙ୍ଗଲୀଙ୍କ ପାଇଁ ବେଙ୍ଗଲୀ ଶିକ୍ଷକ ରହିବେ । ବେଙ୍ଗଲୀ ଗାଁ ଗୁଡିକର ନମ୍ବର ନାଁକୁ ନେଇ ସମାଲୋଚନା କରିଥିଲେ । ବିଜେପି ସରକାର ହେଲେ ଏଠି ବେଙ୍ଗଲୀ ଗ୍ରାମ ଗୁଡିକ ରାଜସ୍ୱ ଗ୍ରାମର ମାନ୍ୟତା ମିଳିବ । ବିଜେପି ସରକାର ଆସିଲେ, ନମ୍ବର ନୁହେଁ, ଗାଁର ନାଁ ଦିଆଯିବ । ବିଜେପି ମୁଖ୍ୟମନ୍ତ୍ରୀ ହେଲା ପରେ, ନିଶ୍ଚିତ ଭାବେ ଗାଁ ନାଁ ବଦଳିଯିବ ।

ଛତିଶଗଡରେ ବିଜେପି ସରକାରରେ ଧାନ କିଣାଯାଉଛି ୩ ହଜାରରେ । ଏଠାରେ ବିଜେପି ସରକାର ଆସିଲେ ଧାନ କ୍ବିଣ୍ଟାଲ ୩୧୦୦ଟଙ୍କା ହେବ । ଆସାମରେ ମହିଳାଙ୍କୁ ମାସିକ ୧୨୫୦ ଟଙ୍କା ମିଳୁଛି । ଆମ ସରକାର ଏଠି ଆସିଲେ ମହିଳାଙ୍କୁ ୫୦ ହଜାର ମିଳିବ । ବାର୍ଷିକ୨୫ ହଜାର ଲେଖାଏଁ ୨ ବର୍ଷରେ ୫୦ ହଜାର ମିଳିବ । 

ଏହି ସଭାରେ ମାଲକାନଗିରି ବିଧାୟକ ପ୍ରାର୍ଥୀ  ନରସିଂହ ମାଡକାମୀ, ନବରଙ୍ଗପୁର ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ,ବିଜେପି ଜିଲ୍ଲା ସଭାପତି ନିମାଇଁ ଚନ୍ଦ୍ର ପାଲ,କମଲେସ ରାୟ,ସୁକୁମା ଜିଲ୍ଲା ବିଜେପି ସଭାପତି ପ୍ରମୁଖ ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମ ଙ୍କୁ ଭବାନୀ ମୁଖାର୍ଜୀ ପରିଚାଳନା କରିଥିଲେ। ଏହି ସଂକଳ୍ପ ସମାବେଶ ରେ ଉତ୍ତମ ଓଝା, ପ୍ରହଲ୍ଲାଦ ବସୁ, ସଞ୍ଜୟ ସରକାର, ରତ୍ନାକର ପାଣିଗ୍ରାହୀ, ରାଜ କିଶୋର ମଣ୍ଡଳ ଙ୍କ ସହ ବହୁ ସଂଖ୍ୟାରେ ଛତିଶଗଡ ରାଜ୍ୟ ଓ ମାଲକାନଗିରି ଜିଲ୍ଲାର ବିଜେପି କର୍ମକର୍ତ୍ତା ମାନେ ଯୋଗଦେଇ ଥିଲେ।ସେହିପରି ଚିତ୍ରକୋଣ୍ଡା ବିଧାନସଭା ଆସନ ର ବିଧାୟକ ପ୍ରାର୍ଥୀ ଡମ୍ବରୁ ସୀସା ଙ୍କ ପାଇଁ ମାଥିଲି ଠାରେ ସ୍ୱତନ୍ତ୍ର ସଭାରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵଶର୍ମା ଯୋଗ ଦେଇ ବିଜେପି ଦଳ ପାଇଁ ପ୍ରଚାର କରି ବିଜେଡିକୁ ସମାଲୋଚନା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.