ବ୍ରହ୍ମପୁର ୧୪/୦୯: ବନ୍ଦେ ଭାରତ ଟ୍ରେନ୍ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୫ ତାରିଖ ବ୍ରହ୍ମପୁର ପହଞ୍ଚିବେ । ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମ କର୍ମଚାରୀଙ୍କ ମାସର ଦ୍ୱିତୀୟ ଶନିବାର ଓ ରବିବାର ଛୁଟି ବାତିଲ୍ କରିଛି ।କେହି ମୁଖ୍ୟାଳୟ ଛାଡ଼ି ଯାଇପାରିବେନି । ଦରକାର ପଡ଼ିଲେ ସର୍ଟ ନୋଟିସ୍ରେ ଅଫିସ୍କୁ ଆସିବାକୁ ପଡ଼ିବ। ଏନେଇ ବିଏମ୍ସି କମିଶନର୍ ଶୁକ୍ରବାର ନିର୍ଦ୍ଦେଶ ଜାରି କରିଛନ୍ତି । କର୍ମଚାରୀଙ୍କ ଅନୁପସ୍ଥିତିକୁ ଗୁରୁତର ସହ ଗ୍ରହଣ କରାଯିବ ବୋଲି କମିଶନର ଦର୍ଶାଇଛନ୍ତି ।
କଂଗ୍ରେସର ‘ଇଭିଏମ୍ ହେରଫେର’ ଦାବିକୁ ସମର୍ଥନ କଲେ ଆନ...