ପ୍ରମୂଖ ଖବର
  • ବଲାଙ୍ଗୀର : ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ ଯନ୍ତ୍ରୀ, ହରେକୃଷ୍ଣ ସାହୁଙ୍କ ଠାରୁ ୭ ହଜାର ଟଙ୍କା ଜବତ କଲା ଭିଜିଲାନ୍ସ
  • ||
  • ବୌଦ୍ଧ : ସାମାନ୍ୟ ବଚସାକୁ ନେଇ ଛୁରା ମାଡ, ଯୁବକ ମୃତ
  • ||
  • ଉଦଳା : ମରିଗଲା ମାନବିକତା, ପୋଲ ତଳେ ନବଜାତକକୁ ଛାଡି ଚାଲିଗଲା ମା
  • ||
  • ଗୁଣପୁର : ପିକ୍‌ଅପ୍ ଭ୍ୟାନ୍ ସହ ୨୫ ଟି ଶାଳ କାଠ ଜବତ, ୨ ଗିରଫ
  • ||
  • ୧୦,୩୦୦ କୁଇଣ୍ଟାଲ୍ ଅର୍ପଣ ଚାଉଳ ନିଲାମ; ୨ କୋଟି ୮୬ ହଜାର ଟଙ୍କାରେ ନିଲାମ, ଶ୍ରୀମନ୍ଦିର ପାଣ୍ଠିରେ ଜମା ହେବ ଟଙ୍କା
  • ||
  • ରାଜଧାନୀରେ ପୋଲିସକୁ ଛୁରାମାଡ଼, କନେଷ୍ଟବଳ ଆହତ
  • ||
  • ଭୁବନେଶ୍ୱର ବିମାନ ବନ୍ଦରରେ ନିର୍ମାଣ ହେବ ତୃତୀୟ ଟର୍ମିନାଲ, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ
  • ||
  • ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ କୋରାପୁଟ ବନ୍ଦ ଡାକରା, ୩୨୬ ନମ୍ବର ରାଞ୍ଚି – ବିଜାଓ୍ବାଡା ଜାତୀୟ ରାଜପଥ ଅବରୋଧ
  • ||
  • ପାଟଣା : ଗାଧୋଇବା ବେଳେ ଅଘଟଣ, ପୋଖରୀରେ ବୁଡି ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ
  • ||
  • ଚୌଦ୍ବାର : ରେଳ ଧାରଣରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • ଉଦଳା : ସିସିଟିଭିରେ ଗାମୁଛା ଗୁଡ଼ାଇ ଚୋରି, ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ୨୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍
  • ||
  • ବଣାଇ : ରେଡ଼ିଓକୁଲାର ଲଗାଇବା ପରେ ଦନ୍ତାର ଉତ୍ପାତ, ଘରେ ପଶି ବ୍ୟକ୍ତିଙ୍କୁ କଚାଡ଼ି ମାରିଲା ହାତୀ
  • ||
  • ସୁନ୍ଦରଗଡ : ଘରେ ପଶି ଦୁଇ ଗାଡି ଜାଳିଦେଲେ ଦୁର୍ବୃତ୍ତ; ଜଣେ ଅଟକ
  • ||
  • ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଦକ୍ଷିଣ ଆଫ୍ରିକା - ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟକ୍କର, ସ୍ୱତନ୍ତ୍ର ଜର୍ସି ପିନ୍ଧି ଖେଳିବ ଦ.ଆଫ୍ରିକା
  • ||
  • ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ: ଯାତାୟାତ ଠପ୍‌, ଯାତ୍ରୀ ହନ୍ତସନ୍ତ
  • ||
  • ଦଶହରାରେ ବର୍ଷା ନାହିଁ, ରହିବ ଗୁଳୁଗୁଳି ପାଗ: ଓଡ଼ିଶା ଉପରେ ପଡିବନି ଲଘୁଚାପ ପ୍ରଭାବ
  • ||
  • ସମ୍ବଲପୁର ମଣ୍ଡଳ ଜେଲ୍‌ରେ ରେଡ୍‌, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ
  • ||

