ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଘରୋଇ କ୍ରିକେଟର ମାନ ବୃଦ୍ଧି ପ୍ରସଙ୍ଗ: ଦ୍ରାବିଡ଼, ଲକ୍ଷ୍ମଣ, ଅଗରକରଙ୍କ ପରାମର୍ଶ ଲୋଡ଼ିଲା ବିସିସିଆଇ

ନୂଆଦିଲ୍ଲୀ,୧୯/୦୩: ଘରୋଇ କ୍ରିକେଟ୍‌ର ମାନ କିପରି ବୃଦ୍ଧି କରାଯାଇ ପାରିବ ଏ ବିଷୟରେ ବିସିସିଆଇ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ଼, ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ)  ଅଧ୍ୟକ୍ଷ ଭିଭିଏସ୍‌ ଲକ୍ଷ୍ମଣଙ୍କ ପରାମର୍ଶ ଲୋଡ଼ିଛି। ସୋମବାର ବିସିସିଆଇର ଆପେକ୍ସ  କାଉନସିଲ ବୈଠକ ବସିଥିଲା । ବୈଠକରେ ଦ୍ରାବିଡ଼,  ଲକ୍ଷ୍ମଣ ଓ ଅଗରକର ଉପସ୍ଥିତ ରହିଥିଲେ।

ଘରୋଇ କ୍ରିକେଟ୍‌ ଆୟୋଜନର ବିଭିନ୍ନ ବିଷୟକୁ ନେଇ ଆଲୋଚନା ହୋଇଥିଲା । ଡିସେମ୍ବର-ଜାନୁଆରୀ ମାସରେ ଖରାପ ପାଣିପାଗ ଯୋଗୁ ଏକାଧିକ ରଣଜୀ ମ୍ୟାଚ୍‌ ବାଧାପ୍ରାପ୍ତ ହେଉଛି । ସେମିତି ପିଚ୍‌, ଅମ୍ପାୟାରଙ୍କ  ନିଷ୍ପତ୍ତି ଏବଂ ଗୋଟିଏ ମ୍ୟାଚ୍‌ରୁ ପରବର୍ତ୍ତୀ ମ୍ୟାଚ୍‌ ମଧ୍ୟରେ ସ୍ୱଳ୍ପ ଦିନ ଇତ୍ୟାଦି  ବିଷୟ ଆଲୋଚନାର ପ୍ରସଙ୍ଗ ହୋଇଥିବା ଜାତୀୟ ଗଣମାଧ୍ୟମରୁ ଜଣା ପଡ଼ିଛି ।

ଶେଷରେ ଦ୍ରାବିଡ଼, ଲକ୍ଷ୍ମଣ ଓ ଅଗରକରଙ୍କୁ ଘରୋଇ କ୍ରିକେଟର ମାନ ବୃଦ୍ଧି  ନେଇ ପରାମର୍ଶ ମଗାଯାଇଥିଲା । ସେମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ମତାମତ  ରଖିବେ ବୋଲି ଜଣା ପଡ଼ିଛି । ଆସନ୍ତା ଅକ୍ଟୋବର ମାସରୁ ନୂଆ ଜାତୀୟ କ୍ରିକେଟ୍‌  ଏକାଡେମୀର କାର୍ଯ୍ୟକ୍ଷମ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.