ଭବାନୀପାଟଣା ୦୪/୦୯: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଏକ ସେକ୍ସ ରାକେଟ ଧରାପଡ଼ିଛି । ଦୁଇଜଣ ବଙ୍ଗୀୟ ଦେହଜୀବୀଙ୍କୁ ଉଦ୍ଧାର କରାଯିବା ସହ ସ୍ଥାନୀୟ ଅଞ୍ଚଳର ଦୁଇଜଣ ଯୁବକଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି ।
ସୂଚନା ଅନୁଯାୟୀ, ସ୍ଥାନୀୟ ରାମନଗର ପଡ଼ାସ୍ଥିତ ଏକ କୋଠାଘରେ ସେକ୍ସ ରାକେଟ ଚାଲିଥିବା ଖବର ପାଇ ଟାଉନ ପୁଲିସ୍ର ଏକ ଟିମ୍ ଚଢ଼ଉ କରିଥିଲା । ଉକ୍ତ କୋଠାରୁ ପଶ୍ଚିମବଙ୍ଗ ଅଞ୍ଚଳରୁ ଆସିଥିବା ଦୁଇଜଣ ଦେହଜୀବୀଙ୍କୁ ପୁଲିସ ଉଦ୍ଧାର କରିଥିବା ବେଳେ ୨ଜଣ ଯୁବକ ଘଟଣାସ୍ଥଳରୁ ଧରି ନେଇ ଅଟକ ରଖିଛି । ଏନେଇ ଟାଉନ ଥାନା ଅଧିକାରୀ ଯଶୋବନ୍ତ ହିଆଲଙ୍କୁ ପଚାରିବାରୁ ଦୁଇଜଣ ଯୁବତୀଙ୍କୁ ଉଦ୍ଧାର କରି ଅଧିକ ପଚରାଉଚୁରା ଜାରି ରହିଛି ।
ସୋମବାର ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ଦିଆଯିବ ଓ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି କହିଛନ୍ତି । ତେବେ ଏହି ସେକ୍ସ ରାକେଟ ପଛରେ କାହାର ସଂପୃକ୍ତି ରହିଛି ତାହା ସ୍ୱଷ୍ଟ ହୋଇନାହିଁ । ପଶ୍ଚିମବଙ୍ଗରୁ ଦେହଜୀବୀ ଆଣି କେତେକ ନିର୍ଦ୍ଦିଷ୍ଟ ହୋଟେଲରେ ଗ୍ରାହକଙ୍କୁ ଯୋଗାଯାଉଥିବା ଚର୍ଚ୍ଚା ହେଉଛି ।