ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବାର୍‌ ବାଉନ୍ସର ଉପରେ କଟକଣା, ବାଉନ୍ସର ନିଯୁକ୍ତି ପୂର୍ବରୁ ପୋଲିସକୁ ଦେବାକୁ ପଡିବ ତଥ୍ୟ

ଭୁବନେଶ୍ୱର,୦୬/୦୨: ବାର୍‌ରେ ବାଉନ୍ସର ତଥା ଘରୋଇ ସୁରକ୍ଷାକର୍ମୀ ଜଗିବା ଉପରେ କମିଶନରେଟ୍‌ ପୁଲିସ କଟକଣା ଲଗାଇଛି । ବାଉନ୍ସରମାନଙ୍କ ଉତ୍ପାତ ବଢ଼ୁଥିବାରୁ ସେମାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ପୁଲିସ  ସୂଚନା ଦେଇଛି । 

ପୁଲିସ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ବିନା ପରିଚୟପତ୍ର ଓ  ଚରିତ୍ର ଯାଞ୍ଚରେ କୌଣସି ବାର୍‌ରେ ବାଉନ୍ସରଙ୍କୁ ନିଯୁକ୍ତି ଦିଆଯିବନି । ଘରୋଇ ସୁରକ୍ଷା  ସଂସ୍ଥା (ପରିଚାଳନା) ଆଇନ୍‌ (ପସାରା) ଅଧୀନରେ ପଞ୍ଜିକୃତ ସଂସ୍ଥାଠାରୁ ବାର ମାଲିକମାନେ ବାଉନ୍ସର ମଗାଇ ପାରିବେ। କେତେଜଣ ବାଉନ୍ସର ନିଯୁକ୍ତ ହେଲେ,  ସେନେଇ ବାର୍‌ ମାଲିକମାନେ ନିକଟସ୍ଥ ଥାନାକୁ ଲିଖିତ ଭାବେ ଅବଗତ କରାଇବେ । 

ବାଉନ୍ସରମାନେ ଯେମିତି ଆଇନ ଅନୁସାରେ କାମ କରିବେ, ସେନେଇ ବାର କର୍ତ୍ତୃପକ୍ଷ  ଧ୍ୟାନ ରଖିବେ । ବାଉନ୍ସରମାନେ ବିଗତ ଦିନରେ ବିଭିନ୍ନ ବାର୍‌ରେ ବିଶୃଙ୍ଖଳା ସୃଷ୍ଟି  କରିବା ନଜର ରହିଛି । ସେମାନେ ଆଇନକୁ ହାତକୁ ନେଇ ଗ୍ରାହକମାନଙ୍କୁ ମାରଧର  କରୁଥିବା ଦୃଶ୍ୟ ମଧ୍ୟ ସିସି କ୍ୟାମେରାରେ କଏଦ୍‌ ହୋଇଛି । ବାଉନ୍ସରଙ୍କ ମନମାନି  ରୋକିବାକୁ ପୁଲିସ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି । ଏହି କଟକଣା ଆସନ୍ତାକାଲିଠୁ  ଲାଗୁ ହୋଇ ଏପ୍ରିଲ ୫ ତାରିଖ ଯାଏ ବଳବତ୍ତର ରହିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.