ବାଲିକୁଦା, ୧୬/୦୯ : ଭିଜିଲାନ୍ସ ଜାଲରେ ଆରଆଇ। ଜଗତସିଂହପୁର ଜିଲ୍ଲା ବାଲିକୁଦା ତହସିଲ୍ ଅଧୀନ ବାହାରଣା ସର୍କଲର ଆରଆଇ ରମାକାନ୍ତ ବେହେରା ଧରା ପଡ଼ିଛନ୍ତି। ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ।
ରମାକାନ୍ତ ବେହେରା ତାଙ୍କ ସର୍କଲ ଅନ୍ତର୍ଗତ ସାରେଣା ଗ୍ରାମର ନିକୁଞ୍ଜ କିଶୋର ସ୍ଵାଇଁଙ୍କ ଠାରୁ ଏକ ଜମିପଟା ମ୍ୟୁଟେସନ କରିବାକୁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଲା ଭିଜିଲାନ୍ସ। କଟକ ଓ ଜଗତସିଂହପୁର ଭିଜିଲାନ୍ସ ବିଭାଗ ମିଳିତ ଭାବେ ୨ଟି ସ୍ଥାନରେ ଚଢାଉ କରୁଛନ୍ତି । ରମାକାନ୍ତଙ୍କ କଣ୍ଟିଲୋ ସ୍ଥିତ ପୈତୃକ ବାସଭବନ ଓ କିଷନନଗର ଭଡା ଘରେ ରେଡ୍ ଚାଲିଛି। ଜଗତସିଂହପୁର-କଟକ ଡିଜିଜନ ମିଳିତ ଚଢାଉ କରିଛନ୍ତି।