ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗାଜାରେ ରାଫାହରେ ଆକ୍ରମଣ ପ୍ଲାନକୁ ନେତନ୍ୟାହୁଙ୍କ ଅନୁମୋଦନ

ନୂଆଦିଲ୍ଲୀ, ୧୭/୦୩: ଗାଜାରେ ଆହୁରି ଜୋରଦାର ହେବ ଆକ୍ରମଣ । ଆକ୍ରମଣକୁ ଆହୁରି ଶାଣିତ କରିବା ଲାଗି ରାଫାହ ଆଟାକ୍ ପ୍ଲାନକୁ ଅନୁମୋଦନ କରିଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ । କ୍ୟାବିନେଟ୍ ମଧ୍ୟ ପ୍ରସ୍ତାବ ଉପରେ ମୋହର ବାଜିଛି ।

ରାଫାହରେ ଆକ୍ରମଣ ଜୋରଦାର୍ କରାଯିବ ବୋଲି କହିଛି ଇସ୍ରାଏଲ୍ ଡିଫେନ୍ସ ଫୋର୍ସ । ଗାଜାର ଦକ୍ଷିଣରେ ଥିବା ରାଫାହରେ ବିଶେଷକରି ଯୁଦ୍ଧରେ କ୍ଷତିଗ୍ରସ୍ତ ଲୋକ କ୍ୟାମ୍ପରେ ରହୁଛନ୍ତି । ଏବେ ରାଫାହ ଉପରେ ଆକ୍ରମଣ ପାଇଁ ନେତନ୍ୟାହୁ ନିର୍ଦ୍ଦେଶ ଦେଇଥିବା ବେଳେ ସୈନ୍ୟ ଅପରେସନ୍ କିଭଳି କରାଯିବ ସେନେଇ ସୂଚନା ଦେଇ ନାହାନ୍ତି ।

ସେପଟେ ଅସ୍ତ୍ର ବିରତି ନେଇ ଚାଲିଥିବା ଆଲୋଚନାରେ ହମାସର ସର୍ତ୍ତକୁ ମାନିବାକୁ ଅରାଜି ନେତନ୍ୟାହୁ । ଫିଲିସ୍ତୀନ୍ ବନ୍ଦୀଙ୍କ ମୁକ୍ତି ବଦଳରେ ଇସ୍ରାଏଲ୍ ପଣବନ୍ଦୀ ଶିଶୁ, ମହିଳା, ବୟସ୍କଙ୍କୁ ମୁକ୍ତି ଦିଆଯିବ ବୋଲି ହମାସ୍ ଦେଇଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କରିଛି ଇସ୍ରାଏଲ୍ ।

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ କହିଛନ୍ତି, ହମାସ୍ ଆତଙ୍କବାଦୀଙ୍କୁ ସମ୍ପୂର୍ଣ୍ଣ ନିପାତ କରିବାକୁ ଯୋଜନା ପ୍ରସ୍ତୁତି କରାଯାଇଛି । ଏହି ପ୍ଲାନ୍ ଅନୁଯାୟୀ, ଗାଜାରେ ଥିବା ରାଫାହ ସହର ଉପରେ ଆକ୍ରମଣ କରିବ ଇସ୍ରାଏଲ ଡିଫେନ୍ସ ଫୋର୍ସ । ତେବେ ନେତନ୍ୟାହୁଙ୍କ ଏହି ନିଷ୍ପତ୍ତିକୁ ସୁରକ୍ଷା ପରିଷଦ ସଦସ୍ୟ ଦେଶ ସମାଲୋଚନା କରି, ରାଫାହରେ ଆକ୍ରମଣ କରିବାକୁ ବାରଣ କରିଛନ୍ତି । ମାତ୍ର ଏହାକୁ ଆଗ୍ରହ୍ୟ କରିଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, ହମାସର ମୂଳୋତ୍ପାଟନ କରିବାକୁ ହେଲେ ଆତଙ୍କବାଦୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ପଡ଼ିବ । ତେଣୁ ଗାଜାର ଦକ୍ଷିଣ ପ୍ରାନ୍ତ ରାଫାରେ ଆକ୍ରମଣ ଜରୁରି ବୋଲି ସେ କହିଛନ୍ତି ।  

୬ ମାସର ଯୁଦ୍ଧରେ ପ୍ରାୟ ୨.୫ ମିଲିୟନ ଫିଲିସ୍ତୀନ୍ ବିସ୍ଥାପିତ ହୋଇଛନ୍ତି । ଅଧିକାଂଶ ଲୋକ ଶରଣାର୍ଥୀ କେନ୍ଦ୍ରରେ ଆଶ୍ରୟ ନେଇଛନ୍ତି । ଗତବର୍ଷ ଅକ୍ଟୋବର ୭ ଆକ୍ରମଣ ପରେ ହମାସ ନିକଟରେ ୨୫୦ରୁ ଅଧିକ ଇସ୍ରାଏଲୀ ଓ ବିଦେଶୀ ପଣବନ୍ଦୀ ରହିଥିବା କୁହାଯାଉଛି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.