ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅଯୋଧ୍ୟାରୁ ଆଡଭାନୀଙ୍କ ଯାଏ , ୨୦୨୪ର ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂଆ ସମୀକରଣ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରିବାର ଘୋଷଣା କରିଛନ୍ତି। ଏହି ସମ୍ମାନ ପାଇବାରେ ସେ ବିଜେପିର ଦ୍ୱିତୀୟ ବଡ଼ ନେତା। ଏହା ପୂର୍ବରୁ ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କୁ ମଧ୍ୟ ଏଥିରେ ସମ୍ମାନିତ କରାଯାଇ ସାରିଛି। ଆଡଭାନୀଙ୍କୁ ଏହି ସମ୍ମାନ ଦେଇ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ସରକାର ରାମ ମନ୍ଦିରର ସ୍ଥାପନା ଓ ବିଜେପିକୁ ଠିଆ କରାଇବାରେ ତାଙ୍କର ଯୋଗଦାନକୁ ସମ୍ମାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଏହା ମାଧ୍ୟମରେ ଏହା ମଧ୍ୟ କହିବାକୁ ଚେଷ୍ଟା କରିଛନ୍ତି କି, ଦେଶ ପାଇଁ କରାଯାଇ ଥିବା ବଳିଦାନ ଓ କାର୍ଯ୍ୟ କେବେ ବ୍ୟର୍ଥ ଯାଏ ନାହିଁ।

ଦେଶରେ ଆଡଭାନୀ ଓ ରାମ ମନ୍ଦିର ଆନ୍ଦୋଳନ ପରସ୍ପର ପରିପୂରକ ଏବଂ ବିଜେପି ଏହାର ଏକ ମାଧ୍ୟମ ଭାବେ ରହିଛି।୨୦୨୪ର ସାଧାରଣ ନିର୍ବାଚନର ଠିକ୍‌ ପୂର୍ବରୁ ଯେଉଁଠି ରାମ ମନ୍ଦିରରର ନିର୍ମାଣ ଓ ସେଠାରେ ରାମଲଲାଙ୍କ ଭବ୍ୟ ପ୍ରାଣ ପ୍ରତିଷ୍ଠା ହୋଇଛି, ସେଠାରେ ଏହାର ଆର୍କିଟେକ୍ଟ ଓ ସ୍ୱପ୍ନଦ୍ରଷ୍ଟା ଆଡଭାନୀଙ୍କୁ ଭାରତ ରତ୍ନର ଘୋଷଣା କରି ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନୀ ବର୍ଷରେ ବିଜେପିକୁ ହାଟ୍ରିକ୍‌ ବିଜୟର ସମୀକରଣ ଗଢିବା ସହ ଏହାର ସ୍କ୍ରିପ୍ଟ ଲେଖିଛନ୍ତି। ଅନେକ ରାଜନୀତିକ ବିରୋଧଙ୍କ ମୁହଁରେ ତାଲା ମଧ୍ୟ ପକାଇ ଦେଇଛନ୍ତି। 

ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପର ଠାରୁ ବିରୋଧିମାନେ ଲାଲକୃଷ୍ଣ ଆଡଭାନୀଙ୍କୁ ନେଇ ତାଙ୍କ ଉପରେ ରାଜନୀତି ହାତେଇବା ଓ ପାର୍ଟିର ବରିଷ୍ଠ ନେତାଙ୍କୁ ଅସମ୍ମାନ କରବାର ଅଭିଯୋଗ ଲଗାଇଛନ୍ତି। ବିଜେପିରେ ମୋଦି ଓ ଶାହଙ୍କ ଉଭା ପରେ ଆଡଭାନୀ ଓ ମୁରଲୀ ମନୋହର ଯୋଶୀ ଆଦି ନେତାଙ୍କୁ ମାର୍ଗଦର୍ଶକ ମଣ୍ଡଳକୁ ପଠାଇ ଦିଆଯାଇ ଥିଲା, କିନ୍ତୁ ଆଡଭାନୀଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରି ମୋଦି ସ୍ପଷ୍ଟ କରିଛନ୍ତି କି, ବିଜେପି ବରିଷ୍ଠଙ୍କ ସମ୍ମାନ କରିବା ବି ଜାଣେ ଓ ଯୁବବର୍ଗଙ୍କୁ ମହତ୍ତ୍ୱ ଦେବା ମଧ୍ୟ ଜାଣେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.