ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦଳ ଡେଇଁ ମାଟି କାମୁଡ଼ିଲେ ଭୃଗୁ, ଲେଖାଶ୍ରୀ ଓ ପରିଣିତା

ଭୁବନେଶ୍ୱର, ୦୫/୦୬ : ଦଳ ଡେଇଁଲେ ମାଟି କାମୁଡ଼ିଲେ । ଜାତିଗଲା ହେଲେ ପେଟ ପୂରିଲାନି । ଫଳରେ ହତାଶ ହେଲେ ଦଳ ଡିଆଁ । ବହୁତ କଷ୍ଟ କଲେ କିନ୍ତୁ ସଫଳତା ଭାଗ୍ୟରେ ନାହିଁ । ଭାରି ବାଧିଲା । ଭାଗ୍ୟ ବି ସାଥ୍‌ ଦେଲାନି । ଏବେ ମନକୁ ବୁଝାଇ ମନମାରି ବସିଛନ୍ତି । ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ଅନେକ ବରିଷ୍ଠ, ଚର୍ଚ୍ଚିତ ସ୍ୱାର୍ଥ ପୂରଣ ପାଇଁ ଏ ଦଳରୁ ସେ ଦଳ, ସେ ଦଳରୁ ଏ ଦଳ ଡେଇଁଲେ । ଯାହାକୁ ନେଇ ଅନେକ ଚର୍ଚ୍ଚା, ଆଲୋଚନା ହୋଇଥିଲା । ବିଶେଷକରି ଯେଉଁମାନେ ଦଳ ଡେଇଁ ବିଭିନ୍ନ ବିଧାନସଭା ଓ ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ହୋଇଥିଲେ ତାଙ୍କୁ ନେଇ ବେଶି ଚର୍ଚ୍ଚା ହୋଇଥିଲା । କିନ୍ତୁ ଫାଇଦା ହେଲାନି । ଫଳ ଆସିଲାବେଳକୁ ପୂରା ଫେଲ୍‌ । ଆଗରେ ଥିଲେ ଭୃଗୁ ବକ୍ସିପାତ୍ର । ସକାଳେ ବିଜେପିକୁ ବାଏ ବାଏ କହିଲେ ସନ୍ଧ୍ୟାରେ ସମସ୍ତଙ୍କୁ ଚକିତ କରି ବିଜେଡିରୁ ବ୍ରହ୍ମପୁର ଏମ୍‌ପି ଟିକଟ ହାତେଇଲେ । ସେହିପରି ସେହିପରି ବରଗଡ଼ ଓ ବାଲେଶ୍ୱର ସାଂସଦ ପ୍ରାର୍ଥୀ ପରିଣୀତା ମିଶ୍ର ଓ ଲେଖାଶ୍ରୀ ସାମନ୍ତସିଂହାର ମଧ୍ୟ ବିଜେଡିର ସରପ୍ରାଇଜ୍‌ ପ୍ରାର୍ଥୀ ଥିଲେ । ଦୁହେଁ ବିଜେପି ଛାଡ଼ି ବିଜେଡି ଆସିଥିଲେ କିନ୍ତୁ ସଫଳ ହେଲେ ନାହିଁ । 

ସେହିପରି କଂଗ୍ରେସର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ବିଜେଡିକୁ ଯାଇ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ହୋଇଥିଲେ । ସୋନାଲି ସାହୁ ବିଜେପିରୁ ଆସି କଂଗ୍ରେସରେ ଖୋର୍ଦ୍ଧା ପାଇଁ ବିଧାନସଭା ପ୍ରାର୍ଥୀ ହୋଇଥିଲେ । ପୂର୍ବତନ ମନ୍ତ୍ରୀ ଯୁଗଳ ପଟ୍ଟନାୟକଙ୍କ ପୁଅ ଅସିତ ପଟ୍ଟନାୟକ ବିଜେଡିରୁ କଂଗ୍ରେସ ଆସି ଭଦ୍ରକରୁ ବିଧାନସଭା ଲଢ଼ିଥିଲେ । ସୋରର ପୂର୍ବତନ ବିଜେଡି ବିଧାୟକ ପର୍ଶୁରାମ ଧଡ଼ା ବିଜେପି ଯାଇ ବିଧାନସଭା ଲଢ଼ିଥିଲେ । ନୀଳଗିରିର ପୂର୍ବତନ ବିଜେପି ବିଧାୟକ ସୁକାନ୍ତ ନାୟକ ବିଜେଡିକୁ ଆସି ବିଧାନସଭା ପ୍ରାର୍ଥୀ ହୋଇଥିଲେ । ଅଭିନେତା ଅରିନ୍ଦମ ବିଜେଡି ଛାଡ଼ି ଯାଇ ସାଲେପୁରରୁ ବିଜେପି ଟିକଟରେ ବିଧାନସଭା ଲଢ଼ିଥିଲେ । କଂଗ୍ରେସର ବରିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇ ବିଜେଡି ଯାଇ ବଲାଙ୍ଗୀର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ବିଜେଡି ବରିଷ୍ଠ ନେତା ନଗେନ୍ଦ୍ର ପ୍ରଧାନ କଂଗ୍ରେସ ଯାଇ ସମ୍ବଲପୁର ଲୋକସଭା ଲଢ଼ିଥିଲେ । କିନ୍ତୁ କେହି ଜିତିପାରିନାହାନ୍ତି । ବେଶି ରୋଚକ କଥା ଦେଖିବାକୁ ମିଳିଥିଲା ଦେବାଶିଷ ଓ ସନ୍ତୋଷଙ୍କ ଘଟଣାରେ । ବିଜେଡିରୁ ବିଜେପି ଏବଂ ପରେ କଂଗ୍ରେସ ଆସି ବରୀରୁ ବିଧାନସଭା ଲଢ଼ିଥିଲେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ । ସେହିପରି ସନ୍ତୋଷ ଜେନା ମଧ୍ୟ ଜଟଣୀରୁ ନିର୍ବାଚନ ଲଢ଼ିଥିଲେ । ଉଭୟ ପରାଜିତ ହୋଇଛନ୍ତି । ଏହାଛଡ଼ା ବିଜେଡିରୁ ବିଜେପି ଯାଇଥିବା ପୂର୍ବତନ ବିଧାୟକ ଅରବିନ୍ଦ ଢାଲି ଜୟଦେବରୁ ନିର୍ବାଚନ ଲଢ଼ି ହାରିଥିବା ବେଳେ ପ୍ରିୟଦର୍ଶୀ ମିଶ୍ର ଭୁବନେଶ୍ୱର ଉତ୍ତରରୁ ହାରିଛନ୍ତି । ବିଜେଡିରୁ କଂଗ୍ରେସ ଯାଇଥିବା ସିପ୍ରା ମଲ୍ଲିକ କେନ୍ଦ୍ରାପଡ଼ାରୁ ଲଢ଼ି ହାରିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.