ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭରତପୁର ଥାନା ପରିସରରୁ ଅଟୋ ଚୋରି, ପୁଲିସ୍‌ ଜଳକା

ଭୁବନେଶ୍ୱର,୧୨/୦୪: କମିଶନରେଟ୍‌ ପୁଲିସ୍‌ ଭୁବନେଶ୍ୱର ୟୁପିଡିରେ ଚୋରମାନେ ଆତଙ୍କ ଖେଳାଇଛନ୍ତି । ପୁଲିସ୍‌କୁ ବି ଖାତିର କରୁନାହାନ୍ତି । ଥାନା  ଭିତରୁ ଚୋରି କରିବାକୁ ବି ପଛାଉ ନାହାନ୍ତି । ଗତକାଲି ଭରତପୁର ଥାନା ପରିସରରୁ ଦୁର୍ଘଟଣା ମାମଲାରେ ଜବତ ହୋଇଥିବା ଏକ ଅଟୋକୁ ଚୋରମାନେ ନେଇଯାଇଛନ୍ତି । ପୁଲିସ୍‌ କିଛି ଉପାୟ ନ ପାଇ (୨୪୨/୨୪)ରେ ଏକ ମାମଲା  ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।  

ଗତ ମାର୍ଚ୍ଚ ୧୧ ତାରିଖରେ ଭରତପୁର ଥାନାର ନୂତନ କୋଠା ଉଦ୍‌ଘାଟନ  କରିଥିଲେ ମୁଖ୍ୟମନ୍ତ୍ରୀ । ପୁରୁଣା କୋଠାରୁ ନୂଆକୁ ଯିବାକୁ ୧୦ ଦିନ ସମୟ  ଲାଗିଥିଲା । ତା’ପରେ ମଧ୍ୟ କିଛି କର୍ମଚାରୀ ପୁରୁଣା କୋଠାରେ ଡ୍ୟୁଟି  କରୁଥିଲେ । କାରଣ ଥାନାର ମାଲ୍‌ଖାନାରେ ସବୁ ଜିନିଷ ରହିଛି । ଗତ ୯ ତାରିଖ  ରାତିରେ କିଛି କର୍ମଚାରୀ ଡ୍ୟୁଟି କରୁଥିଲେ । ହେଲେ ଚୋରାନେ ଥାନା ପଛରେ  ଥିବା ଏକ ଅଟୋ (ଓଡି୦୨ଇ୨୦୬୧) ନେଇ ପଳାଇଥିଲେ । ୧୦ ତାରିଖ ଦିନ  ଘଟଣା ବିଷୟରେ ଜାଣିବାକୁ ପାଇଥିଲେ ଥାନା କର୍ମଚାରୀ । ବହୁ ଖୋଜାଖୋଜି  କରିବା ପରେ ପୁଲିସ୍‌ ଗାଡ଼ିର ପତ୍ତା ପାଇ ନଥିଲା । ଶେଷରେ ଡ୍ୟୁଟିରେ ଥିବା  ହୋମ୍‌ ଗାର୍ଡ ସନ୍ତୋଷ ମହାରାଣା ଥାନାରେ ଏତଲା ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.