ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜ୍ୟୋତିଷଙ୍କ ଭବିଷ୍ୟବାଣୀ: ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ ମୋଦି

ନୂଆଦିଲ୍ଲୀ,୩୦/୦୫: ଚଳିତ ଲୋକସଭା ନିର୍ବାଚନରେ ବିଜେପି ମାରିବ ବାଜିମାତ୍‌ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପୁଣି ଦେଶର  ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିବେ । ଦୁଇଜଣ ଜ୍ୟୋତିଷ ଏଭଳି  ଭବିଷ୍ୟବାଣୀ କରିଛନ୍ତି ।

 କେରଳର ପୟାନୁର ନିବାସୀ ଜ୍ୟୋତିଷ ଚିତ୍ରଭାନୁ କେ ପୋଡୁୱଲ ବୁଧବାର କହିଛନ୍ତି,  ମତଦାନର ତାରିଖ ଓ ଫଳାଫଳ ପ୍ରକାଶ  ପାଇବାକୁ ଥିବା ତାରିଖ ଉଭୟ ବିଜେପି ଓ ଏନ୍‌ଡିଏ ପାଇଁ ଅନୁକୂଳ । ମତଦାନ ତିଥି ଓ ପରିଣାମ ଦିନ ମୋଦିଙ୍କୁ ଭାରୀ ବହୁମତ ଦେବାରେ ସହାୟକ ହେବ । ବିଜେପି ନିଜ ଦମ୍‌ରେ ୩୪୬ରୁ ୩୫୬  ଆସନ ଛୁଇଁପାରେ । କଂଗ୍ରେସକୁ ମାତ୍ର ୨୯ରୁ ୩୬ ଆସନ ମିଳିବା ସମ୍ଭାବନା  ରହିଛି । 

ସେହିଭଳି ମୁମ୍ବାଇର ଜ୍ୟୋତିଷ  ସନ୍ଦୀପ କୋଚର କହିଛନ୍ତି, ତିଥି  କୌଣସି ମାନେ ରଖେ ନାହିଁ । କାରଣ  ପୂର୍ବରୁ ଭାଗ୍ୟ ସ୍ଥିର ହୋଇ ସାରିଥାଏ ।  ଜ୍ୟୋତିଷଶାସ୍ତ୍ରରେ ୨୪ ବର୍ଷ ଅଭିଜ୍ଞତା  ରଖିଥିବା କୋଚରଙ୍କ ମୁତାବକ,  ମଙ୍ଗଳ ଓ ବୃହସ୍ପତି ମୋଦିଙ୍କ ଭାଗ୍ୟର  ମାର୍ଗଦର୍ଶନ କରୁଛି । ତାଙ୍କ କୁଣ୍ଡଳୀରେ  ମଙ୍ଗଳ-ବୃହସ୍ପତିର ଚଳନ ତାଙ୍କୁ ଅପାର  ସଫଳତା ପ୍ରାପ୍ତ କରିବାରେ ସହାୟକ  ହେଉଛି । ବର୍ତ୍ତମାନ ସମୟରେ ସେ ଯାହା  ବି କରିବେ, ସେଥିରେ ତାଙ୍କୁ ସଫଳତା  ମିଳିବା ନିଶ୍ଚିତ ।

  • PrameyaOdia
  • prameya
  • Narendra Modi
  • Narendra Modi
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.