ଭାରତ ଗସ୍ତ ପାଇଁ ବାଂଲାଦେଶ ଟେଷ୍ଟ ଦଳ ଘୋଷିତ, ସରିଫୁଲଙ୍କ ସ୍ଥାନରେ ଜାକର ଅଲଙ୍କୁ ସୁଯୋଗ

ଢାକା,୧୩/୦୯: ଭାରତ ବିପକ୍ଷ ଆଗାମୀ ୨  ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ବାଂଲାଦେଶ ଦଳ  ଘୋଷଣା କରାଯାଇଛି । ଗତ ମାସରେ ପାକିସ୍ତାନକୁ  ହରାଇଥିବା ଟେଷ୍ଟ ଦଳରୁ କେବଳ ଜଣେ ଖେଳାଳିଙ୍କୁ  ବାଦ ଦିଆଯାଇଛି । ବାକି ଖେଳାଳି ଭାରତ ଗସ୍ତ ପାଇଁ  ଘୋଷିତ ଦଳରେ ସ୍ଥାନ ବଜାୟ ରଖିଛନ୍ତି ।  

ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟରେ ଆହତ  ହୋଇଥିବା ପେସ୍‌ ବୋଲର ସରିଫୁଲ ଇସଲାମ ଫିଟ୍‌ ହୋଇ ନଥିବାରୁ ତାଙ୍କ ସ୍ଥାନରେ ବ୍ୟାଟର ଜାକର  ଅଲିଙ୍କୁ ସ୍ଥାନ ମିଳିଛି । ଇତି ମଧ୍ୟରେ ୧୭ଟି ଟି-ଟ୍ୱେଣ୍ଟି  ଖେଳିସାରିଥିବା ଜାକର ପ୍ରଥମ କରି ଟେଷ୍ଟ ଦଳରେ ସ୍ଥାନ  ପାଇଛନ୍ତି । ଗତ ପାକିସ୍ତାନ ଏ’ ବିପକ୍ଷରେ ସେ ୧୭୪  ରନ୍‌ର ଏକ ଇନିଂସ ଖେଳିଥିଲେ । ଏହା ବ୍ୟତୀତ ପ୍ରଥମ  ଶ୍ରେଣୀ କ୍ରିକେଟ୍‌ରେ ସେ ୪ଟି ଶତକ ଅର୍ଜନ କରିସାରିଛନ୍ତି । ଭାରତ ଗସ୍ତ ପାଇଁ ବାଂଲାଦେଶ ୪ଜଣ ପେସ  ବୋଲରଙ୍କୁ ଦଳରେ ସ୍ଥାନ ଦେଇଛି । ସରିଫୁଲଙ୍କ  ଅନୁପସ୍ଥିତିରେ ଟସ୍କିନ ଅହମ୍ମଦ, ନାହିଦ ରାଣା, ହାସାନ  ମହମଦ ଓ ଖାଲିଦ ଅହମ୍ମଦ ପେସ୍‌ ବିଭାଗ ସମ୍ଭାଳିବେ ।  

ସୂଚନାଯୋଗ୍ୟ, ୧୯ ତାରିଖରୁ ଚେନ୍ନାଇରେ ପ୍ରଥମ ଟେଷ୍ଟ  ଆରମ୍ଭ ହେବ । ସେହିପରି ସେପ୍ଟେମ୍ବର ୨୭ରୁ ଅକ୍ଟୋବର  ୧ ତାରିଖ ମଧ୍ୟରେ କାନପୁରରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ । 

ଘୋଷିତ ଦଳ: ନଜମୁଲ ହୋସେନ  ଶାନ୍ତୋ(ଅଧିନାୟକ), ସଦମନ ଇସଲାମ, ଜାକିର  ହାସାନ, ମୋମିନୁଲ ହକ୍‌, ମୁସଫିକର ରହିମ, ସାକିବ  ଅଲ ହାସନ, ଲିଟନ ଦାସ, ମେହଦି ହାସାନ ମିରାଜ,  ଜାକର ଅଲି, ଟସ୍କିନ ଅହମ୍ମଦ, ହାସାନ ମହମୁଦ, ନାହିଦ  ରାଣା, ତାଇଜୁଲ ଇସଲାମ, ମହମୁଦୁଲ ହାସାନ ଜୟ,  ନୟିମ ହାସାନ, ଖାଲିଦ ଅହମ୍ମଦ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.