ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୋନିଆ ଗାନ୍ଧୀଙ୍କୁ ଦେଖିବା ମାତ୍ରେ ଖୁସିରେ କୁଣ୍ଢାଇ ପକାଇଲେ ଶେଖ୍ ହସିନା, ଅତୀତରୁ ରହିଛି ଘନିଷ୍ଠ ସମ୍ପର୍କ

ନୂଆଦିଲ୍ଲୀ,୧୦।୬: କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀରରେ ସୋମବାର ଭେଟିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା। ଏହି ସମୟରେ ରାଏବରେଲିରୁ ନବ ନିର୍ବାଚିତ ସାଂସଦ ରାହୁଲ ଗାନ୍ଧୀ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉପସ୍ଥିତ ଥିଲେ। ଏହି ସାକ୍ଷାତ ସମ୍ପର୍କରେ କଂଗ୍ରେସର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ ଜରିଆରେ ସୂଚନା ଦିଆଯାଇଛି। ଏହି ସମୟରେ ସୋନିଆଙ୍କୁ ଦେଖି ଖୁସିରେ କୁଣ୍ଢାଇ ପକାଇଥିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା। କେବଳ ସେତିକି ନୁହେଁ ରାହୁଲ-ପ୍ରିୟଙ୍କାଙ୍କ ସହ ମଧ୍ୟ କଥା ହୋଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଭାଗ ନେବାକୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶନିବାର ଦିଲ୍ଲୀର ପହଁଞ୍ଚିଥିଲେ। ଏହାପରେ ସେ ଗତ ରାତି ରାଷ୍ଟ୍ରପତି ଭବନରେ ମୋଦିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମର ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମାଳଦ୍ବୀପର ରାଷ୍ଟ୍ରପତି ମହମ୍ମଦ ମୋଇଜୁ, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଓ ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ବିକ୍ରମାସିଙ୍ଘେଙ୍କ ସହିତ ଭାରତର ପଡୋଶୀ ଦେଶର ବହୁ ଶୀର୍ଷ ନେତା ଯୋଗ ଦେଇଥିଲେ।

ଉଲ୍ଲେଖନୀୟ ଯେ, ଶେଖ ହସିନାଙ୍କ ଭାରତ ଓ ଗାନ୍ଧୀ ପରିବାରସହ ଖୁବ୍ ଘନିଷ୍ଠ ସମ୍ପର୍କ ରହିଛି। ଏଭଳି ଏକ ସମୟ ଥିଲା ଯେତେବେଳେ ହସିନାଙ୍କ ପରିବାରର ଜୀବନ ପ୍ରତି ବିପଦ ଥିଲା, ସେତେବେଳେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କୁ ଶରଣ ଦେବା ସହ ଜୀବନ ବଞ୍ଚାଇଥିଲେ। ଶେଖ ହସିନା ୬ ବର୍ଷ ଦିଲ୍ଲୀରେ ମଧ୍ୟ ରହିସାରିଛନ୍ତି। ଏହି କଥା ୧୯୭୫ ରୁ ୧୯୮୧ ମଧ୍ୟର ଥିଲା। ସେତେବେଳେ ଦିଲ୍ଲୀର ୫୬ ରିଙ୍ଗ ରୋଡ୍‌ ଲଜପତ ନଗର-୩ରେ ରହୁଥିଲେ ହସିନା। ତେବେ ପରେ ସେ ଦିଲ୍ଲୀର ପଣ୍ଡାରା ପାର୍କରେ ଥିବା ଏକ ଘରକୁ ସିଫ୍ଟ ହୋଇଥିଲେ।

ଶେଖ୍ ହସିନାଙ୍କୁ ୨୮ ବର୍ଷ ହୋଇଥିବା ବେଳେ ସେ ଭାରତ ଆସିଥିଲେ।  ୧୯୭୫ ରେ ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ହୋଇଥିଲା। ସେତେ ବେଳେ ତାଙ୍କ ବାପା ଶେଖ୍ ମୁଜିବ ଉର୍ ରହମାନ ଓ ତାଙ୍କ ପରିବାର ସଦସ୍ୟଙ୍କୁ ସେନା ହତ୍ୟା କରିଥିଲା। ଏହି ଐତିହାସିକ ଘଟଣା ବେଳେ ହସିନା ନିଜ ସ୍ବାମୀଙ୍କ ସହ ଜର୍ମାନୀରେ ଥିଲେ। ୧୯୭୫ର ସେହି ରାତିରେ ବଙ୍ଗ ବନ୍ଧୁ ନାମରେ ପ୍ରସିଦ୍ଧ ତାଙ୍କ ବାପା ଶେଖ୍ ମୁଜିବ ଉର ରହମାନ ଓ ତାଙ୍କ ପୁରା ପରିବାକୁ ସେନା ହତ୍ୟା କରିଥିଲା। ଏହାପରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସରକାର ଶେଖ୍ ହସିନା ଓ ତାଙ୍କ ଭଉଣୀ ରେହାନାଙ୍କୁ ଦିଲ୍ଲୀରରେ ୬ ବର୍ଷ ପର୍ଯ୍ୟନ୍ତ ଶରଣ ଦେଇଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.