ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗଣତନ୍ତ୍ର ଦିବସରେ ତ୍ରିରଙ୍ଗା ରଙ୍ଗରେ ରାମଲଲା : କେଶର, ଧଳା ଓ ସବୁଜ ରଙ୍ଗର ମାଳା ପିିନ୍ଧି ଦେଲେ ଦର୍ଶନ

ନୂଆଦିଲ୍ଲୀ,୨୬।୧:ଅଯୋଧ୍ୟାରେ ରାମଲଲାଙ୍କ ଦର୍ଶନ କରିବା ପାଇଁ ପ୍ରତିଦିନ ଭକ୍ତଙ୍କ ଲମ୍ବା ଲାଇନ୍ ଲାଗି ରହିଛି। ଶୁକ୍ରବାର ଦେଶର ୭୫ ତମ ଗଣତନ୍ତ୍ର ଦିବସ ପାଳନ କରାଯାଉଛି, ଏଭଳି ସ୍ଥିତିରେ ଅଯୋଧ୍ୟାରେ ରାମଲଲାଙ୍କ ଶୃଙ୍ଗାରରେ ତ୍ରିରଙ୍ଗାର ଝଲକ ଦେଖିବାକୁ ମିଳିଛି। ପ୍ରଭୂ ଶ୍ରୀରାମଙ୍କ ବାଳ ସ୍ବରୂପ ରାମଲଲା ଶ୍ବେତବସ୍ତ୍ର ପରିଧାନ କରିଛନ୍ତି । କେଶରୀ, ଧଳା ଓ ସବୁଜ ରଙ୍ଗର ଫୁଲରେ ତିଆରି ଏକ ମାଳା ମଧ୍ୟ ପିନ୍ଧିଛନ୍ତି। ଭଗବାନଙ୍କ ଏହି ଝଲକ ଦେଖିବାକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ।

ଉଲ୍ଲେଖନୀୟ ଯେ, ନୂଆ ରାମ ମନ୍ଦିର ୨୩ ଜାନୁଆରୀରୁ ସାଧାରଣ ଜନତାଙ୍କ ପାଇଁ ଖୋଲି ଦିଆଯାଇଛି। ଗତ ୪ ଦିନ ହେବ ନିଜ ଆରାଧ୍ୟଙ୍କୁ ଦର୍ଶନ ପାଇଁ ଦେଶର କୋଣ ଅନୁକୋଣରୁ ଲୋକ ପହଁଞ୍ଚୁଛନ୍ତି। ବାଳକ ରାମଙ୍କ ମଧ୍ୟ ନିଜର ଭକ୍ତଙ୍କୁ ପ୍ରତିଦିନ ନୂଆ ନୂଆ ରୂପରେ ଦର୍ଶନ ଦେଉଛନ୍ତି। ୨୨ ଜାନୁଆରୀରେ ଯେତେବେଳେ ଗର୍ଭଗୃହରେ ପ୍ରାଣ ପ୍ରତିଷ୍ଠା ହୋଇଥିଲା ରାମଲଲା ପୀତାମ୍ବର ବସ୍ତ୍ର ଧାରଣ କରିଥିଲେ। ସ୍ବର୍ଣ୍ଣ ଆଭୂଷଣ, ହାତରେ କୋଦଣ୍ଡ ଓ ତୀର ଧରିଥିଲେ। ରାମଲଲାଙ୍କ ମନମୋହକ ହସ ଓ ଆଲୌକିକ ରୂପ ଦେଖି ସମସ୍ତେ ଭାବୁକ ହୋଇଯାଇଥିଲେ।

ଦ୍ବିତୀୟ ଦିନ ଭଗବାନ ରାମଲଲା ଲାଲ ରଙ୍ଗର ବସ୍ତ୍ର ପିନ୍ଧିଥିଲେ। ତୃତୀୟ ଦିନ ଭଗବାନ ସବୁଜ ରଙ୍ଗର ବସ୍ତ୍ର ଧାରଣ କରିଥିଲେ। ଚତୁର୍ଥ ଦିନ ଅର୍ଥାତ ଆଜି ଭଗବାନ ଶ୍ରୀରାମଙ୍କୁ କ୍ରୀମ୍ କଲର ବସ୍ତ୍ର ପିନ୍ଧିଥିଲେ। ଶୁକ୍ରବାର ବିଶେଷ ଭାବରେ ଭଗବାନଙ୍କ ମାଳ ସମସ୍ତଙ୍କୁ ସମ୍ମୋହିତ କରିଛି। ଭଗବାନଙ୍କୁ ପ୍ରତ୍ୟେକ ଦିନ ହିସାବରେ ଅଲଗା ଅଲଗା ବସ୍ତ୍ର ପିନ୍ଧା ଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.