ପ୍ରମୂଖ ଖବର
  • ଭୁବନେଶ୍ୱର : ଗଣେଶ ପୂଜା ମଣ୍ଡପରେ ବୁଲିଲା ଖଣ୍ଡା, ଅଭିଯୁକ୍ତ ଗିରଫ
  • ||
  • ଲମତାପୁଟ : ପାଣି ପଶି ବନ୍ଦ ହୋଇଥିଲା ବିଦ୍ୟୁତ ଉତ୍ପାଦନ, ପାଞ୍ଚ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ
  • ||
  • ଭୁବନେଶ୍ଵର : 'ମୋ ସ୍କୁଲ୍‌ ଅଭିଯାନ' ଏବେ ‘ପଞ୍ଚଶଖା ଶିକ୍ଷା ସେତୁ’, ନାଁ ବଦଳାଇଲେ ସରକାର
  • ||
  • ପାରାଦ୍ଵୀପ : ସଭାଗୃହରେ ଠେଲାପେଲା, ଘଟଣାକୁ ନେଇ କୁଜଙ୍ଗ ଥାନାରେ ୩ ଏତଲା
  • ||
  • ପାଟଣା : ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କାଠଯୋଡ଼ି ନଦୀରେ ଭାସିଗଲେ ବୃଦ୍ଧ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୁଷ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି: ଆଜି ଭାରତ-ପାକିସ୍ତାନ ଲଢ଼େଇ
  • ||
  • ସୁବର୍ଣ୍ଣପୁର : ନାଳରେ ଭାସୁଛି ମଲା କୁକୁଡ଼ା, କିଏ ପକାଇଲା ତାକୁ ନେଇ ଚର୍ଚ୍ଚା
  • ||
  • ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||
  • କରଞ୍ଜିଆ : ଜେଲ୍ ମାନୁଆଲକୁ ଉଲଙ୍ଘନ କରିବା ପଡ଼ିଲା ମହଙ୍ଗା, ଜେଲ୍ ୱାର୍ଡର ସ୍ୱାଗତ ରଥ ସସ୍‌ପେଣ୍ଡ
  • ||
  • ପ୍ରଥମ ମଙ୍କିପକ୍ସ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରି, ୪ ସପ୍ତାହ ବ୍ୟବଧାନରେ ୨ଟି ଡୋଜ୍‌ ନେବେ ୧୮ ବର୍ଷରୁ ଊଦ୍ଧ୍ୱର୍
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: କଂସକୁ ମାରିଲେ ଶ୍ରୀକୃଷ୍ଣ, ରାଜା ହେଲେ ଉଗ୍ରସେନ
  • ||
  • ଭଞ୍ଜନଗର : ଗଣେଶ ଭସାଣି ବେଳେ ଗଣ୍ଡଗୋଳ, ଦୁଇ ଗୋଷ୍ଠୀ ମଧ୍ୟରେ ଟେକାପଥର ମାଡ଼
  • ||
  • ଏ ବର୍ଷ ହାଡ଼ଭଙ୍ଗା ଶୀତ, ଡିସେମ୍ବର-ଜାନୁଆରୀରେ ଥଣ୍ଡା ପ୍ରକୋପ ଅଧିକ: IMD
  • ||
  • ବଙ୍ଗୋପସାଗରରେ ଅବପାତର ରୂପ ନେବ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ମୟୂରଭଞ୍ଜକୁ ରେଡ୍ ଆଲର୍ଟ
  • ||

