ଭୁବନେଶ୍ୱର ୨୭/୦୫ : ରାଜଧାନୀରେ ପୁଣି ବୋମାମାଡ଼। ଖଣ୍ଡଗିରି ଥାନା ଏୟାରପୋର୍ଟ ପଛ ରାସ୍ତାରେ ବୋମାମାଡ଼ କଲେ ଦୁର୍ବୃତ୍ତ। ବୋମାମାଡ଼ରେ କଳା ସ୍କର୍ପିଓଟି ଭାଙ୍ଗି ଚୁର୍ମାର୍ ହୋଇଯାଇଛି । ବୋମାମାଡ଼ରେ କେହି ଆହତ ହୋଇନଥିବା ସୂଚନା । ବୋମାମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଘଟଣାସ୍ଥଳରେ ଖଣ୍ଡଗିରି ପୋଲିସ ପହଞ୍ଚି ଗାଡ଼ି ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
ସୂଚନା ମୁତାବିକ,ଖଣ୍ଡିଗିରି ଥାନା ଅନ୍ତର୍ଗତ ଏୟାରପୋର୍ଟ ପଛପଟ ରାସ୍ତାରେ କିଛି ଦୁର୍ବୃତ୍ତ ବାଇକ୍ରେ ଆସି ବୋମାମାଡ଼ କରିଥିଲେ । ଏହି ବୋମାମାଡ଼ରେ ଏକ କଳା ରଙ୍ଗର ସ୍କର୍ପିଓ ଆଗ କାଚ ଭାଙ୍ଗି ଯାଇଛି। । ତେବେ ଭାଙ୍ଗିଥିବା ଗାଡିଟି ନୟାପଲ୍ଲୀ ରାଜେଶ ସାମନ୍ତସିଂହାରଙ୍କ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ସେପଟେ ଏହି ବୋମାମାଡ଼ ସଂପର୍କରେ ଘଟଣାସ୍ଥଳରୁ କାହାକୁ ଗିରଫ କରିନି ଖଣ୍ଡଗିରି ପୋଲିସ । ଗାଡି କିଏ ଚଳାଉଥିଲା । ଆଉ କିଏ ବୋମାମାଡ଼ କରିଛି । ଏ ସଂପର୍କରେ ତଦନ୍ତ କରୁଛି ଖଣ୍ଡଗିରି ପୋଲିସ । ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ଼ ହୋଇଥିବା ସନ୍ଦେହ କରୁଛି ପୋଲିସ । ଏହି ବୋମା ମାଡ଼ ଘଟଣାରେ କେବିଏନ୍ ଗ୍ରୁପ୍ର ସଂପୃକ୍ତି ଥିବା ସନ୍ଦେହ କରାଯାଉଛି।