ପ୍ରମୂଖ ଖବର

ଦେଢ଼ଶୁଳି ପଞ୍ଚାୟତ ଜାମୁଲି ଘାଟିରେ ଓଲଟିଲା ଅଟୋ, ଜଣେ ଶିଶୁ ସମେତ ୭ ଗୁରୁତର

ମ.ରାମପୁର, ୧୯/୩ : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଦେଢ଼ଶୁଳି ଗ୍ରାମପଞ୍ଚାୟତ ଜାମୁଲି ଘାଟିରେ ଓଲଟିଲା ଅଟୋ। ଏହି ଦୁର୍ଘଟଣାରେ ଜଣେ ଶିଶୁ ସମେତ ୭ ଜଣ ଗୁରୁତର ହୋଇଛନ୍ତି।  ସମସ୍ତ ଆହତଙ୍କୁ ମୋହନଗିରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ଗୁରୁତର ଆହତମାନଙ୍କୁ ମ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। 

ସୂଚନାନୁଯାୟୀ, ଦେଢଶୁଳି ଗ୍ରାମପଞ୍ଚାୟତ ସାରେଙ୍ଗ ପଡା ଗ୍ରାମର ପ୍ରାୟ ୧୫ ଜଣ ଏକ ଅଟୋରେ କନ୍ଧମାଳ ଜିଲ୍ଲା ମାସ୍କା ପୋଡ଼ି ଗ୍ରାମକୁ ବିବାହ ଭୋଜି ଖାଇବାକୁ ଯାଉଥିଲେ। ଜାମୁଲି ଘାଟିରେ ଅଟୋଟି ଭାରସାମ୍ୟ ହରାଇ ତଳକୁ ଖସି ପଡିଥିଲା। ଫଳରେ ଜଣେ ଶିଶୁ ସମେତ ୭ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତର ହେଉଛନ୍ତି ସାରଙ୍ଗ ପଡାର ସୁରନ୍ତ ମାଝୀ(୪ବର୍ଷ), ବାଦୁଲି ହରିଜନ(୬୦ ବର୍ଷ), ବକେଲ ମାଝୀ(୬୦ବର୍ଷ), କରାଲି ମାଝୀ(୩୦ବର୍ଷ), ନିଲାନ୍ଦ୍ରୀ ହରିଜନ(୨୮ବର୍ଷ), ସୋମାଲି ମାଝୀ(୨୮ବର୍ଷ), ମିଖାଲ ହରିଜନ(୧୮ବର୍ଷ)। ସମସ୍ତ ଆହତଙ୍କୁ ମୋହନଗିରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ଗୁରୁତର ଆହତମାନଙ୍କୁ ମ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଯାନବାହନ ଗୁଡ଼ିକରେ କ୍ଷମତା ଠାରୁ ଅଧିକ ଯାତ୍ରୀଙ୍କୁ ନେଇ ଯିବାରୁ ଦୁର୍ଘଟଣା ଘଟୁଥିବା କୁହାଯାଉଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.