ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାଂଲାଦେଶୀ ସାଂସଦଙ୍କ ହତ୍ୟା ମାମଲା: ଶରୀରର ଖଣ୍ଡବିଖଣ୍ଡିତ ଅଂଶକୁ ଖୋଜୁଛି ପୁଲିସ

କୋଲକାତା,୨୬/୦୫: ଭାରତରେ ବାଂଲାଦେଶୀ ସାଂସଦ ମହମ୍ମଦ ଅନୱାରୁଲ ଅଜିମ ଅନାର(୫୬)ଙ୍କ ହତ୍ୟାକୁ  ନେଇ ତଦନ୍ତ ଏବେ ବି ଜାରି ରହିଛି । ଏବେ ତାଙ୍କ ଶରୀରର ଖଣ୍ଡବିଖଣ୍ଡିତ ଅଂଶକୁ ଖୋଜା ହେଉଛି । ଏହି କ୍ରମରେ ଶନିବାର ଦକ୍ଷିଣ  ୨୪ ପ୍ରଗଣାରେ ବିପର୍ଯ୍ୟୟ ପରିଚାଳନା ଗୋଷ୍ଠୀର ବୁଡ଼ାଳିମାନେ  ଏକ ପୋଖରୀରେ ପଶି ଖୋଜାଖୋଜି କରିଛନ୍ତି । ସିଆଇଡି  ତରଫରୁ ଏହି ବୁଡ଼ାଳିମାନଙ୍କୁ ନିୟୋଜିତ କରାଯାଇଛି ।  ମାମଲାରେ ସିଆଇଡି ଶୁକ୍ରବାର ଜଣେ ବ୍ୟକ୍ତିକୁ ଗିରଫ  କରିଥିଲା । 

ପଶ୍ଚିମବଙ୍ଗର ସିଆଇଡି ବାଂଲାଦେଶୀ ସାଂସଦଙ୍କ  ହତ୍ୟା ମାମଲାରେ ଉତ୍ତର ୨୪ ପ୍ରଗଣା ଜିଲ୍ଲାସ୍ଥିତ ବୋନଗାଓଁ  ଅଞ୍ଚଳରୁ ଜଣେ ବ୍ୟକ୍ତିକୁ ଗିରଫ କରିଥିଲା । ସେ ହେଉଛି  ବାଂଲାଦେଶୀ ନାଗରିକ ଓ ପେସାରେ ଜଣେ କଂସେଇ ।  ଜେରା ବେଳେ ସେ ସ୍ୱୀକାର କରିଥିଲା କି ସେ ସାଂସଦଙ୍କ  ଶରୀରର ବିଭିନ୍ନ ଅଂଶକୁ ଅନ୍ୟ ଲୋକମାନଙ୍କ ସହାୟତାରେ  ଭିନ୍ନ ଭିନ୍ନ ସ୍ଥାନରେ ଫିଙ୍ଗିଥିଲା । ତା’ର ବୟାନକୁ ଭିତ୍ତିକରି  ଆଜି ବାଂଲାଦେଶୀ ସାଂସଦଙ୍କ ଶରୀରର ଟୁକୁଡ଼ା ଅଂଶକୁ  ଖୋଜା ହେଉଛି । ପଶ୍ଚିମବଙ୍ଗ ପୁଲିସ ମୁତାବକ ଅଭିଯୁକ୍ତ  ବେଆଇନ ଭାବେ ଭାରତରେ ପ୍ରବେଶ କରିଥିଲା ଏବଂ ନିଜ  ପରିଚୟ ଲୁଚାଇ ସେ ମୁମ୍ବାଇରେ ରହୁଥିଲା । ବାଂଲାଦେଶୀ  ସାଂସଦଙ୍କୁ ମାରିବା ପାଇଁ ତାକୁ କିଛିମାସ ତଳେ କୋଲକାତାକୁ  ଡକାଯାଇଥିଲା । ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କ  ମଧ୍ୟରେ ସେ ବି ସାମିଲ ଥିବା ନେଇ ସ୍ୱୀକାର କରିଛି । ଗିରଫ  ଅଭିଯୁକ୍ତକୁ ଶୁକ୍ରବାର ଅପରାହ୍ନରେ ବାରାସାତର ଏକ କୋର୍ଟରେ  ହାଜର କରାଯାଇଥିଲା । ସେଠାରେ ତାକୁ ୧୨ ଦିନ ପାଇଁ  ସିଆଇଡି ରିମାଣ୍ଡରେ ପଠାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.