ନୂଆଦିଲ୍ଲୀ,୧୧/୦୮: ହମାସ୍ ବିରୁଦ୍ଧରେ ଯୁଦ୍ଧରେ ଜୁଝି ହେଉଥିବା ଇସ୍ରାଏଲ ଉପରେ ଏବେ ଏହାର ନୂଆ ଶତୃ ହିଜବୁଲ୍ଲାହ ଆକ୍ରମଣ କରିଛି। ରବିବାର ଶିୟା ଆନ୍ଦୋଳନ ସୂଚନା ଦେଇଛି ଯେ, ଲେବାନନର ହିଜବୁଲ୍ଲାହ ଗତ ୨୪ ଘଣ୍ଟାରେ ଇସ୍ରାଏଲ ସେନା ବିରୁଦ୍ଧରେ ୧୦ ଯୁଦ୍ଧ ଅଭିଯାନ ଆରମ୍ଭ କରିଛି। ନିକଟରେ ଇସ୍ରାଏଲୀ ସେନା ହିଜବୁଲ୍ଲାହର ଅନେକ କମାଣ୍ଡରଙ୍କୁ ମୃତ୍ୟୁ ସଜ୍ଜ୍ୟାରେ ଶୁଆଇଛି। ହିଜବୁଲ୍ଲାହ ହମାସ୍ ମୁଖ୍ୟ ଇସ୍ମାଇଲ ହାନିୟାଙ୍କ ମୃତ୍ୟୁ ଏବଂ ଏହାର କମାଣ୍ଡରମାନଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଯାଇ ଇସ୍ରାଏଲ ଠାରୁ ପ୍ରତିଶୋଧ ନେବାକୁ ପ୍ରତି ମୂହୂର୍ତ୍ତରେ ପ୍ରସ୍ତୁତ ହେଉଥିଲା।
ହିଜବୁଲ୍ଲାହର ବୟାନ ଅନୁସାରେ, ଲେବାନନ-ଇସ୍ରାଏଲ ସୀମାରେ ଅନେକ ଦୃଶ୍ୟ ନିୟନ୍ତ୍ରଣ ପ୍ରଣାଳୀକୁ ନଷ୍ଟ କରିଦେଇଛି ଏବଂ ଚାରୋଟି ଇସ୍ରାଏଲି ସେନା ଶିବିର ଉପରେ ମିଶାଇଲ ମାଡ଼ କରିଛି। ଏକ ବୟାନରୁ ଜଣାପଡ଼ିଛି ଯେ, ହିଜବୁଲ୍ଲାହ ଆକ୍ରମଣର ପ୍ରତିଶୋଧ ସ୍ବରୁପ ଇସ୍ରାଏଲ ସେନା ୧୬ଟି ବସ୍ତି ଉପରକୁ ଆକ୍ରମଣ କରିଛି। ଇସ୍ରାଏଲି ବାୟୁସେନାର ଏକ ବିମାନ ବେରୁତରେ ପୁଣି ଏକ ଏୟାରଷ୍ଟ୍ରାଇକ୍ କରିଛି। ଏହି ଆକ୍ରମଣରେ ହିଜବୁଲ୍ଲାହର ଅନେକ ବସ୍ତି ପାଉଁଶ ହୋଇଯାଇଥିବା ବେଳେ ସଂଖ୍ୟାଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଅକ୍ଟୋବର ୨୦୨୩ ରେ ଗାଜା ପଟ୍ଟି ଉପରେ ସାମରିକ ଅଭିଯାନ ଆରମ୍ଭ କରିଥିଲା ଇସ୍ରାଏଲ। ଏହି ଘଟଣା ପରଠାରୁ ଇସ୍ରାଏଲ-ଲେବାନନ ସୀମାରେ ବିବାଦ ବଢ଼ିବାରେ ଲାଗିଛି। ଆଇଡିଏଫ୍ ଓ ଲେବାନନୀ ସେନା ତମାମ ଘଟଣାକୁ ନେଇ ଲଗାତାର ଉଭୟଙ୍କ ସାମରିକ ଶିବିର ଓ ଜନବସତି ଉପରେ ଆକ୍ରମଣ କରିଚାଲିଛନ୍ତି। ଲେବାନନୀ ବିଦେଶ ମନ୍ତ୍ରାଳୟ ଅନୁସାରେ, ଇସ୍ରାଏଲର ଆକ୍ରମଣ ଯୋଗୁ ଦକ୍ଷିଣ ଲେବାନନରେ ପାଖାପାଖି ଏକ ଲୋକ ଘର ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ତେବେ ବର୍ତ୍ତମାନ ଲେବାନନର ଆକ୍ରମଣ ପରେ ଇସ୍ରାଏଲ ସେନା ସୂଚନା ଦେଇଛି ଯେ, ଉତ୍ତର ଇସ୍ରାଏଲରେ ବର୍ତ୍ତମାନ ୮୦ ହଜାର ଲୋକ ବିସ୍ଥାପିତ ହୋଇଛନ୍ତି।