ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗ୍ରାହକଙ୍କଠାରୁ ଅତିରିକ୍ତ ସୁଧ କଷୁଛନ୍ତି ବ୍ୟାଙ୍କ, ଅତିରିକ୍ତ ରାଶି ଫେରାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧।୫: ଆଜିକାଲି ଦର୍‌ଦାମ ଏତେମାତ୍ରାରେ ବଢ଼ିଗଲାଣି ଯେ, ଦରମାରୁ ସଞ୍ଚୟ କରିବା କିମ୍ବା ଏକ ଭଲ ଜୀବନଶୈଳୀ ବଞ୍ଚିବା ଅତିମାତ୍ରାରେ କଷ୍ଟକର ହୋଇଗଲାଣି । ଆବଶ୍ୟକତା ପୂରଣ କରିବାକୁ ଲୋକେ ଋଣ ପଛରେ ଦୌଡୁଛନ୍ତି । କିନ୍ତୁ ଅନେକ ସମୟରେ ଲୋକେ ସେହି ଋଣ ଜାଲରେ ଫସିଯାଆନ୍ତି । ସର୍ତ୍ତାବଳୀଗୁଡ଼ିକ ବିଷୟରେ ଅବଗତ ନ ହୋଇ କରଜ ନେଇଚାଲନ୍ତି । ପରେ ଏହା ସେମାନଙ୍କ ପାଇଁ ବଡ଼ ବୋଝ ଭାବେ ଛିଡ଼ାହୁଏ । ଋଣ ନେବା ସମୟରେ କିଛି ବ୍ୟାଙ୍କ ତଥା ଅଣବ୍ୟାଙ୍କିଙ୍ଗ ବିତ୍ତୀୟ ପ୍ରତିଷ୍ଠାନ ଅନୁଚିତ ଉପାୟରେ ସୁଧ ଆଦାୟ କରୁଥିବା ରିଜର୍ଭ ବ୍ୟାଙ୍କ ନଜରକୁ ଆସିଛି । ଏହାକୁ ନେଇ ଚିନ୍ତା ପ୍ରକଟ କରିଛି ଆର୍‌ବିଆଇ । ବ୍ୟାଙ୍କଗୁଡିକ ଏଥିରୁ କ୍ଷାନ୍ତ ରହିବା ସହ ଆଦାୟ କରିଥିବା ଅତିରିକ୍ତ ସୁଧକୁ ଫେରାନ୍ତୁ ବୋଲି ନିର୍ଦ୍ଦେଶ ଦେଇଛି କେନ୍ଦ୍ରୀୟ ବ୍ୟାଙ୍କ । ଋଣ ଉପରେ ବ୍ୟାଙ୍କ କେତେ ପରିମାଣର ସୁଧ ନିର୍ଦ୍ଧାରଣ କରିବେ ସେ ନେଇ ସ୍ୱାଧୀନତା ପାଇଛନ୍ତି । 

ତେବେ ଏ କ୍ଷେତ୍ରରେ ନିରପେକ୍ଷତା ଏବଂ ପାରଦର୍ଶୀ ସୁଧହାର ଲାଗୁ ହେବା ଉପରେ କାର୍ଯ୍ୟ କରିବାକୁ କହିଛି ଆର୍‌ବିଆଇ । ସୂଚନାଯୋଗ୍ୟ, ବ୍ୟାଙ୍କ ଏବଂ ଏନ୍‌ବିଏଫ୍‌ସିଗୁଡ଼ିକ ଋଣ ଦେବା ସମୟରେ ଗ୍ରାହକଙ୍କଠାରୁ ବିଭିନ୍ନ ପ୍ରକାର ସର୍ତ୍ତକୁ ନେଇ ସ୍ୱାକ୍ଷର ନେଇଯାଆନ୍ତି, ଯାହାଦ୍ୱାରା ଋଣ ବୋଝରୁ ବାହାରିବା ଅତି ମାତ୍ରାରେ କଷ୍ଟକର ହୋଇପଡ଼େ । ଏବେ ଆର୍‌ବିଆଇର ନୂଆ ଗାଇଡ୍‌ଲାଇନ୍‌ ଦ୍ୱାରା ବ୍ୟାଙ୍କ ଏବଂ ବିତ୍ତୀୟ ପ୍ରତିଷ୍ଠାନ ଗ୍ରାହକଙ୍କଠାରୁ ଅତିରିକ୍ତ ସୁଧ ନେଇପାରିବେ ନାହିଁ । ଏହି ନିୟମ ୨୦୨୪ ଏପ୍ରିଲ ୨୯ରୁ କାର୍ଯ୍ୟକାରୀ ହୋଇଛି । କେନ୍ଦ୍ରୀୟ ବ୍ୟାଙ୍କ ଏ ସମ୍ପର୍କରେ ଏକ ସର୍କୁଲାର ଜାରି କରିଛି । ନିର୍ଦ୍ଦେଶକୁ ତତ୍କାଳ ଭିତ୍ତିରେ ଲାଗୁ କରିବାକୁ ଏଥିରେ କୁହାଯାଇଛି । ୠଣଦାତା ସୁଧ ଅସୁଲ କରିବା ବେଳେ କେତେକ ଅନୁଚିତ ପନ୍ଥା ଆପଣାଇଥିବା କେନ୍ଦ୍ରୀୟ ବ୍ୟାଙ୍କର ନିଜରକୁ ଆସିଥିବା ଏହି ସର୍କୁଲାରରେ ଉଲ୍ଲେଖ କରିଛି । ଋଣ ପ୍ରଦାନର ଢ଼ାଞ୍ଚା, ସୁଧହାର ଲାଗୁ ଏବଂ ଅନ୍ୟ ଶୁଳ୍କ ସମ୍ପର୍କରେ କାର୍ଯ୍ୟଶୈଳୀକୁ ସମୀକ୍ଷା କରିବାକୁ ବ୍ୟାଙ୍କ ଏବଂ ବିତ୍ତ ସଂସ୍ଥାଗୁଡିକୁ କହିଛି କେନ୍ଦ୍ରୀୟ ବ୍ୟାଙ୍କ । ଆବଶ୍ୟକତା ଭିତ୍ତିରେ ଏଥିରେ ବିଭିନ୍ନ ପରିବର୍ତ୍ତନ ମଧ୍ୟ ଆଣିବାକୁ କୁହାଯାଇଛି । ଋଣ ମଞ୍ଜୁରୀ କରିବାର ତୁରନ୍ତ ବାଦ କେତେକ ସଂସ୍ଥା ସୁଧ ଲାଗୁ କରିଛନ୍ତି । ମାତ୍ର ଗ୍ରାହକ ଋଣ ଅର୍ଥ ପାଇବା ପରେ ଏହା ଲାଗୁ କରିବାର ଆବଶ୍ୟକତା ରହିଛି । 

ସେହିଭଳି ଚେକ୍‌ ଜାରି ତାରିଖଠାରୁ ସୁଧ ଅସୁଲ କରାଯାଇଛି । ମାତ୍ର ଗ୍ରାହକ କିଛି ଦିନ ପରେ ଚେକ୍‌ ପାଉଛନ୍ତି । ସେହିଭଳି ମାସର କୌଣସି ଏକ ଦିନରେ ଋଣ ପ୍ରଦାନ କରାଯାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ମାସର ସୁଧ କଷାଯାଇଥିବା ଜଣାପଡ଼ିଛି । କିଛି ସଂସ୍ଥା ଆଡଭାନ୍ସ ଆକାରରେ ୧ କିମ୍ବା ୨ କିସ୍ତି ଦେଇ ସମ୍ପୂର୍ଣ୍ଣ ଋଣ ରାଶି ଉପରେ ସୁଧ କଷିଛନ୍ତି । ଏଭଳି ସ୍ଥିତିରେ ବ୍ୟାଙ୍କଗୁଡ଼ିକୁ ଉଚିତ ଉପାୟ ଆପଣାଇବାକୁ କହିଛି କେନ୍ଦ୍ରୀୟ ବ୍ୟାଙ୍କ । ସେହିଭଳି ଗ୍ରାହକଙ୍କୁ ଚେକ୍‌ ଆକାରରେ ଋଣ ପ୍ରଦାନ କରିବା ପରିବର୍ତ୍ତେ ଗ୍ରାହକଙ୍କ ଖାତାରେ ଅନ୍‌ଲାଇନରେ ସିଧାସଳଖ ଜମାକୁ ମଧ୍ୟ ପ୍ରୋତ୍ସାହିତ କରାଯାଇଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.