ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ମୁହଁ ଖୋଲିଲେ ଭୋଲେ ବାବା, କହିଲେ 'ଘଟଣାକୁ ନେଇ ମୁଁ ମର୍ମାହତ'

ନୂଆଦିଲ୍ଲୀ,୬/୭: ହାଥରସର ଲୋମଟାଙ୍କୁରା ଘଟଣା ପରେ ସୁରଜପାଲ ସିଂ ଉର୍ଫ 'ଭୋଲେ ବାବା' ଶନିବାର ଦିନ ନୀରବତା ଭାଙ୍ଗିଛନ୍ତି । ଏକ ଗଣମାଧ୍ୟମ ସାକ୍ଷାତକାର ଭିଡିଓ ସେ ଏହି ହୃଦୟ ବିଦାରକ ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି । ଗତ ସପ୍ତାହରେ ହାଥରସ ଜିଲ୍ଲାର ଫୁଲାରାଇ ଗ୍ରାମରେ ଏକ ସତସଙ୍ଗରେ ଏହି ଦୁର୍ଘଟଣା ଘଟିଥିଲା । ସତସଙ୍ଗ ସରିବା ପରେ ଭୋଲେ ବାବାଙ୍କର ପାଦଧୁଳି ନେବା ପାଇଁ ତାଙ୍କ ଭକ୍ତଗଣ ଏକତ୍ରିତ ହୋଇଥିଲେ । ଅତ୍ୟଧିକ ଭିଡ ହୋଇଥିବାରୁ ଏହି ଦୁର୍ଘଟଣା ଘଟି ୧୨୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏଥିରେ ମୁଖ୍ୟତଃ ମହିଳା ଓ ଶିଶୁଙ୍କ ଅକାଳ ମୃତ୍ୟୁ ଘଟିଥିଲା।

ନ୍ୟୁଜ୍ ଏଜେନ୍ସି ଏଏନଆଇକୁ ସୂଚନା ଦେଇ ମେନପୁରୀରେ ଥିବା ଭୋଲେ ବାବା କହିଛନ୍ତି, "ଜୁଲାଇ ୨ର ଘଟଣା ପରେ ମୁଁ ବହୁତ ଦୁଖିତ । ଭଗବାନ ଆମକୁ ଏହି ଯନ୍ତ୍ରଣା ସହିବାକୁ ଶକ୍ତି ଦିଅନ୍ତୁ । ଦୟାକରି ସରକାର ଏବଂ ପ୍ରଶାସନ ଉପରେ ବିଶ୍ୱାସ ରଖନ୍ତୁ । ଯିଏ ଅରାଜକତା ବିସ୍ତାର କରିଛି ସେ ରକ୍ଷା ପାଇବ ନାହିଁ। " ସେ ଆହୁରି ମଧ୍ୟ କହିଛନ୍ତି ଯେ ‘ମୁଁ ମୋର ଓକିଲ ଏପି ସିଂଙ୍କ ମାଧ୍ୟମରେ କମିଟି ସଦସ୍ୟଙ୍କୁ ଶୋକସନ୍ତପ୍ତ ପରିବାର ଏବଂ ଆହତଙ୍କ ସହ ଠିଆ ହେବା ଓ ସେମାନଙ୍କୁ ଜୀବନସାରା ସମର୍ଥନ କରିବାକୁ ଅନୁରୋଧ କରିଛି ।’

ଏହି ଘଟଣାର ମୁଖ୍ୟ ଆରୋପୀ ଦେବ ପ୍ରକାଶ ମଧୁକରଙ୍କୁ ଗିରଫ କରାଯାଇଛି। ତାଙ୍କ ଉପରେ ପୋଲିସ ୧ଲକ୍ଷ ଟଙ୍କାର ପୁରଷ୍କାର ରାଶି ମଧ୍ୟ ଘୋଷଣା କରିଥିଲେ । ଏହି ମାମଲା ରେ ଏପର୍ଯ୍ୟନ୍ତ ୨୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ଏହି ବିଷୟରେ ଭୋଲେ ବାବାଙ୍କର ଓକିଲ ଏପି ସିଂ ଏକ ଭିଡିଓ ମାଧ୍ୟମରେ ସୂଚନା ଦେଇଛନ୍ତି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.