ନୂଆଦିଲ୍ଲୀ,୦୮/୦୯: ସେପ୍ଟେମ୍ବର ୧୯ ରୁ ଖେଳାଯିବାକୁ ଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ ଇଣ୍ଡିଆ (ବିସିସିଆଇ) ଟିମ୍ ଇଣ୍ଡିଆ ଘୋଷଣା କରିଛି। ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି। ଫାଷ୍ଟ ବୋଲର ୟଶ ଦୟାଙ୍କୁ ପ୍ରଥମ ଥର ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି। ଜସପ୍ରୀତ ବୁମ୍ରାଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇ ନାହିଁ। ପ୍ରଥମ ଟେଷ୍ଟ ପାଇଁ ତାଙ୍କୁ ଦଳରେ ଚୟନ କରାଯାଇଛି।
ପୁରୁଷ ଚୟନ କମିଟି ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଭାରତର ୧୬ ସଦସ୍ୟ ବିଶିଷ୍ଟ ଦଳ ଚୟନ କରିଛି। ସେପ୍ଟେମ୍ବର ୨୭ ରୁ କାନପୁରରେ ଭାରତୀୟ ଦଳକୁ ବାଂଲାଦେଶ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ଖେଳିବାକୁ ହେବ। ତେବେ ଦ୍ୱିତୀୟ ଟେଷ୍ଟ ପାଇଁ ଦଳ ଏପର୍ଯ୍ୟନ୍ତ ଚୟନ କରାଯାଇ ନାହିଁ। ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ବ୍ୟତୀତ ଭାରତ ଏବଂ ବାଂଲାଦେଶ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି ୨୦ ସିରିଜ୍ ମଧ୍ୟ ଖେଳାଯିବ। ଏହି ସିରିଜ୍ ପାଇଁ ଦଳ ଏପର୍ଯ୍ୟନ୍ତ ମନୋନୀତ ହୋଇନାହିଁ।
ଚେନ୍ନାଇରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ପାଇଁ ବିସିସିଆଇ ୧୬ ଜଣିଆ ଦଳ ଘୋଷଣା କରିଛି। ୱିକେଟ୍ କିପର ଋଷଭ ପନ୍ତ, କେ.ଏଲ୍ ରାହୁଲ ଏବଂ ସରଫରାଜ ଖାନ୍ ମଧ୍ୟ ଏହି ଦଳରେ ସୁଯୋଗ ପାଇଛନ୍ତି। ତେବେ ଶ୍ରେୟସ୍ ଆୟରଙ୍କୁ ଏଥର ଦଳରେ ବାଦ୍ ପଡ଼ିଛନ୍ତି। ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ୧୬ ଜଣିଆ ଦଳରେ ଚାରିଜଣ ସ୍ପିନର ଏବଂ ଚାରି ଦ୍ରୁତ ବୋଲରଙ୍କୁ ସାମିଲ କରାଯାଇଛି। ଦୁଇଜଣ ୱିକେଟ୍ କିପରଙ୍କ ସମେତ ମୋଟ ୮ ଜଣ ବ୍ୟାଟର ଅଛନ୍ତି। ବାମହାତୀ ଦ୍ରୁତ ବୋଲର ୟଶ ଦୟାଲ ପ୍ରଥମ ଥର ପାଇଁ ଭାରତୀୟ ଦଳରେ ଯୋଗ ଦେଇଛନ୍ତି। ସେ ଆଇପିଏଲ୍ ୨୦୨୪ ରେ ଆରସିବି ପକ୍ଷରୁ ଖେଳୁଥିଲେ।
ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ-
ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୟସୱାଲ, ଶୁଭମନ ଗିଲ, ବିରାଟ କୋହଲି, କେ.ଏଲ୍ ରାହୁଲ, ସରଫରାଜ ଖାନ, ଋଷଭ ପନ୍ତ (ୱିକେଟ୍ କିପର), ଧ୍ରୁଭ ଜୁରେଲ (ୱିକେଟ୍ କିପର), ରବିଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପାଟେଲ , କୁଲଦୀପ ଯାଦବ, ମହମ୍ମଦ ସିରାଜ, ଆକାଶ ଦୀପ, ଜସପ୍ରୀତ ବୁମ୍ରା ଏବଂ ୟଶ ଦୟାଲ