ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଓଡ଼ିଆ ଖାଦ୍ୟ 'ବରା ତାୱା ଫ୍ରାଏ' ଦେଶର ଶ୍ରେଷ୍ଠ, ବିଚାରକଙ୍କ ମନମୋହିଲା କଦଳୀ ଭଣ୍ଡା ଚଟଣୀ

ଭଦ୍ରକ, ୧।୫: ଓଡ଼ିଆ ଖାଦ୍ୟ ପ୍ରସ୍ତୁତି କରି ଦେଶରେ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି ଭଦ୍ରକ ଜିଲ୍ଲାର ବୋହୂ । ଆମ ଖାଦ୍ୟ ସ୍ୱାସ୍ଥ୍ୟ ପ୍ରତି କେତେ ଗୁରୁତ୍ୱ ଓ ଦେହ ପାଇଁ କେତେ ହିତକର ତାର ମଡେଲ ଦେଖାଇ ସେ ପ୍ରଶଂସିତ ହୋଇଛନ୍ତି । ଓଡ଼ିଆ ଖାଦ୍ୟ ଯେ ଭାରି ବଢିଆ ତାକୁ ଦେଶରେ ପ୍ରମାଣିତ କରିଥିବା ଭଦ୍ରକର ବୋହୂ ସବିତା ମହାଳିକଙ୍କ ପାଖକୁ ଏବେ ଅଭିନନ୍ଦନର ଶୁଅ ଛୁଟିଛି । ଭଦ୍ରକ ଲୋକାଲ ଖାଦ୍ୟ ଭାବେ କଦଳୀ ଭଣ୍ଡାରୁ ପ୍ରସ୍ତୁତ ଚଟଣୀ ଖାଇ ଦେଶର ପ୍ରସିଦ୍ଧ ବିଚାରକ ମଣ୍ଡଳୀ ଖୁସି ବ୍ୟକ୍ତ କରିବା ସହ ଶ୍ରେଷ୍ଠ ବୋଲି ଚୟନ କରିଛନ୍ତି । କଟକର ଝିଅ ସବିତା । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସୁଆଁ ଗ୍ରାମର ବୋହୂ ହୋଇଛନ୍ତି । 

ସ୍ୱାମୀ ଡ. ନିରୋଜ ମହାଳିକ ଜଣେ ବୈଜ୍ଞାନିକ । ସବିତା ଏବେ ଧାନବାଦରେ ରହୁଛନ୍ତି । ପୋଷଣ ଖାଦ୍ୟ ପ୍ରସ୍ତୁତିରେ ଲାଗିଥିବା ଏହି ଓଡ଼ିଆଣୀଙ୍କ ମାଣ୍ଡିଆ ଖାଦ୍ୟର ଉପକାରିତା ଓ ତାର ପ୍ରସ୍ତୁତି ପ୍ରାଣାଳୀ ଆଦି ବାବଦରେ ଡିଜିଟାଲ ପ୍ଲାଟଫର୍ମରେ ପ୍ରଚାର ପ୍ରସାର କରି ପୂର୍ବରୁ ବେଶ ସୁନାମ ଆଣିଛନ୍ତି । ମିଲେଟ ମିଶନର ମାଣ୍ଡିଆ ଖାଦ୍ୟ ସମତେ ଗର୍ଭବତୀଙ୍କ ନିମନ୍ତେ ପୋଷଣ ଖାଦ୍ୟ ପ୍ରସ୍ତୁତି କରିଛନ୍ତି । ଓଡ଼ିଆଙ୍କ ପ୍ରିୟ ମାଣ୍ଡିଆ, କନ୍ଦମୂଳ, ଶାଗ, ସଜନା ଛୁଇଁ, କଲମୀ ଶାଗ, କଦଳୀ ଭଣ୍ଡାରୁ ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ଖାଦ୍ୟ । ଯାହାର ନାମ ରହିଛି "ବରା ତାୱା ଫ୍ରାଏ' । "ମେରି ପୌସ୍ତିକ ରଷୋଇ' ସିଜନ-୬ କାର୍ଯ୍ୟକ୍ରମରେ ଦେଶର ହଜାରେ ପ୍ରତିଯୋଗୀଙ୍କୁ ପଛରେ ପକାଇ ସବିତାଙ୍କ "ବରା ତାୱା ଫ୍ରାଏ' ଶ୍ରେଷ୍ଠ ହୋଇଛି । ପ୍ରଥମ ପୁରସ୍କାର ଭାବେ ଟ୍ରଫି ସହ ଅର୍ଥରାଶି ପାଇଛନ୍ତି । କାର୍ଯ୍ୟକ୍ରମର ଗ୍ରାଣ୍ଡ ଫାଇନାଲ ମୁମ୍ବାଇରେ ହୋଇଥିଲା । 

ଖାଦ୍ୟର ପ୍ରସ୍ତୁତି ପ୍ରାଣାଳୀ ଦେହ ପାଇଁ କେତେ ହିତକର ତାର ଟିକିନିକ୍‌ କଥା ଗ୍ରାଣ୍ଡ ଜୁରିଙ୍କ ଆଗରେ ବିଶ୍ଲେଷଣ କରିଥିଲେ ସବିତା । ଜୁରି ଭାବେ ଗୌତମ ମେହେର୍ସି, ଅନୁରାଧା ମାଡାମ୍‌ ଓ ଯୋଗେଶ କେଶବ ଉଧେକର ଖାଦ୍ୟ ଷ୍ଟଲ ଭ୍ରମଣ କରିଥିଲେ । ଏହି ଟିମ ସବିତାଙ୍କ ମାଣ୍ଡିଆ ସହ କନ୍ଦମୂଳ ଆଉ ସବୁ ପ୍ରକାରର ଶାଗ ମିଶାଇ ପ୍ରସ୍ତୁତ ବରାକୁ ଖାଇଥିଲେ । ସେହିଭଳି ଭଦ୍ରକରେ ଲୋକାଲ ଖାଦ୍ୟ ଭାବେ କଦଳୀ ଭଣ୍ଡାରୁ ପ୍ରସ୍ତୁତ ଚଟଣୀ ଏବଂ ସଜନା ଛୁଇଁରୁ ପ୍ରସ୍ତୁତ ସସ ବି ସେମାନେ ଚାଖିଥିଲେ । ପରେ ବିଚାରକ ମଣ୍ଡଳୀ ସବିତାଙ୍କ ପୋଷଣ ଖାଦ୍ୟକୁ ଶ୍ରେଷ୍ଠ ଭାବେ ବାଛି ପ୍ରଥମ ପୁରସ୍କାର ପ୍ରଦାନ କରିବା ସହ ମହିଳାଙ୍କ ପାଇଁ ଏହି ଖାଦ୍ୟ ନିହାତି ଜରୁରି ବୋଲି ମତବ୍ୟକ୍ତ କରିଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.