ପ୍ରମୁଖ ଖବର
  • ଜମ୍ମୁ-କାଶ୍ମୀରକୁ ଖୁବ୍‌ଶୀଘ୍ର ମିଳିବ ପୂର୍ଣ୍ଣ ରାଜ୍ୟ ମାନ୍ୟତା, ଉଦ୍ଧମପୁରରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • କାଳିକାଦେବୀ ସାହିରେ ବୁଲେ ମାଟିମଣ୍ଡପ ସାହି ପଟୁଆର, ଆଜି ବାଲିସାହି-ହରଚଣ୍ଡି ସାହି ଶାନ୍ତି କମିଟି ବୈଠକ
  • ||
  • ପ୍ୟାରିସ ଅଲିମ୍ପିକ୍ସ: ୧୭ରେ ବିକ୍ରି ହେବ ୨୫୦,୦୦୦ ଟିକେଟି
  • ||
  • ଗ୍ରୀଷ୍ମ ଛୁଟିରେ ଅନ୍‌ଲାଇନ୍‌ କ୍ଲାସ୍‌, ଆଜି ପ୍ରଧାନଶିକ୍ଷକମାନଙ୍କ ବୈଠକରେ ହେବ ଆଲୋଚନା
  • ||
  • ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଶୁକ୍ରବାର ପ୍ରକାଶ ପାଇବ ବିଜ୍ଞପ୍ତି, ଆରମ୍ଭ ହେବ ନାମାଙ୍କନ ପ୍ରକିୟା
  • ||
  • ଜାତୀୟ ପଥପ୍ରାନ୍ତ ନାଟକ ଦିବସ: ସରକାରୀ ସ୍ୱୀକୃତିକୁ ଅପେକ୍ଷା, ଅନେକ ଦାବି ପରେ ବି ଅବହେଳିତ
  • ||
  • ଦିଲ୍ଲୀ ମଦ ନୀତି ମାମଲା: ଆଜି କୋର୍ଟରେ ହାଜର ହେବେ ବିଆର୍‌ଏସ୍‌ ନେତ୍ରୀ କେ.କବିତା, ରିମାଣ୍ଡ ଆବେଦନ କରିବ CBI
  • ||
  • IPL 2024: ସୁପରଜାଏଣ୍ଟ୍‌ସ - କ୍ୟାପିଟାଲ ଲଢ଼େଇ, ଏକାନ୍ନାରେ ଚ୍ୟାଲେଞ୍ଜ ହେବ ସ୍ପିନ
  • ||
  • ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ, ୭୯ ବର୍ଷ ବୟସରେ କଲେ ଶେଷ ନିଶ୍ୱାସ ତ୍ୟାଗ
  • ||
  • ବଦଳିବ ପାଣି ପାଗ ମିଜାଜ୍: ୪ ଦିନରେ ୮ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ପୁଣି କଲବଲ କରିବ ତାତି
  • ||

ନୀଳଗିରିରେ ବେଲଜିୟମ ପର୍ଯ୍ୟଟକ

ନୀଳଗିରି, ୨୩/୩ : ନୀଳଗିରିରେ ଦିନକୁ ଦିନ ବଢି ଚାଲିଛି ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼। ନୀଳଗିରିର ବଣ ପାହାଡ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ପରିବେଶ ପାଇଁ ଦେଶ ବିଦେଶରୁ ପର୍ଯ୍ୟଟକ ଆସିଥାନ୍ତି। ବେଲଜିୟମ ନାଗରିକ ଥିଏରି ଦେମିନ୍ସେଉ ଗୁଗଲରେ ସାଇ ଈଶ୍ୱରୀ ହିଲ ଭିଉର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଆକୃଷ୍ଟ ହୋଇ  ଶୁକ୍ରବାର ନୀଳଗିରିରେ ପହଞ୍ଚିଥିଲେ। 

 ବାଙ୍ଗାଲୋର ଦେଇ ସାଇକେଲ ସାହାଯ୍ୟରେ ବାହାରି ବିଭିନ୍ନ ରାଜ୍ୟ ହୋଇ ଓଡ଼ିଶାର କେନ୍ଦୁଝର ଜିଲ୍ଲା ହଦଗଡ଼ ରେ ପହଁଚି ଥିଲେ। ସେଠାରେ ବୁଲି ନୀଳଗିରି ପଞ୍ଚଲିଙ୍ଗେଶ୍ଵର ଠାରେ ପହଞ୍ଚିଥିଲେ। ଏଠାରେ ଟୁରିଷ୍ଟ ଗାଇଡ଼ ମନୋରଞ୍ଜନ ଦାସଙ୍କୁ ଭେଟିଥିଲେ। ରାତ୍ରୀ ଯାପନ କରିବା ବ୍ୟବସ୍ଥା ପରେ ତାଙ୍କୁ ରିସୋର୍ଟ ତରଫରୁ ଓଡ଼ିଆ ଖାଦ୍ୟ ରୁଟି, ଡାଲମା, ପନିର ସାଲାଡ଼, ମିକ୍ସ ଭେଜ୍ ଖାଇବାକୁ ଦିଆଯାଇଥିଲା। ଏହି ଖାଦ୍ୟ ଖାଇ ପର୍ଯ୍ୟଟକ ଜଣକ ଖୁବ୍ ପ୍ରଶଂସା କରିବା ସହ ଅତିଥ୍ୟତାରେ ମୁଗ୍ଧ ହୋଇଥିଲେ।  ଶନିବାର ବାଲେଶ୍ୱରର ବିଭିନ୍ନ ସ୍ଥାନ ଭ୍ରମଣ କରିବା ସହିତ ଡଗରା ବେଳାଭୂମି ପରଦର୍ଶନ କରି ଥିଲେ।ପରେ କଲିକତା ବୁଲି ଅନ୍ୟ ସ୍ଥାନକୁ ଯିବେ ବୋଲି ଜଣାପଡିଛି।ଦୈନିକ ୮୦ରୁ ୧୦୦ କିଲୋମିଟର ସାଇକେଲ ଯାତ୍ରା କରୁଥିବା ଥିଏରୀ ସୂଚନା ଦେଇଛନ୍ତି। 

 ଏହିଭଳି ଆଗାମୀ ଦିନରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଲେ ନୀଳଗିରି ମାଟି ବିଦେଶରେ ପରିଚିତ ହେବା ସହିତ ଅନ୍ୟ ପର୍ଯ୍ୟଟକ ଏହି ଅଞ୍ଚଳକୁ ଆସିବା ପାଇଁ ଆଗ୍ରହ ପ୍ରକାଶ କରିବେ ବୋଲି ଟୁରିଷ୍ଟ ଗାଇଡ଼ ଶ୍ରୀ ଦାସ ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.