ଏବେ ନଦୀ ନାଳ ରାସ୍ତା ଦେଇ ଅନୁପ୍ରବେଶ କରୁଛନ୍ତି ବାଂଲାଦେଶୀ; ସୀମାରେ ନଜର ରଖିବାକୁ ଉଚ୍ଚସ୍ଥରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୦୯/୦୮: ବାଂଲାଦେଶରେ ରାଜନୈତିକ ସଂକଟ ଓ ହିଂସା ମଧ୍ୟରେ ପଡ଼ୋଶୀ ରାଷ୍ଟ୍ରରୁ ବହୁଳ ମାତ୍ରାରେ ବାଂଲାଦେଶୀ ଭାରତରେ ଅନୁପ୍ରବେଶ କରିବାକୁ ବସିଛନ୍ତି। ଭାରତ-ବାଂଲାଦେଶ ସୀମାରେ ଶତାଧିକ ଲୋକ ଏକତ୍ରିତ ହୋଇ ରହିଛନ୍ତି, ସେମାନଙ୍କୁ ଜିରୋ ପଏଣ୍ଟରେ ବିଏସ୍‌ଏଫ୍‌ ଜବାନ ମାନେ ଅଟକାଇ ରଖିଛନ୍ତି। ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇ ସୀମା ସେପାଖର ଭିଡିଓ ଜାରି କରିଛି। ଏଥିରେ ଦେଖିବାକୁ ମିଳିଛି ଯେ, ସୀମାନ୍ତ ରାସ୍ତା ଗୁଡ଼ିକ ବନ୍ଦ କରିଦିଆଯିବା କାରଣରୁ ବାଂଲାଦେଶୀ ନଦୀ ନାଳ ରାସ୍ତା ଦେଇ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ଅବଶ୍ୟ ବିଏସ୍‌ଏଫ୍‌ ଜବାନ ମାନେ, ବାଂଲାଦେଶୀଙ୍କ ଅନୁପ୍ରବେଶ ବେଳେ ସେମାନଙ୍କୁ ରୋକିଥିଲେ।

ପଶ୍ଚିମବଙ୍ଗ କୁଚ୍ଚବିହାରର ପଥରଟୁଲିର ଅଧିବାସୀ ଇକରାମୁଲ ହକ୍‌ ତମାମ ମାମଲାକୁ ନେଇ ଏଏନ୍‌ଆଇ ସହିତ ଆଲୋଚନା କରିଛନ୍ତି। ସେ କହିଛନ୍ତି ସକାଳ ୯.୦୦ ଟାରୁ ୯.୩୦ ମଧ୍ୟରେ କିଛି ବାଂଲାଦେଶୀ ସୀମାରେ ଏକତ୍ରିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଅନେକ ଫେରିଯାଇଥିବା ବେଳେ ଅନେକ ସେଠାରେ ଏବେବି ଅଟକି ରହିଛନ୍ତି। ଭିଡ଼ ଆଗ ଅପେକ୍ଷା ଏବେ କମ୍‌ ରହିଛି। ବିଏସ୍‌ଏଫ୍‌ ଜବାନ ମାନଙ୍କର ଉପସ୍ଥିତି ଯୋଗୁ ଅନେକ ବାଂଲାଦେଶୀ ଗଳାବାଟ ଦେଇ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ସେମାନଙ୍କୁ ଅଟକାଯାଇଥିବା ବେଳେ ଅନ୍ୟମାନଙ୍କ ଉପରେ କଡ଼ା ନଜର ରଖାଯାଇଛି। 

ସୂଚନାଥାଉକି, କେନ୍ଦ୍ର ସରକାର ପଡ଼ୋଶୀ ରାଷ୍ଟ୍ରର ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି ଭାରତ-ବାଂଲାଦେଶ ସୀମାରେ ପରିସ୍ଥିତିକୁ ନଜରରେ ରଖିବା ପାଇଁ ଏକ ଉଚ୍ଚ ସ୍ଥରୀୟ କମିଟି ଗଠନ କରିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା ଏକ୍ସରେ କହିଛନ୍ତି ଯେ, ବଂଲାଦେଶର ସାମ୍ପ୍ରତିକ ପରିସ୍ଥିତିକୁ ନଜରରେ ରଖି ମୋଦୀ ସରକାର ଭାରତ-ବାଂଲାଦେଶ ସୀମାରେ ବର୍ତ୍ତମାନର ସ୍ଥିତିକୁ ନଜରରେ ରଖିବା ପାଇଁ ଏକ ଉଚ୍ଚସ୍ଥରୀୟ କମିଟି ଗଠନ କରିଛନ୍ତି। ଏହି କମିଟି ବାଂଲାଦେଶରେ ତାଙ୍କର ସମକକ୍ଷ ଅଧିକାରୀମାନଙ୍କ ସହିତ ସମ୍ପର୍କରେ ରହିବ, ଯଦ୍ଦ୍ବାରା ସେଠାରେ ଥିବା ଭାରତୀୟ ନାଗରିକ, ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ସୁରକ୍ଷା ନିଶ୍ଚିତ କରିବ। କମିଟିର ଅଧ୍ୟକ୍ଷତା ସୀମା ସୁରକ୍ଷା ବଳର ପୂର୍ବତଟ ଅତିରିକ୍ତ ମହାନିର୍ଦ୍ଦେଶକ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.